ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ସଂଘର ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦୋଳନ

ମୟୂରଭଞ୍ଜ ୧୫/୩/୨୩ (ମସିହା)-ଓଡିଶା ଡ଼୍ରାଇଭର ସଂଘର ୯ ଦଫା ଦାବି ନେଇ ସାରା ଓଡ଼ିଶାରେ ଅନିର୍ଦ୍ଦିଷ୍ଟ କାଳ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରାରେ ରାଇରଙ୍ଗପୁର ସଂଘ ତରଫରୁ ଆନ୍ଦୋଳନ ଡ଼ାକରା ଦିଆଯାଇଛି ।ବିଜରଓ୍ବାଡା -ରାଂଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ରେ ସେମାନେ ହଡତାଳ ଜାରି ରଖିଛନ୍ତି । ଏହାକୁ ନେଇ ଟ୍ରକ ଓ ବସ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଲା ଦୁର୍ଘଟଣା ଜନିତ କ୍ଷତିପୂରଣ ୨୦ ଲକ୍ଷ ଟଙ୍କା, ଦୁର୍ଘଟଣାରେ ଅକର୍ମଣ୍ୟ ଡ଼୍ରାଇଭରଙ୍କୁ ୧୦ ଲକ୍ଷ ଟଙ୍କା ବୀମାରାଶି, ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଵୀମାରାଶି, ୫୫ ବର୍ଷ ପରେ ପେନସନ, ଜନତାଙ୍କ ଆକ୍ରୋଷରେ ଡ଼୍ରାଇଭରଙ୍କୁ ସୁରକ୍ଷା,ଗାଡ଼ି ପାର୍କିଂ, ଶୌଚାଳୟ,ଆବାସ ଯୋଜନାରେ ଗୃହ, ଜାତୀୟ ରାଜପଥରେ ପ୍ରାୟ ସେଣ୍ଟର ଓ ଆଶ୍ରୟ ଗୃହ, ସେମାନଙ୍କ ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା,ଲାଇସେନ୍ସ ବାବଦ ୧୫ ହଜାର ଟଙ୍କାକୁ ବାଦ କରିବା ଇତ୍ୟାଦି ।ବନ୍ଦ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ବାମନଘାଟୀ ଉପଖଣ୍ଡର ବିଶୋଇ,ଵିଜାତଳା, ରାଇରଙ୍ଗପୁର, ଵହଳଦା,ଯାତ୍ରା,ବାଦମପାହାଡ,ତିରିଂ ପ୍ରଭୃତି ବିଭିନ୍ନ ସ୍ଥାନରେ ଓଡ଼ିଶା ଡ଼୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜୋରଦାର କରାଯାଇଛି । ରାଇରଙ୍ଗପୁରରେ ପବନ ଗୋପାଲ, ଅମୂଲ୍ୟ ମହାନ୍ତି, ପିଣ୍ଟୁ ସର୍ଦ୍ଦାର, ଜ୍ଞାନ ରଂଜନ ମହାନ୍ତ,ସୁଶିଲ ଦାସ,ଭାରତ ଚୌଧୁରୀ, ଦୁର୍ଗା ସିଂ, ହୃଷିକେଶ ମହାନ୍ତ,ବୈଜୟନ୍ତ ମାରାଣ୍ଡି, ଶମ୍ଭୁନାଥ ମହାକୁଡଙ୍କସମେତ ଶତାଧିକ ଡ୍ରାଇଭରମାନେ ଆନ୍ଦୋଳନରେସାମିଲ ହୋଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ ଖଡିଆ ମାନଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା ପ୍ରଶାସନିକ ତଦନ୍ତ ଆରମ୍ଭ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

masiha

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

Leave a Comment

error: Content is protected !!