ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତଙ୍କ ମାତୃ ବିୟୋଗ 

ଶିକ୍ଷାବିତଙ୍କ ମାତୃ ବିୟୋଗ 

କଟକ : କଟକ ସଦର ବୟାଳିଶମୌଜା ଝାରକଟା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ମାତା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଯୁଗଳ କିଶୋର ଦାଶଙ୍କ ଧର୍ମପତ୍ନୀ ତଥା ଧର୍ମପ୍ରାଣା ମହିଳା ରାଣୁବାଳା ଦାଶ(୭୪)ଙ୍କ ନିଜ ବାସ ଭବନରେ ପରଲୋକ ଗମନ ଘଟିଛି l ସେ ଦୀର୍ଘ ତିନି ମାସ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ l ତାଙ୍କ ଜ୍ୟେଷ୍ଠ ପୁତ୍ର ଶିକ୍ଷାବିତ୍ ଜିତେନ କୁମାର ଦାଶ ଝାରକଟା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ମଧ୍ୟମ ପୁତ୍ର ମନୋରଞ୍ଜନ ଶିକ୍ଷକ ଭାବେ ଓ କନିଷ୍ଠ ପୁତ୍ର ଦୀପକ କୁମାର ଦାଶ ଖ୍ରୀଷ୍ଟ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଟନ୍ତି l ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସଂସ୍କାର କରାଯାଇଥିବା ବେଳେ କନିଷ୍ଠ ପୁତ୍ର ଦୀପକ କୁମାର ମୁଖାଗ୍ନି ଦେଇ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

masiha

Leave a Comment

error: Content is protected !!