ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରା ବନ୍ଧଗୁଡା ଅଙ୍ଗନ୍ବାଡି କର୍ମୀ ଅଯୋଗ୍ୟ ଘୋଷିତ

ନବରଙ୍ଗପୁର—-(ମସିହା) ନବରଙ୍ଗପୁର ତ।-୧୫.୦୩.୨୩ ମାନ୍ୟବର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ନବରଙ୍ଗପୁର ପଞ୍ଚାଯତ ସମିତି ଶିଶୁ ପ୍ରକଳ୍ପ କରଜୟଲ ଅନ୍ତ୍ରଗତ ବନ୍ଧଗୁଡା ଗ୍ରାମ ର ଅଙ୍ଗନ୍ବାଡି କର୍ମୀ ପୁର୍ଣିମା ଚଲାନ କୁ ଗତ ୦୪.୦୩.୨୩ ରାୟ ପ୍ରକାଶ କରି ଅଯୋଗ୍ୟ ଘୋଷିତ କରିଛନ୍ତି । 

 ଏହାର ଅଭିଯୋଗ କରି ଉର୍ମିଲା ଭତରା ,ପି- କମଳ ଭରା , ଗ୍ରାମ – ବେତାଳ ନାମକ ଦରଖାସ୍ତ କାରିଣୀ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଦାଲତ ରେ RMC(AWW )ଏପିଲ ନଂ ୧୦ /୨୦୨୨ ଏକ ମାମଲା ଦୟାର କରି ଥିଲେ, ଯେ ସେ ଜଣେ ଆଦିବାସୀ ମହିଳା ହୋଇ ସମସ୍ତ ଆବେଦନ ପାର୍ଥିନୀଙ୍କର ମଧ୍ୟରୁ ସର୍ବାଧିକ ମ।ର୍କ ରଖିଥିଲେ ମଧ୍ୟ ତାଙ୍କୁ ଉତ୍କ ପଦବୀ ରେ ନିଯୁକ୍ତି ଦିଆ ନ ଯାଇ କମ ମ।ର୍କ ରଖୀ ଥିବା ପୁର୍ଣିମା ଚଲାନ ଦିଆଯାଇଥିଲା ।  

 ଏହି ମାମଲା ରେ ଉଭୟ ଙ୍କର ଓ କ।ର୍ଜ୍ୟାଳୟ ରେ ଥିବା ସବୁ କାଗଜ ପ୍ରମାଣ ପତ୍ର ଯାଞ୍ଚ କରି ଅଦାଲତ ଏହି ନିସ୍ପତି କରିଥଲେ ଯେ , ଦରଖାସ୍ତକାରିଣୀ ଗ୍ରାମ ବେତାଳ ର ଉର୍ମିଲା ଭତରା ଙ୍କୁ ଯୋଗ୍ୟ ବୋଲି ରାୟ ପ୍ରଦାନ କରି ଆଦେଶ ଦେଇଥିଲେ । ଏହି ମାମଲାରେ ତ। ୧୦.୦୩.୨୩ ଦିନ ମାନ୍ୟବର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତାଙ୍କର ପତ୍ର ସଂଖ୍ୟା ୨୧୨୮/ RMC (AWW)ଏପିଲ ନଂ.୧୦/୨୦୨୨ମାଧ୍ୟମରେ ଉପଜିଲ୍ଲାପାଳ ତଥା ଚେୟାରମେନ ,ନବରଙ୍ଗପୁର ,ICDS ଓ CDPO,ନବରଙ୍ଗପୁର ସମସ୍ତଙ୍କୁ ଏହି ଆଦେଶ ର କାର୍ଯ୍ୟକ।ରି ନିମନ୍ତେ ଚିଠି ପ୍ରରଣ କରିଛନ୍ତି । ଦରଖାସ୍ତକାରିଣୀ ଉର୍ମିଲା ଭତରା ଙ୍କ ତରଫ ରୁ ନବରଙ୍ଗପୁର ର ବରିଷ୍ଟ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ମୋକଦ୍ଧମା ପରିଚାଳନା କରିଥିଲେ । 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଛି

Sunil Chandra Nayak

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

Sunil Chandra Nayak

ରାଇରଙ୍ଗପୁରରେ ଓଡିଶା ଡ଼୍ରାଇଭର ସଂଘ ତରଫରୁ ଡ଼୍ରାଇଭର ଦିବସ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!