ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

ରାଉରକେଲା/ ହମିରପୁର ଉନ୍ନୟନ ପରିଷଦ ତରଫରୁ ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ମିଟିଂର ଆୟୋଜନ କରାଯାଇଥିଲା l ଏଥିରେ ହମିରପୁର ଓ ଆଖପାଖ ଅଂଚଳର ବହୁତ ସଭ୍ୟ ଯୋଗଦାନ କରିଥିଲେ l ଉପସଭାପତି ସନୁ ବଡାଇକ ଓ ଗଣେଶ କୁମ୍ଭାର ପ୍ରକାଶ କରିଥିଲେ ଯେ ଗତ ୧୮ ତାରିଖ ଦିନ ଆରଏସପି ତରଫରୁ ହମିରପୁର ଗୁଆଲା ଖଟାଲ ପାଖରେ ଥିବା ତାଙ୍କର ଜମିକୁ ଡୋଜର ଦ୍ୱାରା ସମତଳ କରାଯାଇ ସେକ୍ଟର ପନ୍ଦରରେ ଥିବା ଝୁମ୍ପୁଡି ବାସିନ୍ଦାଙ୍କୁ ଥଇଥାନ କରାଯିବା ଉଦ୍ୟମକୁ ହମିରପୁର ଅଂଚଳର ଶତାଧିକ ବାସିନ୍ଦା ବିରୋଧ କରିଥିଲେ। ଫଳରେ ଆରଏସପି ଅଧିକାରୀ ମାନେ ଫେରି ଯାଇଥିଲେ l ଅନ୍ୟତମ ଉପସଭାପତି ଦେଓନିସ ଲାକ୍ରା କହିଲେ ଯେ ପଚାଶ ଦଶକରେ ରାଉରକେଲା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ବେଳେ ସମସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକରି ଦେବା ଓ ଉପଯୁକ୍ତ ଥଇଥାନ କରିବା ନିୟମ ଅନୁସାରେ ହମିରପୁରବାସୀ ନିଜ ନିଜର ରୟତି ଜମି କାରଖାନାକୁ ହସ୍ତାନ୍ତର କରିଥିଲେ l ବାସଚ୍ୟୁତ ମାନଙ୍କୁ ରହିବା ପାଇଁ ଚାଳିଶ କିଲୋମିଟର ଦୂର ରାଜଗାଙ୍ଗପୁର ପାଖରେ ପାହାଡିଆ ଜମି ପ୍ରଦାନ କରାଯାଇଥିଲା ଓ ଅଳ୍ପ କେତେଜଣଙ୍କୁ କାରଖାନାରେ ଚାକିରୀ ପ୍ରଦାନ କରାଗଲା l ଗତ ୨୦୧୭ ଜୁନ ୭ ତାରିଖରେ କେନ୍ଦ୍ରୀୟ ଜନଜାତି କମିଶନ ନିର୍ଦ୍ଦେଶ ଦେଲେ ଯେ ଇସ୍ପାତ କାରଖାନା ଦ୍ୱାରା ଗୃହୀତ ଜମି ଯଦି କାର୍ଯ୍ୟକ୍ଷମ ହୋଇନଥାଏ, ତେବେ ଇସ୍ପାତ କାରଖାନା କର୍ତୃପକ୍ଷ ସେହି ଜମିଗୁଡିକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇଦେବେ। ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ଆବାହକ ନିରଞ୍ଜନ ଦାସ କହିଥିଲେ l ଅଧିକାଂଶ ବାସଚ୍ୟୁତଙ୍କୁ ଏଯାବତ ଚାକିରୀ ମିଳିନାହିଁ l ପରିଷଦର ଉପସଭାପତି ଉପେନ୍ଦ୍ର ନାୟକ କ୍ଷୋଭ ପ୍ରକାଶ କରି କହିଥିଲେଯେ ହମିରପୁର ଗ୍ରାମର ଜମିରେ ରାଉରକେଲା ହାଉସ, ସିନିଅର ଅଫିସର ମାନଙ୍କ ବଙ୍ଗଳା, ଇସ୍ପାତ ଜେନେରାଲ ହସ୍ପିଟାଲ, ସ୍କୂଲ, କଲେଜ, ମନ୍ଦିର, ସେକ୍ଟର ଆଦି ଗଢି ଉଠିଛି l ରାଉରକେଲା ଠାରୁ ପଚାଶ କିଲୋମିଟର ଦୂର ରାଜଗାଙ୍ଗପୁର, କୁଆଁରମୁଣ୍ଡା, ନୂଆଗାଁ, ଖୁଟଗାଁ ଆଦି ସ୍ଥାନ ମାନଙ୍କରେ ଇସ୍ପାତ କାରଖାନାର ସିଏସଆର ବିଭାଗ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲା ବେଳେ ହମିରପୁର ଓ ପାର୍ଶ୍ୱବର୍ତ୍ତୀ ଅଂଚଳକୁ ଅଣଦେଖା କରାଯାଇଛି। ଏପରିକି ମୌଳିକ ସୁବିଧା ଯଥା – ରାସ୍ତା,ପାଣି, ବିଦ୍ୟୁତ , ସ୍ୱାସ୍ଥ୍ୟ ସେବା ଆଦି ପ୍ରଦାନ କରାଯାଇନାହିଁ l ସଭାପତି ଡଃ ଦତ୍ତ କହିଥିଲେଯେ ହମିରପୁର ପୁରୁଣା ରାଜସ୍ବ ଗ୍ରାମ ଏନଏସି ଷ୍ଟିଲ ଟାଉନସିପ ଅଧୀନରେ ଥିଲା l ୧୯୯୫ ମସିହାରେ ରାଉରକେଲା ସେକ୍ଟର ଏରିଆ ଇଣ୍ଡଷ୍ଟ୍ରିଆଲ ଟାଉନ ବୋଲି ଘୋଷଣା କରାଯାଇ ହମିରପୁର ଗ୍ରାମକୁ ତାହା ଅଧୀନରେ ରଖାଗଲା, ଯାହାର ସର୍ବାଙ୍ଗୀନ ଉନ୍ନତି ଇସ୍ପାତ କାରଖାନା କତୃପକ୍ଷଙ୍କ ହାତରେ ରହିଲା l ଦୁର୍ଭାଗ୍ୟକ୍ରମେ ୧୯୯୮ ମସିହାରେ ଇସ୍ପାତ କାରଖାନା କର୍ତୃପକ୍ଷ ଏଥିରୁ ଓହରି ଯିବାରୁ ହମିରପୁର ଗ୍ରାମ କାହାରି ଅଧୀନରେ ନରହି ଏକ ବେସାହାରା ଗ୍ରାମ ପାଲଟି ଶ୍ରୀହୀନ ହୋଇଗଲା l ଇସ୍ପାତ ସହରାଞ୍ଚଳକୁ ଲାଗିଥିବା ଏବଂ ବାଇଶି ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଅଂଚଳରେ ବିଭିନ୍ନ ସ୍କୂଲ, କଲେଜ, ମନ୍ଦିର, ଚର୍ଚ୍ଚ ଆଦି ରହିଥିଲାବେଳେ ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ, ଠିକା ଶ୍ରମିକ, ଦିନମଜୁରିଆ, ଛୋଟ ବ୍ୟବସାୟୀ ଓ ଗରିବ ଶ୍ରେଣୀର ଲୋକମାନେ ବସବାସ କରନ୍ତି, ଯାହାଙ୍କ ପାଇଁ ମୌଳିକ ସୁବିଧା ଏକ ସାତ ସପନ l ଜଗଦୁଲାଳ କୁମ୍ଭାର, ପଞ୍ଚଦେଓ ଯାଦବ ଆଦି କହିଲେ -ବିଗତ ଦିନରେ ଗୁଆଲା ଖଟାଲର ପାର୍ଶ୍ୱବର୍ତ୍ତୀ ଅଂଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା ଯାହାକୁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୋଲିସ ପ୍ରଶାସନ ପ୍ରଶମିତ କରାଇପାରିଥିଲା l ଅନ୍ୟ ସେକ୍ଟରର ଝୁମ୍ପୁଡ଼ି ବାସିନ୍ଦାଙ୍କୁ ସେହି ସେକ୍ଟର କିମ୍ବା ପାର୍ଶ୍ୱବର୍ତ୍ତୀ ଖାଲିଥିବା ଅଂଚଳରେ ଥଇଥାନ ନକରି ଏଇଭଳି ଏକ ଉତ୍ତେଜନା ପ୍ରବଣ ଅଂଚଳରେ ବସବାସ କରାଇଲେ ଭବିଷ୍ୟତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ଯାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହେବ l ବୈଠକରେ ଉପସ୍ଥିତ ଶଙ୍କର କୁମ୍ଭାର, ମଙ୍ଗଳା କୁମ୍ଭାର, ଚଞ୍ଚଳା କୁମ୍ଭାର, ସୁଶୀଳା କୁମ୍ଭାର, ଲଳିତା କୁମ୍ଭାର, ଦ୍ରୌପଦୀ କୁମ୍ଭାର, ଯଶିନ୍ତା ଲାକ୍ରା , ପଞ୍ଚଦେଓ ଯାଦବ, ବଳରାମ ଯାଦବ, ଜନ ଲାକ୍ରା,ବିଷ୍ଣୁ କୁମ୍ଭାର,ନରବେଟ ଲାକ୍ରା , ସତ୍ୟବତୀ କୁମ୍ଭାର, ଶ୍ୟାମସୁନ୍ଦର ସିଂ, ରବି କୁମ୍ଭାର,ଭାରତୀ କୁମ୍ଭାର ଓ ଅନ୍ୟମାନେ ଘଟଣାର ତୀବ୍ର ନିନ୍ଦା କରିଥିଲେ l ଆଗାମୀ ଦିନରେ ଏଇଭଳି ଘଟଣାର ପୁନରାବୃତ୍ତି ନହେବା ଓ ଏହାର ସ୍ଥାୟୀ ସମାଧାନ ପାଇଁ ରାଉରକେଲା ଏସପି, ଅତିରିକ୍ତ ଜିଲ୍ଲାପାଳ, ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ , ସହରସେବା ବିଭାଗକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ମ,ରାମପୁର ର ବିଇଓ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା

masiha

କିଟ ତରଫରୁ କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort