ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

ଗୋଲାମୁଣ୍ଡା,2/8/23/ /କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାସ୍ତା ତିଆରି ମରାମତି ପାଇଁ ବ୍ୟାୟ ବରାଦ କରୁଛନ୍ତି ହେଲେ ପଂଚାୟତ ଅଧୀନରେ ଥିବା ସରପଞ୍ଚ, ସମିତି ସଭ୍ୟ ଓ ପିଇଓ ଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ଲୋକେ କାଦୁଅରେ ଭାସୁଛନ୍ତି। କଳାହାଣ୍ଡି  ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  ଚିଚିଆ ପଞ୍ଚାୟତ ସାରସଗୁଡା ଗାଁବସ୍ତି ରାସ୍ତା ପ୍ରାୟ ଦେଢ଼ କିଲୋମିଟର ବହୁତ ଶୋଚନୀୟ ହୋଇ ପଡିଛି । ଫଳରେ ଲୋକେ ପ୍ରତିଦିନ ଯିବା ଆସିବାରେ ବହୁତ ହଇରାଣ ହଉଛନ୍ତି । ଖରା ଓ ଶୀତ ଦିନେ ଯାହା ଯେମିତି ଚଲି ଯାଉଛନ୍ତି ବର୍ଷା ଦିନ ଆସିଲେ ଲୋକଙ୍କ ଦୁର୍ଦଶା ବଢିଯାଉଛି । କିନ୍ତୁ ଆଜି ଯାଏଁ ଗାଁକୁ ପକା ରାସ୍ତାଟିଏ ହୋଇପାରିନାହିଁ । ରାସ୍ତାଟି ଛୋଟ ବଡ଼ ବହୁ ଖାଲ ଖମାରେ ଭରି ରହିଛି ଯାହାଫଳରେ ଲୋକେ ଯିବା ଆସିବା ବେଳେ ବହୁ ହଇରାଣ ହଉଛନ୍ତି ।ବର୍ଷାଦିନେ ରାସ୍ତାଟି କାଦୁଅ ପଚପଚ ହେବା ସହ ଗର୍ତଗୁଡିକରେ ପାଣି ଭରି ରହୁଛି ।ରାସ୍ତାଟି ବସ୍ତି ମଧ୍ୟରେ ଯାଇଥିବାରୁ ଲୋକେ ଯିବା ଆସିବା ବେଳେ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକେ ବହୁ ହଇରାଣ ହେଉଛନ୍ତି ।ଏହି ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିକୁ ଜଣାଇଛନ୍ତି । କିନ୍ତୁ ଆଜି ଯାଏଁ କିଛି ସୁଫଳ ମିଳିନି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମର,ଦିବାକର ନାଏକ,ଚୁଡାମଣି ଅଘରିଆ,କେଶବ ମାଝୀ,ସରିବ ତାଣ୍ଡି,ପିତାରାମ ମାଝୀ,ଶ୍ରୀଚନ୍ଦର ଅଘରିଆ,ଯଶୋବନ୍ତି ଅଘରିଆ,ସୀମାଞ୍ଚଳ ଅଘରିଆ,ଲଳିତା ମାଝୀ ପ୍ରମୁଖ କହିଛନ୍ତି । ଏହି ରାସ୍ତା ଉପରେ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରୁଥିବାରୁ ମରାମତି ପାଇଁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଖଡ଼ିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

masiha

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!