ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆସିକା, ୨୪/୧/୨୫ // ଧରାକୋଟ ନିକଟସ୍ଥ ମୁଣ୍ତମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗତ 15 ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଶୋଇ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ର ନିୟମାବଳୀ ଓ ଏହାର ଉପଯୋଗୀତା ବିଷୟରେ ଅବଗତ କରାଇବା ସହ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ ଏହାର ପରିଚାଳନା କରିଥିବା ବେଳେ ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଜୋଜିକା ତଥା ଶିକ୍ଷା ବିଭାଗର ଅଧ୍ୟାପିକା ବବିତା ରାଣୀ ସାବତ ଶେଷରେ ଧନ୍ୟବାଦ ଅର୍ପଣ କରିବା ପରେ ଶିବିର ଉଦଯାପିତ ହୋଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

ଜାତୀୟ ମତଦାନ ଦିବସ ପାଳିତ

Sunil Chandra Nayak

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

masiha

Leave a Comment

error: Content is protected !!