ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

ଭବାନୀପାଟଣା, ୨୪/୨: କଳାହାଣ୍ଡି ଜିଲ୍ଲାର ଜଣେ ଖ୍ୟାତନାମା ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ଶନିବାର ଅପରାହ୍ନ ଗୋଟାଏ ରେ ୭୫ ବର୍ଷ ବୟସରେ ଭବାନୀପାଟଣା ସ୍ଥିତ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ସତ୍ୟବ୍ରତ ଓ ପତ୍ନୀ ସୂର୍ଯ୍ୟମଣି ମିଶ୍ର ଉପସ୍ଥିତ ଥିଲେ। ତାଙ୍କର ପରଲୋକ ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଅପରାହ୍ନ ରେ ଭବାନୀପାଟଣା ତାରିଣୀ ମନ୍ଦିର ନିକଟସ୍ଥ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲ। ପୁତ୍ର ସତ୍ୟବ୍ରତ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ମିଶ୍ର ଜଣେ ଛାତ୍ର ବାତ୍ସଲ୍ୟ ଆଦର୍ଶ ଶିକ୍ଷକ ଭାବରେ ଭବାନୀପାଟଣାର ବେଶ ଜଣାଶୁଣା ଥିଲେ। ଏହା ବ୍ୟତୀତ ଜଣେ ଅଭିଷିକ୍ତ ଦେବୀ ସାଧକ ଭାବରେ ଦୀର୍ଘ ୩୫ ବର୍ଷ ଧରି ଜିଲ୍ଲାର ପ୍ରମୁଖ ଶକ୍ତି ପୀଠ ଦକ୍ଷିଣ କାଳୀ, ମାଣିକେଶ୍ଵରୀ ଓ ତାରିଣୀ ମନ୍ଦିରରେ ତନ୍ତ୍ର ପୂଜକ ଭାବରେ ସେବା କରିଥିଲେ। ଦୀର୍ଘ ୫୦ ବର୍ଷ ଧରି ସହରର ମନ୍ଦାର ବଗିଚା ପଡ଼ା ଦୁର୍ଗା ପୂଜା ମଣ୍ଡପର ମୁଖ୍ୟ ପୂଜକ ଭାବରେ ସେବା ପୂଜା କରି ସହରରେ ଜଣେ ଖ୍ୟାତନାମା କର୍ମକାଣ୍ଡ ବିଶାରଦ ଭାବରେ ପରିଚିତ ଥିଲେ। ତାଙ୍କୁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଶ୍ରେଷ୍ଠ କର୍ମକାଣ୍ଡ ବିଶାରଦ ଓ ଦେବୀ ସାଧକ ଭାବରେ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳଯାଇଛି।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

masiha

ଆଦର୍ଶ ତଥା ଧର୍ମପ୍ରାଣ ଦଂପତି ପ୍ରଭାତ ଖଟୁଆ ଓ ଦମୟନ୍ତୀ ଖଟୁଆଙ୍କୁ ଜନ୍ମ ଜୟନ୍ତୀରେ ସମ୍ୱର୍ଦ୍ଧନା

masiha

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ଅନନ୍ତଶୟନ ପୀଠରେ ବାଲିଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!