ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ କଳାକାର ଏକାଡେମୀର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ 

ଉତ୍କଳ କଳାକାର ଏକାଡେମୀର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ 

ରାଉରକେଲା: ଉତ୍କଳ କଳାକାର ଏକାଡେମୀର ର ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କମିଟିର ସଭାପତି ଦୀପ୍ତି ବିଶ୍ବାଳ ସୁନ୍ଦରାୟ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀର ଅଧ୍ୟକ୍ଷ ଶଶଧର ପଣ୍ଡା, ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ କୈଳାଶ ନାୟକ,ସହ ସମ୍ପାଦକ ଲିପିକା ମହାନ୍ତି, କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ମଲ୍ଲିକ, ବରିଷ୍ଠ କର୍ମକର୍ତ୍ତା ପ୍ରଜ୍ଞା ପରମିତା ଦାସ ଓ ଇନ୍ଦିରା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଧକ୍ଷ ଶ୍ରୀ ପଣ୍ଡା ଓ ଅନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଜିଲ୍ଲାର ଥିବା ବିଭିନ୍ନ କ୍ଷେତ୍ରର କଳାକାର ମାନଙ୍କର ଅଭାବ ଅସୁବିଧା ତଥା ସେମାନଙ୍କ ପ୍ରତିଭା ବିକଶିତ କରିବାପାଇଁ ଅନୁଷ୍ଠାନ କାର୍ଯ୍ୟ କରିବ। ଏହାସହ କଳାକାର ଭତ୍ତା, ମେଡିକାଲ ସୁବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖି ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବ । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କମିଟି ଗଠନ କରାଯାଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯିବ। ଏହି ଅବସରରେ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଉପଦେଷ୍ଟା ଭାବେ ସର୍ବଶ୍ରୀ ହରମୋହନ ମିଶ୍ର, ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ମନୋଜ କୁମାର ନନ୍ଦ, ପ୍ରତାପରୁଦ୍ର ତ୍ରିପାଠୀ ଓ ସତ୍ୟବ୍ରତ ଦାସ ପ୍ରମୁଖ ଥିବା ବେଳେ ସଭାପତି ଭାବେ ଦୀପ୍ତି ବିଶ୍ବାଳ ସୁନ୍ଦରାୟ, କାର୍ଯ୍ୟକାରୀ ସଭାପତି ଭାବେ ନରେନ ଦାସ, ଉପସଭାପତି ଭାବେ ସୁରେନ୍ଦ୍ର କୁମାର ପତ୍ରୀ, ସୁରେଶ କୁମାର ନନ୍ଦ, ମନୋଜ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଭାବେ ଶୁଭଶ୍ରୀ ସ୍ବାଇଁ,ସହ ସମ୍ପାଦକ ଭାବେ ଶୁଭଲକ୍ଷ୍ମୀ ପାତ୍ର, ସଂଗଠନ ସମ୍ପାଦକ ଭାବେ ଅନୁପମା ଆଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ଭାବେ ସୁଶାନ୍ତ କୁମାର ନାୟକ,ସହ ସାଂସ୍କୃତିକ ସମ୍ପାଦକ ଭାବେ ସବିତା ପରିଡ଼ା, ନିରୁପମା ନାୟକ, ପୁଷ୍ପଲତା ବିଶୋଇ, ମିଡିଆ ପ୍ରଭାରୀ ଭାବେ ସସ୍ମିତା ପ୍ରଧାନ, ଆଇନ ପରାମର୍ଶଦାତା ଭାବେ ଗରିମା ପତ୍ରୀ, ଜିଲ୍ଲା ସଂଯୋଜକ ଭାବେ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଆବାହକ ଭାବେ କୁଞ୍ଜବିହାରୀ ରାଉତ ଓ ଅନ୍ନପୂର୍ଣ୍ଣା ଦାୟିତ୍ଵରେ ଲୀନା ତ୍ରିପାଠୀଙ୍କୁ ସର୍ବସମ୍ମତିକ୍ରମେ ଦାୟିତ୍ଵ ପ୍ରଦାନ କରାଗଲା। ଅନ୍ୟ ସହଯୋଗୀ ସଦସ୍ୟ ଭାବେ ବିଜୟ ସୁନ୍ଦରାୟଙ୍କୁ କମିଟିରେ ଗ୍ରହଣ କରାଗଲା। ଏହି କମିଟି ଜିଲ୍ଲାର କଳାକାରଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବ ବୋଲି ଶପଥ ପାଠ କରିଥିଲେ। ଶେଷରେ ଆବାହକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସଂସ୍କୃତ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଉଦ୍ ଯାପିତ

Sunil Chandra Nayak

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

Sunil Chandra Nayak

ଦଶରଥପୁରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଣ୍ଠେଇଛି ଦାୟିତ୍ବରେଥିବା ବିଦ୍ୟୁତ ବିତରଣ କମ୍ପାନୀ ଆଗ୍ରହ ପ୍ରକାଶ କରୁନି 

masiha

Leave a Comment

error: Content is protected !!