ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି , ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳିବ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା

ରାଜ୍ୟର ବିଭିନ୍ନ ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ନୂତନ ଭାବରେ ୫୦ ଅଣସଂଗଠିତ ଶ୍ରମିକଙ୍କୁ କରାଗଲା ସାମିଲ। ଏଣିକି ଏହି ବୋର୍ଡରେ ପଞ୍ଜୀକୃତ ଶ୍ରମିକ ପାଇବେ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ଏବଂ ସ୍ୱାଭାବିକ ମୃତ୍ୟୁ ସହାୟତା। ଏହି ଶ୍ରମିକଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କା ସହାୟତା ମିଳିବ।

୫୦ ଅଣସଂଗଠିତ ଶ୍ରମିକଙ୍କୁ କରାଗଲା ସାମିଲ:

ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ – (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ, (୩) ମହାରଣା, (୪) ମତ୍ସ୍ୟଜୀବୀ, (୫) କମାର, (୬) ରେଳବାଇ କୁଲି, (୭) ମାଲ ଲୋଡିଂ ଏବଂ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, (୮) କୁମ୍ଭାର, (୯) ପଥର ଶିଳ୍ପୀ ଏବଂ ସହାୟକ, (୧୦) ଜରି ଗୋଟାଳି, (୧୧) ପରିମଳ କର୍ମଚାରୀ, (୧୨) ରଜକ/ ଲଣ୍ଡ୍ରୀ ଓ Dry Cleaner କର୍ମଚାରୀ, (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, (୧୪) କତା ଶିଳ୍ପ ଶ୍ରମିକ, (୧୫) ଲୋକକଳା କଳାକାର, (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ, (୧୭) ମାଂସ କଟାଳି, (୧୮) ରତ୍ନ ପଥର ତଥା ସୁନାରୂପା କାରିଗର, (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ, (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର, (୨୧) ୱେଲ୍‌ଡିଂ କାରିଗର, ୱେଲ୍‌ଡିଂ ସହାୟକ, (୨୨) ଇଲେକ୍ଟ୍ରିସିଆନ, (୨୩) ପାଣି ପାଇପ ମିସ୍ତ୍ରୀ, (୨୪) Tool Maker, Dye Maker, ରଙ୍ଗ ପ୍ରସ୍ତୁତକାରୀ, (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ, (୨୬) ମାଳି, (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ, (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ, (୨୯) ଫୁଲ ଦୋକାନୀ, (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ, (୩୨) ମନୋରଞ୍ଜନ କଳାକାର, (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ, (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ, (୩୫) ସିନେମା ହଲ୍‌ ବୁକିଂ କ୍ଲର୍କ, (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୭) ସମସ୍ତ ପ୍ରକାର କାରିଗର, (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୯) ଡଙ୍ଗା ଚାଳକ/ସହାୟକ, (୪୦) Snacks ମିକ୍ସଚର୍‌ ଫ୍ୟାକ୍ଟ୍ରି ଶ୍ରମିକ, (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ, (୪୨) ସ-ମିଲ୍‌ ଶ୍ରମିକ, (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି, (୪୪) କେୟାରଟେକର/ହାଉସ କିପର/Bedside Attendant, (୪୫) କେକ୍‌/କ୍ୟାଣ୍ଡି ପ୍ରସ୍ତୁତକାରୀ, (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ, (୪୭) ଡାଇରୀ ପ୍ରଡକ୍ଟ ପ୍ରସ୍ତୁତକାରୀ, (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ, (୪୯) ଡେଲିଭରୀ ବଏ, (୫୦) କୃଷି ଶ୍ରମିକ (Cultivator) ।

ବୋର୍ଡରେ ପଞ୍ଜୀକୃତ ଶ୍ରମିକଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ମିଳିବାକୁ ଥିବା ୪ ଲକ୍ଷର ସହାୟତାର ପୂର୍ବରୁ ୨ ଲକ୍ଷ ଟଙ୍କା ରହିଥିଲା। ସେହିପରି ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।

୨୦୧୭ ମେରେ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି। ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍ ମେନଗେଟ ନିକଟରେ ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ, ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଠିଲା ଶବ

Sunil Chandra Nayak

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort