ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ

୨୦୨୨ ମସିହାରେ ଧର୍ମଗଡ଼ ବସ୍ତିପଡା ରେ ବସବାସ କରୁଥିବା ନଳକୂପ ଠିକାଦାର ଦିନେଶ ଅଗ୍ରୱାଲ ଙ୍କ ଘରୁ ୫୦ ଲକ୍ଷ ଟଙ୍କା ଡକାୟତି ହୋଇଥିବା ଧର୍ମଗଡ଼ ଥାନାରେ ଏତଲା ହୋଇଥିଲା lଏତଲା ଭିତ୍ତିରେ ଧର୍ମଗଡ଼ ପୋଲିସ ଥାନା କେଶ ନମ୍ବର ୧୭୨ ତାରିଖ ୩୧.୦୫.୨୦୨୨ ବଳରେ ତଦନ୍ତ ଆରମ୍ଭ କରି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭିଯୋଗକାରୀ ଦିନେଶ ଅଗ୍ରୱାଲ ଙ୍କ ଘରେ ବହୁଦିନରୁ ରୋଷେଇୟା ଭାବେ କାର୍ଯ୍ୟରତ ଅଭିଯୁକ୍ତ ଯୁଗେନ ପଟେଲ କୁ ପୋଲିସ ଅଟକ ରଖି ପଚରା ଉଚରା କରିଥିଲେ l ତଦନ୍ତ ସମୟରେ ଅଭିଯୁକ୍ତ ଯୁଗେନ ପଟେଲ ଲୋଭର ବଶବର୍ତ୍ତୀ ହୋଇ ସେ ଏହି ଘଟଣା ଭିଆଇ ଥିବା ଦୋଷ ସ୍ୱୀକାର କରିବା ସହ ଏହି ଡକାୟତି ର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତକରି ଅନ୍ୟ ପାଞ୍ଚ ଜଣ ସହଯୋଗୀ ଙ୍କ ସହାୟତାରେ ମାଲିକଙ୍କ ଘରେ ପଶି ଡକାୟତି କରିଥିବା ପୋଲିସ ଆଗରେ ମାନି ଯାଇଥିଲା l ମୁଖ୍ୟ ଅଭିଯୁକ୍ତ ର ସୂଚନା କୁ ଭିତ୍ତି କରି ପୋଲିସ ସହଯୋଗୀ ଡକାୟତ ମାନଙ୍କ ଉପରେ ଚଢାଉ କରି ୫ ଜଣଙ୍କ ଠାରୁ ବିଭିନ୍ନ ସ୍ଥାନରେ ଲୁଚାଇଥିବା ଡକାୟତି ପରିମାଣ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା ଜବତ କରି ଅଭିଯୋଗକାରୀ ଙ୍କୁ ହସ୍ତାନ୍ତର କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଦ୍ୟାବଧି ଚିହ୍ନଟ କରିପାରିନଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ଫେରାର ହୋଇ ଯାଇଥିଲା l

===================================

ମାନ୍ୟବର କୋର୍ଟଙ୍କ ରାୟ ସମାଜ ପାଇଁ ସକରାତ୍ମକ ସନ୍ଦେଶ। ବିଶ୍ୱସ୍ତ କର୍ମଚାରୀର ଷଡଯନ୍ତ୍ର ଦ୍ଵାରା ମାଲିକ ଘରୁ ଡକାୟତି ପାଇଁ ସୃଷ୍ଟି ହୋଇଥିବା ଏକ ଅବିଶ୍ୱସନୀୟ ପରିବେଶର ଅବସାନ ସହ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ ଅଦାଲତ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ହୋଇଛି।

ରାଜେନ୍ଦ୍ର କୁମାର ମୁନି, ଅତିରିକ୍ତ ସରକାରୀ ଓକିଲ

===================================

ପ୍ରାୟ ଦେଢ଼ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୧୨୨/୩୧ -୨୦୨୨ ମୋକଦ୍ଦମା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡକାୟତ ଯୁଗେନ ପଟେଲ ଓ ଡକାୟତି ରେ ପ୍ରତ୍ୟକ୍ଷ ସହଯୋଗ କରିଥିବା ବାସୁଦେବ ପଟେଲ, ନେପାଳ ଏଡଜୁଏଡ଼ ଓ କୈଳାଶ ହାତୀ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୯୫/ ୪୫୭ ବଳରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ରୋଟାରୀ କ୍ଲବ୍ ରାଇରଙ୍ଗପୁର ରୟାଲ୍ ତରଫରୁ ମେଗା ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!