ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ହକର୍ସ ଆସୋସିଏସନ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ରାଉରକେଲା ହକର୍ସ ଆସୋସିଏସନ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଖବରକାଗଜ ବିକ୍ରେତା ମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଗୁରୁତ୍ବ ସହ ବିଚାର କରିବା କୁ ଆହ୍ୱାନ

ରାଉରକେଲା:ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସେକ୍ଟର ୧୬ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ସମ୍ବାଦପତ୍ର ର ସ୍ଥିତି ଓ ସମ୍ବାଦପତ୍ର ବିକ୍ରେତା ମାନଙ୍କ ସାମାଜିକ ସୁରକ୍ଷା ଶୀର୍ଷକ ଏକ ଆଲୋଚନା ସଭା ଆସୋସିଏସନ୍ ର ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି କାର୍ଯ୍ୟକ୍ରମ ରେ ସମସ୍ତଙ୍କ ସ୍ଵାଗତ କରିବା ସହିତ ପ୍ରତିଦିନ ଖବର କାଗଜ ବିକ୍ରେତା ମାନେ ଯେପରି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତାର ନିରାକରଣ ଦିଗରେ ସଂଗଠନ କୁ ଆହୁରି ସୁଦୃଢ଼ କରି ସରକାର ଙ୍କ ନିକଟରେ ନିଜର ଦାବି ଉପସ୍ଥାପିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଦୈନିକ ପ୍ରମେୟ ର ଡି ଜି ଏମ୍ ଗଜେନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବରେ ପ୍ରଧ୍ୟାପକ ଡଃ ପ୍ରଭାତ ମଲ୍ଲିକ, ଦୈନିକ ସମାଜ ର ରାଉରକେଲା ବ୍ୟୁରୋ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର, ଦୈନିକ ସମ୍ବାଦ ର ଜ୍ଞାନରଞ୍ଜନ ମିଶ୍ର, ଦୈନିକ ସକାଳ ର ରାଉରକେଲା ବ୍ୟୁରୋ ମୁଖ୍ୟ ଦେବବ୍ରତ ପଟ୍ଟନାୟକ, ପ୍ରମେୟ ରାଉରକେଲା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଦାଶ ପ୍ରମୁଖ ବକ୍ତବ୍ୟ ରଖି ସମ୍ବାଦପତ୍ର ର ବିକାଶ ପାଇଁ ଯେପରି ଭାବରେ ଖବର କାଗଜ ବିକ୍ରେତା ମୁଣ୍ଡ ଝାଳ ତୁଣ୍ଡରେ ମାରି ଅହରହ ଚେଷ୍ଟା କରିଥାଏ ସେହିପରି ଭାବରେ ପ୍ରଚେଷ୍ଟା ପରିପୂରକ ହେବାର ଆବଶ୍ୟକତା ସହିତ ସରକାର ଏହି ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ହଜାର ହଜାର ଖବର କାଗଜ ବିକ୍ରେତା ମାନଙ୍କ ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରସଙ୍ଗରେ ଗୁରୁତର ସହିତ ଚିନ୍ତା କରିବାକୁ ଆହ୍ବାନ କରିବା ସହିତ ସେମାନଙ୍କଠାରୁ ବିଭିନ୍ନ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସଭାରେ ଆସୋସିଏସନ୍ ଶ୍ରୀମନ୍ତ ବେହେରା , ଉପଦେଷ୍ଟା ବସନ୍ତ ନାୟକ, ଆଇନଜୀବୀ ରାଜ କିଶୋର ପ୍ରଧାନ, ଶ୍ରମିକ ନେତା ସୁରେନ୍ଦ୍ର ଦାଶ,ଆନନ୍ଦ ମହାନ୍ତି, ସମାଜସେବୀ ପ୍ରଶାନ୍ତ ସେଠୀ, ପଶୁପତିନାଥ ଚାଟାର୍ଜୀ,ସୁମନ ଦତ୍ତ,ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼ ,ବି ପି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଆସୋସିଏସନ୍ ର ସଂପାଦକ ଆର୍ତ୍ତତ୍ରାଣ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। 

   ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆସୋସିଏସନ୍ ର ପ୍ରମୁଖ କର୍ମକର୍ତ୍ତା ମିହିର ପାତ୍ର, ଅଶୋକ ବିଶ୍ଵାଳ, କିଶୋର ରାଉତ,ଶୁଖେନ୍ଦୁ ପାତ୍ର, ମନୋଜ ପଟ୍ଟନାୟକ,ଶରତ କୁମାର ପଣ୍ଡା,ଅଶୋକ କୁମାର ସାହୁ, ଅନିରୁଦ୍ଧ ଜେନା, ସୁରେନ୍ଦ୍ର ନାଥ ବିଶ୍ଵାଳ, ନିରଞ୍ଜନ ଦାଶ, ପୂର୍ଣ୍ଣଚନ୍ଦ୍ର ବେହେରା,ବାଦଲ ଘୋଷ, ସମୀର ରାଜହଂସ,ବ୍ରଜ କିଶୋର ନାୟକ,କେଶବ ଜେନା,ଯୁଗଳ ଘୋଷ, ଦୁର୍ଗା କୁଲିଆ, ଶଶଧର ପଣ୍ଡା, ନବୀନ ମାଝୀ,ସନାତନ ମହାନନ୍ଦ, ବାଉରୀବନ୍ଧୁ ସେନାପତି, ଆନନ୍ଦ କୁଲିଆ ପ୍ରମୁଖ ନେତୃତ୍ବ ନେଇଥିବା ବେଳେ ଶତାଧିକ ଖବର କାଗଜ ବିକ୍ରେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

Sunil Chandra Nayak

ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

masiha

ଭାରୀଯାନ ଚଳାଚଳ ନେଇ ଅଣନିଶ୍ୱାସୀ ସହରବାସୀ

Sunil Chandra Nayak

Leave a Comment

error: Content is protected !!