ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

 ତେନ୍ତୁଳିଖୁଣ୍ଟି -୨୮/୦୮/୨୩ -ପାଇପ ଲାଇନ ବିଛାଇ ତେନ୍ତୁଳିଖୁଣ୍ଟି ବ୍ଲକ ର ସମସ୍ତ ଗ୍ରାମ୍ୟ ରାସ୍ତା କୁ ନଷ୍ଟ ବିନଷ୍ଟ କରି ଛାଡି ଦେଇଛନ୍ତି ଠିକାଦାର ଜେ ଏମ ସି କମ୍ପାନୀ। କେବଳ ପାଣି ଟିକିଏ ଦେବେ ଯେ ବ୍ଲକ ର ପ୍ରତ୍ୟେକ ଗ୍ରାମ ର ସାହି ଓ ଜନବସତି ରାସ୍ତା ଘରକୁ ପାଇପ ସଂଯୋଗ ନାମରେ ଖୋଳି ନଷ୍ଟ କରି ଦେଇଛନ୍ତି। ମରାମତି କରିବା ନାଁ ଧରୁ ନାହାନ୍ତି,ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ସେହି ନିର୍ଦ୍ଦିଷ୍ଟ ରାସ୍ତା ବା ସ୍ଥାନରେ ହିଁ ମରାମତି କରୁଛି।ସେମାନଙ୍କ ଟେଣ୍ଡର ରାଜ୍ୟ କ୍ୟାବିନେଟ ସ୍ୱୀକୃତ ହୋଇଥିବାରୁ କାହାରି କୁ ମାନୁ ନାହାନ୍ତି । ଖାତିଗୁଡା ମୁଖ୍ୟ ରାସ୍ତା ରେ ରଥ ଯାତ୍ରା ବେଳେ ରଥ ଗଡିବ ଏଣୁ ପାଇପ ବିଛାଇବା ପରେ ଉପଯୁକ୍ତ ପଦକ୍ଷେପ ନେଇ ରାସ୍ତା ପୂର୍ବଭଳି ଭାରି ଯାନ ଚଳାଚଳ ଉପଯୋଗୀ କରିବାକୁ ପ୍ରତ୍ୟେକ ସ୍ତରରେ ଅନୁରୋଧ କରିବା ପରେ କିଛିଟା ମରାମତି କରିଛି କିନ୍ତୁ ନିମ୍ନ ମାନର ମାସ କେଇଟା ରେ ଉକ୍ତସ୍ଥାନରେ ରାସ୍ତା ଦବି କୃତ୍ରିମ ଜଳାଶୟ ସୃଷ୍ଟି ହୋଇଯାଉଛି ସାମାନ୍ୟ ବର୍ଷା ରେ । ପାଇପ ଲାଇନ ବିଛାଇବା ପରେ କେବଳ ମାଟି ପୋତି ଛାଡି ଦେଉଛି ଠିକା କମ୍ପାନୀ କୌଣସି ଠୋସ ପଦକ୍ଷେପ ଏ ଯାବତ ନେଇ ନାହାନ୍ତି। ସାହି ରାସ୍ତା ଗୁଡିକ କେତେ କଷ୍ଟ ରେ ସି ସି ରୋଡ଼ ହୋଇଛି ଯିଏ ଉଦ୍ୟମ କରିଛି ସେ ହିଁ ଜାଣିଛି। ପା ଇପ ବିଛାଇବା ନାମରେ ଏତାଦୃଶ ଖୋଳି ଛାଡିବା ଦ୍ୱାରା ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଗ୍ରାମର ସାହି ରାସ୍ତା ରେ ସୃଷ୍ଟ ଗର୍ତ୍ତ ଦ୍ୱାରା ହେଉଛି। ଚଳିତ ବର୍ଷ ବଡ଼ ବର୍ଷା ହୋଇନି ନଚେତ ଯେଉଁ ଗାତ ଖୋଳି ପାଇପ ବିଛାଇ ସମାନ୍ୟ ମାଟି ପକାଇ ଛାଡିଛି ସେଠାରେ ମାଟି ଧସେଇ ବିରାଟ ଗର୍ତ୍ତ ହୋଇ ସରନ୍ତାଣୀ, ଖାତିଗୁଡା ମା ତାରିଣୀ ମନ୍ଦିରସମ୍ମୁଖ ରେ ଏଭଳି ସ୍ଥିତି ଉପୁଜିଥିବା ଦେଖାଯାଇଥିଲା । ପରଜା ବାରଙ୍ଗ ପଦର ହରିଜନ ସାହି ସହଜ ରେ ତ ଡ୍ରେନେଜ ନାହିଁ ସେପଟେ ପାଇପ ବିଛାଇ ଗାତ ଖୋଳି ଛାଡି ଦେଇଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି । ଏଣୁ ପରଜା ବାରଙ୍ଗ ପଦର ହରିଜନ ସାହି ର ସି ସି ରୋଡ଼ ମରାମତି କମ୍ପାନୀ କରିବା ସହ ପଞ୍ଚାୟତ ସମିତି ହେଉ ବିଧାୟକ ଉକ୍ତ ସାହି ର ଡ୍ରେନେଜ ବ୍ୟବସ୍ଥା ର ସୁଧାର ପାଇଁ ପାଣ୍ଠି ଆବାଣ୍ଟିତ କରିବାକୁ ଦାବୀ ହେଉଛି।ସେହିଭଳି ଖାତିଗୁଡା ଗ୍ରାମ ର ପ୍ରତ୍ୟେକ ସାହି , ଇନ୍ଦ୍ରାବତୀ କଲୋନୀ ରାସ୍ତା ସ୍ଥିତି ତ ଦୟନୀୟ ଥିଲା ଏଣେ ପାଇପ ବିଛାଇବା ନାମରେ ରାସ୍ତା।ଖୋଲି କେତେ ଯେ ଗର୍ତ୍ତ ଓ କୃତ୍ରିମ ପୋଖରୀ ହୋଇଛି ନ କହିବା ଭଲ। କୌଣସି ଏକ ନିରପେକ୍ଷ ବୈଷୟିକ ଦଳ ପାଇପ ବିଛାଇବା ରେ କ୍ଷତିଗ୍ରସ୍ତ ରାସ୍ତା ଗୁଡିକୁ ପରିଦର୍ଶନ କରି ସକାରାତ୍ମକ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ଧନଜୀବନ ହାନି ହେବା ପୂର୍ବରୁ ଗ୍ରାମ୍ୟ ରାସ୍ତା ଓ ସାହି ରାସ୍ତା ତଥା କଲୋନୀ ରାସ୍ତା ର ମରାମତି ଉକ୍ତ ଠିକା କମ୍ପାନୀ ଦ୍ୱାରା କରାଇବାକୁ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

masiha

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ 

Sunil Chandra Nayak

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!