ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ଯକ୍ରମ

ଥୁଆମୂଳ ରାମପୁର:୦୯/୦୬ – (ମନିସ):- ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଜୀ ଙ୍କ ଉଦ୍ୟମ ରୁ ଓଡିଶାର ଶିକ୍ଷା କ୍ଷେତ୍ର କୁ ଆହୁରି ପ୍ରଗତି ପଥରେ ନେବା ପାଇଁ G-20 ସମ୍ମିଳନୀ ମହାରାଷ୍ଟ୍ର ପୁନେ ଠାରେ ଅନୁଷ୍ଠିତ ହେବା ଅବସରରେ ଗଣ ଶିକ୍ଷା ବିଭାଗ ଦ୍ଵାରା ଓଡିଶାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଂଖ୍ୟା ଜ୍ଞାନ ଓ ମାତୃ ଭାଷା ଉପରେ ସଚେତନତା କାର୍ଯ୍ୟକ୍ରମ ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା ଙ୍କ ଅଧ୍ୟକ୍ଷତାରେ କଷୋବରା କ୍ଲଷ୍ଟରର ପୋଖରା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ଜୀ ଙ୍କ ଥୁଆମୂଳ ରାମପୁର ବ୍ଲକ ସାଂସଦ ପ୍ରତିନିଧି ବରିଷ୍ଠ ଯୁବ ନେତା ଶ୍ରୀଯୁକ୍ତ ବିଷ୍ଣୁ ନାଏକ, ଉପସ୍ଥିତ ଥିବାବେଳେ ସମ୍ମାନୀୟ ଅତିଥିଭାବେ ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା, ମୁଖ୍ୟ ବକ୍ତା ଭାବରେ BRT ଶ୍ରୀ ତାପସ କୁମାର ସାହୁ, କୋଷାବୋରା କ୍ଳଷ୍ଟର CRCC ଶ୍ରୀଯୁକ୍ତ ଅଜିତ କୁମାର ଦୁର୍ଗା, ପୋଖରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ନାଏକ, ଏବଂ ଉପେନ୍ଦ୍ର ନାଏକ, ମତାଛୁଆଁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ନାଏକ, କଷାବରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମୁଣ୍ତଛିନା, ସେମେଲ ପଦର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଉଦିତ ପ୍ରତାପ ସାହୁ, ପୋଖରl ପ୍ରାଥମିକ ବିଦ୍ୟାଳୟ ର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ନାଏକ ପୂର୍ବତନ ସ୍କୁଲ ସଭାପତି ଶ୍ରୀ ବଳଭଦ୍ର ନିଆଲ, ପୋଖରା ଗ୍ରାମ ର ୱାର୍ଡ ମେମ୍ବର ଶ୍ରୀମତୀ ଦାନମତି ମାଝୀ, ଆଶା କର୍ମୀ ଶ୍ରୀମତୀ କୁନ୍ତଳା ନାଏକ, ଏବଂ ପୋଖରା ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଏବଂ ଅଭିଭାବକ ଉପସ୍ଥିତ ରହିଥିଲେ l

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭାରତୀୟ ଵିଦ୍ୟା ନିକେତନ ଜୁନାଗଡ଼ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ 

masiha

ସାଇନିଂ ରକର୍ସ ଏକାଡ଼େମୀର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ଜାତୀୟ ଗଣମାଧ୍ୟମ ଦିବସରେ ସମ୍ମାନିତ ହେଲେ ସାମ୍ବାଦିକ କ୍ଷମାନିଧି ମହାଖୁଡ଼

masiha

Leave a Comment

error: Content is protected !!