ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

 ମୟୂରଭଞ୍ଜ -ତା. ୨୧-୧୧-୨୦୨୩ ରିଖ ( ମସିହା) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ର ଆଜି ଦ୍ଵିତୀୟ ଦିବସ ରେ ସକାଳ ଆଠ ଘଣ୍ଟା ପନ୍ଦର ମିନିଟ ସମୟରେ ମହାମହିମ ପାହାଡ଼ପୁର ଠାରେ ପହଂଚିବା ପରେ ସ୍ଥାନୀୟ ବାସିନ୍ଦା ରାଷ୍ଟ୍ରପତି ଙ୍କୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ସ୍ୱାଗତ କରିଥିଲେ. ଏହା ପରେ ରାଷ୍ଟ୍ରପତି ପାହାଡ଼ପୁର ସ୍ଥିତ ମୁର୍ମୁ ଛକ ଠାରେ ଅବସ୍ଥାପିତ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ମାଲ୍ୟାର୍ପଣ କରିଥିଲେ.।

ପରେ ପରେ ପ୍ରୟାସ ଟ୍ରଷ୍ଟ ର ସହଯୋଗ ରେ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଲାର୍ଶନ ଓ ଟ୍ୟୁବ୍ରୋ କମ୍ପାନୀ ଦ୍ୱାରା ନବନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତା’ଙ୍କ କରକମଳରେ ଏହାର ଶୁଭ ଉଦଘାଟନ କରିଥିଲେ.ଏହାପରେ ଉକ୍ତ ପ୍ରଶିକ୍ଷଣ କେନ୍ଦ୍ର ର ଟିମ ସଦସ୍ୟ ଓ ଛାତ୍ରଛାତ୍ରୀ ମାନେ ଏହି ଆନନ୍ଦମୟ ମୁହୂର୍ତ ର ସ୍ମୃତି ଉଦେଶ୍ୟ ରେ ମହାମହିମ ଙ୍କ ସହିତ ଫୋଟୋ ଉତ୍ତୋଳନ କରିଥିଲେ.।

ଏହି ଅବସରରେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ଏସ ଏଲ ଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ବିଭିନ୍ନ ହିତ ସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଏକ ବହୁମୁଖୀ ଉଦେଶ୍ୟ ସାଧନ “ସହଯୋଗୀ ବାହନ ” ନାମକ ଏକ ଭ୍ୟାନ କୁ ମହାମହିମ ଫିତା କାଟି ଶୁଭ ଉଦଘାଟନ କରିଥିଲେ ଏବଂ ଉକ୍ତ ଭ୍ୟାନ କୁ ପ୍ରୟାସ ଟ୍ରଷ୍ଟ ର ସଭାପତି ଶ୍ରୀମତୀ ମୀନା ସୁବ୍ରମନିୟନ ଙ୍କ ଦ୍ୱାରା ଏସ ଏଲ ଏସ ବିଦ୍ୟାଳୟ କୁ ହସ୍ତାନ୍ତର କରାଯାଇଥିଲା.।

 ଏହି ଅବସରରେ ମହାମହିମ ପ୍ରଶିକ୍ଷଣ କେନ୍ଦ୍ର ପରିସର ପରିଦର୍ଶନ କରିବା ସହ ଟିମ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ.।

ଏହାପରେ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ପରିସରରେ ଥିବା ସମାଧି ସ୍ଥଳର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପାହାଡ଼ପୁର ଗ୍ରାମବାସୀ ତଥା ତା’ଙ୍କ ଆତ୍ମୀୟ ସ୍ୱଜନ ଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସହିତ ସଂକ୍ଷିପ୍ତ ଭାବ ବିନିମୟ କରିଥିଲେ. ଏହାପରେ ଉକ୍ତ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ.।

ଏଠାରୁ ମହାମହିମ ବାଦାମପାହାଡ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ବାଦାମପାହାଡ ଅଭିମୁଖେ ଯାତ୍ରା କରିଥିଲେ.।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ପ୍ରମୁଖ ଙ୍କ ସମେତ ରାଷ୍ଟ୍ରପତି ଭବନ ର ଉଚ୍ଚପଦସ୍ଥ ଅଧିକାରୀ, ଏଲ ଏନ ଟି କମ୍ପାନୀ ର ବିଭିନ୍ନ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୁରୁଷ ବିଶ୍ଵକପ ହକି ଅୟୋଜନ ପାଇଁ ସର୍ବାଦଳୀୟ ବୈଠକ

Sunil Chandra Nayak

ଦେଶରେ ପ୍ରଥମ ଥର ହେଲା ଜଳସ୍ରୋତର ଗଣନା । ଓଡିଶାରେ ଅଛି ୧.୮୧ ଲକ୍ଷ ଜଳସ୍ରୋତ

Sunil Chandra Nayak

ଜାନୁୟାରୀ ୫ରୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

Sunil Chandra Nayak

Leave a Comment

error: Content is protected !!