ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଉଦଘାଟିତ

ରାଉରକେଲା ରେ ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଉଦଘାଟିତ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପ୍ରତିହତ କରିପାରିବ:କ. ତପନ ସେନ୍ 

ରାଉରକେଲା: ଷ୍ଟିଲ ଓର୍କରସ ଫେଡେରେସନ ଅଫ୍ ଇଣ୍ଡିଆ ( ଏସ ଡବ୍ଲୁ ଏଫ୍ ଆଇ) ର ୧୦ ମ ସର୍ବଭାରତୀୟ ଦୁଇ ଦିନିଆ ସମ୍ମିଳନୀ ଆଜି ସ୍ଥାନୀୟ ଭଞଭବନ ପ୍ରକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲ ଫେଡେରେସନର ସଭାପତି ତଥା ସି ଆଇ ଟି ୟୁ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ କମ୍ରେଡ୍ ତପନ ସେନ୍। ଶ୍ରୀ ସେନ୍ ଦେଶ ତମାମ ର ବିଭିନ୍ନ ରାଷ୍ଟ୍ରାୟତ ଇସ୍ପାତ କାରଖାନା ଓ ଖଣି ରୁ ଆସିଥିବା ଶ୍ରମିକ ନେତୃତ୍ବ ପ୍ରତିନିଧି ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ କେନ୍ଦ୍ର ମୋଦୀ ସରକାର ଯେଉଁ ଶ୍ରମିକ ବିରୋଧୀ ଓ ଦେଶ ବିରୋଧୀ କାର୍ଯ୍ୟକ୍ରମ କରୁଛନ୍ତି ତାକୁ କେବଳ ଶ୍ରମିକ ଶ୍ରେଣୀ ର ଦୁର୍ବାର ଆନ୍ଦୋଳନ ହିଁ ପ୍ରତିହତ କରିପାରିବ । 

ମୋଦୀ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ କୁ ନିଜ ପୁଞ୍ଜିପତି ବଂଧୁ ମାନଙ୍କ ହାତରେ ଟେକି ଦେଉଛନ୍ତି। ସେଲ୍ କର୍ତ୍ତୃପକ୍ଷ ଶ୍ରମିକ କର୍ମଚାରୀ ମାନଙ୍କ ଏନ୍ ଜେ ସି ଏସ ରେ ୩୯ ମାସ ଧରି ମଜୁରୀ ଚୁକ୍ତିନାମା ସ୍ବାକ୍ଷରିତ ହୋଇ ପାରିଲା ନାହଁ। ଠିକା ଶ୍ରମିକ ମାନଙ୍କ ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି। ମୋଦୀ ସରକାର ଦେଶର ସମ୍ବିଧାନ ଓ ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ପ୍ରତି ଘୋର ଆକ୍ରମଣ କରୁଛି। ଏଥିପାଇଁ ଶ୍ରମିକ ଶ୍ରେଣୀ ନିଜର ସଂଗଠନ କୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ କରିଥିଲେ।

ସମ୍ମିଳନୀର ପ୍ରାରମ୍ଭରେ ସଂଗଠନ ର ପତାକା ଉତ୍ତୋଳନ କରିଥିଲେ ସର୍ବଭାରତୀୟ ସଭାପତି କ ସେନ୍। ସମ୍ମିଳନୀର ଶୋକ ପ୍ରସ୍ତାବ ଆଗତ କରିଥିଲେ ଫେଡେରେସନ ର ଉପ ସଭାପତି କମ୍ରେଡ୍ ବିଷ୍ଣୁ ମହାନ୍ତି। ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ବାଗତ ଅଭିଭାଷଣ ଦେଇଥିଲା ବେଳେ ଫେଡେରେସନ ର ସାଧାରଣ ସମ୍ପାଦକ ଲଳିତ ମିଶ୍ର ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ରିପୋର୍ଟ ଉପରେ ଦେଶର ବିଭିନ୍ନ ରାଷ୍ଟ୍ରାୟତ ଇସ୍ପାତ କାରଖାନା ଓ ଖଣି ରୁ ଆସିଥିବା ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କ ନେତୃତ୍ବ ସାଥୀ ମାନେ ଦୁଇଦିନ ଧରି ଆଲୋଚନା କରିବା ସହିତ ଦେଶର ଇସ୍ପାତ ଶ୍ରମିକ ମାନଙ୍କ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ସମ୍ମିଳନୀ କାର୍ଯ୍ୟପନ୍ଥା ସ୍ଥିର କରିବ। ଏହି ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିମାନ ମାଇତି, ପ୍ରମୋଦ ସାମଲ, ଅଯୋଧ୍ୟା ରାମ,ସଂପାଦକ ବସନ୍ତ ନାୟକ,ବିଶ୍ଵରୁପ ବାନାର୍ଜୀ,ବି ଡି ପ୍ରସାଦ,ପି ପନିରସେଲଭମ,ଏସ ପି ଦେ,ଗୁରୁ ପ୍ରସାଦ ବାନାର୍ଜୀ,ପ୍ରଦ୍ୟୁତ ମୁଖାର୍ଜୀ, ସୁରେଶ କୁମାର,ପ୍ରସନଜିତ ମଣ୍ଡଳ ପ୍ରମୁଖ ସର୍ବଭାରତୀୟ ନେତୃତ୍ବ ସମେତ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ପ୍ରତିନିଧି ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ସମ୍ମିଳନୀ ର ସମସ୍ତ ପ୍ରତିନିଧି ମାନେ ଆମ୍ବାଗାନ ଛକଠାରେ ଏକତ୍ରିତ ହୋଇ ସେଲ୍ କର୍ତ୍ତୃପକ୍ଷ ତୁରନ୍ତ ଏନ୍ ଜେ ସି ଏସ ଡାକି ଶ୍ରମିକ ମାନଙ୍କ ମଜୁରୀ ଚୁକ୍ତିନାମା କରିବା ସହିତ ୩୯ ମାସର ଏରିଅର ପ୍ରଦାନ କରିବାକୁ ଦାବିକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଲ୍ କର୍ତ୍ତୃପକ୍ଷ ଏ ଦିଗରେ ଆଗାମୀ ଦିନରେ ପଦକ୍ଷେପ ନ ନିଅନ୍ତି ତେବେ ଏ ସମ୍ମିଳନୀ ଏକ ଦୁର୍ବାର ଶ୍ରମିକ ଆନ୍ଦୋଳନ କରିବ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଚେତାଇ ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

masiha

କଟପାଡ ବିଧାୟକଙ୍କ ଅଣ୍ଟା ମଡା ଗୋଷ୍ଟି,, ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ

masiha

ପୁରୁଣା ସରରେ ଘୁମୁରା ପ୍ରତିଯୋଗିତା

masiha

Leave a Comment

error: Content is protected !!