ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବନିର୍ମିତ ପୋଲର ଅବସ୍ଥା ଖରାପ ଭୂଷୁଡି ଯିବା ସମ୍ଭାବନା

ଥୁଆମୂଳ ରାମପୁର:୦୨/୦୮ – (ମନିସ):- ସରକାରଙ୍କ ରାଜକୋଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କାରେ କୋଠାବାଡି ଓ ପୋଲ,ରାସ୍ତା ଅନ୍ଯାନ୍ଯ ଉନ୍ନୟନ ମୂଳକ କାର୍ଯ୍ଯ ନିର୍ମାଣ କରାଯାଉଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯାହାସବୁ ନିର୍ମାଣ କରାଯାଉଛି ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ଯିବା ସମ୍ଭାବନା ରହୁଛି। ତେବେ କୋଟିକୋଟି ଟଙ୍କାରେ ନିର୍ମାଣ କରୁଥିବା କାର୍ଯ୍ଯ ଏତେ ଅଳ୍ପ ଦିନ ମଧ୍ୟରେ ଯଦି ଭୁଷୁଡି ଯିବ ତେବେ ଏତେ ଅର୍ଥ ବ୍ଯୟ କରାଯାଉଛି କାହିଁକି। ଅଧିକାଂଶ ସ୍ଥାନରେ ନିର୍ମାଣ କାର୍ଯ୍ଯରେ ନିମ୍ନମାନର କାର୍ଯ୍ଯ କରି ଠିକାଦାର ମାଲାମାଲ ବିଭାଗୀୟ ଯନ୍ତ୍ରୀ ଉଚିତ ଭାବରେ ତଦାରଖ କରୁନଥିବା ପ୍ରାୟତଃ ଦେଖାଯାଉଛି। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରୀକାରେ ପ୍ରାୟ କାମ ଶେଷ ଏଭଳି କ୍ଷେତ୍ରରେ ଠିକାଦାର ଙ୍କ ଦଲାଲଗିରି କରୁଥିବା କିଛି ଲୋକ ମଧ୍ୟ ଏହି କାର୍ଯ୍ଯରେ ଲିପ୍ତ ରହୁଛନ୍ତି, ଯାହାଫଳରେ ଠିକାଦାର ତାଙ୍କର ମନମୁତାବକ ନିମ୍ନମାନର କାର୍ଯ୍ଯ କରି ଛୁମାରୁଛନ୍ତି। ସେଥିପାଇଁ ସ୍ଥାନୀୟ ଜନପ୍ରତିନିଧି ଓ କିଛି ଭଦ୍ରବ୍ୟକ୍ତି ଏଦିଗରେ ସଚେତନ ରହିବା ଉଚିତ। କିନ୍ତୁ ଏଦିଗରେ କେହିଜଣେ ହେଲେ ସଚେତନ ନରହିବା ଅତି ଉଦବେଗ ଜନକ ବିଷୟ ହୋଇପଡିଛି। ଯେକୌଣସି କାର୍ଯ୍ଯକୁ ନିର୍ମାଣ ର ଆରମ୍ଭରେ ତଦାରଖର ଅଭାବ ରହୁଥିବା ଯୋଗୁଁ ଅନେକ ସ୍ଥାନରେ ନିର୍ମାଣ ଅଳ୍ପ ଦିନ ମଧ୍ୟରେ ତାହା ଭୂଷୁଡି ଯିବା ମୂଖ୍ଯ କାରଣ ହୋଇପଡୁଛି। ଏଭଳି ଏକ ପୋଲ ନିର୍ମାଣ କରାଯାଇଛି ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିପରି ଏକ ନୂତନ ଭାବରେ ନିର୍ମାଣ କରାଯାଇଥିବା ପୋଲର ଦୃଶ୍ଯ ଦେଖିବାକୁ ମିଳିଛି ତାହାହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଳଝାପି ଗ୍ରାମପଞ୍ଚାୟତ ବିଷମଗିରୀ ଓ ତଳଝାପିକୁ ସଂଯୋଗ କରୁଥିବା ରାସ୍ତାର ବିଷମଗିରୀ ନିକଟସ୍ଥ ଚଞ୍ଚରାଗଡ ଉପରେ ନୂତନ ଭାବରେ ନିର୍ମାଣ କରାଯାଇଛି। ଏହା ନିମ୍ନମାନର କାର୍ଯ୍ଯ ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ଯିବା ଆଶଙ୍କା କରାଯାଉଛି। ଏହାସହିତ ନିର୍ମାଣ କରାଯାଇଥିବା ଆପ୍ରୋଚ ରାସ୍ତା ମଧ୍ୟ ଭୂଷୁଡି ଯାଇଛି। ଠିକାଦାର ଅତି ନିମ୍ନମାନର କାର୍ଯ୍ଯ କରିଥିବାରୁ ଏତେ ଶୀଘ୍ର ଭୁଷୁଡି ପଡିଛି ଆପ୍ରୋଚ ରାସ୍ତା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କିଛି ଦଲାଲଙ୍କ ସହଯୋଗ ଯୋଗୁଁ ଠିକାଦାର ନିମ୍ନମାନର କାର୍ଯ୍ଯ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ନୂତନ ଭାବରେ ଗଠିତ ତଳଝାପି ଗ୍ରାମପଞ୍ଚାୟତ ଅଧୀନରେ ଯେଉଁ ସବୁ ଗାଁ ରହିଛି ଯଥା ନିକେଶଜୋର,ମସ୍କାଗୁଡାରାଣୀପଦର,ଲାଞ୍ଜିଗଡ ଏହି ସବୁ ଗାଁ ଗୁଡିକ ବର୍ଷା ଦିନ ଆରମ୍ଭରୁ ହିଁ ଥୁଆମୂଳ ରାମପୁର ବ୍ଳକ ଠାରୁ ବିଛିନ୍ନ ହୋଇପଡୁଥିଲା। ବର୍ଷା ଦିନ ଆସିଗଲେ ଗାଁ ମାନଙ୍କର ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିଲେ। କାହିଁକି ଏହି ଗାଁ ମାନଙ୍କର ପଶ୍ଚିମ ଦିଗରେ ଇନ୍ଦ୍ରାବତୀ ନଦୀ ଓ ପୂର୍ବ ଦିଗରେ ଚଞ୍ଚରାଗାଡ ନାଳ ବର୍ଷା ଦିନେ ଉଭୟଙ୍କ ମିଶ୍ରଣ ଜଳ ରାଶି ଭୟଙ୍କର ଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିଲେ। ଏହାଯୋଗୁଁ ଅଞ୍ଚଳରେ ଜଳବନ୍ଦୀ ଜୀବନ କାଟୁଥିବା ଦୃଶ୍ୟ ଯିଏ ଦେଖିଛି ସେହିଁ ବିଶ୍ୱାସ କରିପାରିବେ। ଏପରିସ୍ଥିତରେ ଅଞ୍ଚଳ ବାସୀ ବାରମ୍ବାର ପ୍ରଶାସନ ପାଖରେ ତାଙ୍କର ଏହି ଅସୁବିଧା କୁ ଜଣାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା କୁ ସାମିଲ କରାଗଲା। ରାସ୍ତା କୁ ଗ୍ରାମ୍ଯ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ କାର୍ଯ୍ଯ କରାଯାଇଛି। ରାସ୍ତାକୁ ନିର୍ମାଣ କରାଯାଇଛି ଏଥିରେ କୋଟିକୋଟି ଟଙ୍କା ବ୍ଯୟରେ ନିର୍ମାଣ ଯେଉଁ ପୋଲର କାର୍ଯ୍ଯକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ନିର୍ମାଣର କିଛି ଦିନ ମଧ୍ୟରେ ପୁଣି ଏଭଳି ସ୍ଥିତିରେ ନବନିର୍ମିତ ପୋଲର ଅବସ୍ଥା ଏୟା ତେବେ ଆଗକୁ କଣ ହୋଇନପାରେ। ବିଭାଗୀୟ ଅଧିକାରୀ ଏଦିଗରେ ଏହି ପୋଲର ସ୍ଥିତି ଓ ସ୍ଥାୟୀତ୍ବକୁ ନେଇ ଆଗକୁ କେଉଁ ଭଳିଭାବରେ ଆଗକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଏହାର ଉଚିତ ତଦନ୍ତ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶିଶୁପୁତ୍ର ନିଖୋଜ ଘଟଣା , ଛଅ ଦିନ ପରେ ପୋଲିସ ହାତ ଖାଲି

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

masiha

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

masiha

Leave a Comment

error: Content is protected !!