ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକମେଳା ଆସନ୍ତା ଫେବୃୟାରୀ ୧ରୁ ୧୦……

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକମେଳା ଆସନ୍ତା ଫେବୃୟାରୀ ୧ରୁ ୧୦……

ରାଉରକେଲା: ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ୩୦ତମ ପୁସ୍ତକମେଳା ଆସନ୍ତା ଫେବୃଆରି ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ପାଠାଗାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଉପଦେଷ୍ଟା ଅଭୟ କୁମାର ଦାସ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଚଳିତ ବର୍ଷ ୩୦ ତମ ପୁସ୍ତକ ମେଳାରେ ସହର ତଥା ସହର ବାହାରୁ କଟକ, ଭୁବନେଶ୍ୱର, ଫୁଲବାଣୀ, ଦିଲ୍ଲୀ ର ପୁସ୍ତକ ବିକ୍ରେତା ଓ ପ୍ରକାଶକ ମାନେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ୯୦ ଟି ଷ୍ଟଲ ଖୋଲାଯିବ। ସେହିପରି ୧ତାରିଖ ଉଦଘାଟନୀ ଉତ୍ସବରେ ବିପିୟୁଟି ର କୂଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ୨ ତାରିଖରେ ପିଲାମାନଙ୍କ ମଧ୍ୟରେ ଭଜନ ପ୍ରତିଯୋଗିତା ଓ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସାହିତ୍ୟ ସଭା,୩ ତାରିଖ ଦିନ ଉତ୍କଳ ଗୀତିକବି ସମାଜର ସାହିତ୍ୟ ସଭା,୪ ତାରିଖ ରେ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସଭା, ୫ ତାରିଖ ରେ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ର ସାହିତ୍ୟ ସଭା,୬ ତାରିଖ ରେ ଧାମରା ସଂଘ ର ସାହିତ୍ୟ ସଭା,୭ ତାରିଖ ରେ କଲଚରାଲ ଏକାଡେମୀ ର ସାହିତ୍ୟ ସଭା,୮ ତାରିଖ ରେ ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା, ୯ ତାରିଖ ରେ ବସୁଧୈବ କୁଟୁମ୍ବକମ୍ ର ସାହିତ୍ୟ ସଭା ଓ ଚିତ୍ରାଙ୍କନ ଏବଂ ନୃତ୍ୟ ପ୍ରତିଯୋଗିତା,୧୦ ତାରିଖ ଉଦଯାପନୀ ଉତ୍ସବରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହି ଅବସରରେ କୈାତୁକିଆ ପୋଷାକ ପ୍ରତିଯୋଗିତା ଓ ସହରର ବରିଷ୍ଠ ସାହିତ୍ୟିକ ତାରିଣୀ ଚରଣ ସାହୁଙ୍କୁ ଲକ୍ଷ୍ମୀଧର ନାୟକ ସାରସ୍ଵତ ସମ୍ମାନ ପ୍ରଦାନ କରାଯିବ। ତେଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ଡା ବସନ୍ତ କୁମାର ଦାସ, ଅଶୋକ କୁମାର ବଳ, ବିଜୟ କୁମାର ପାତ୍ର,ଟୁକୁଲା ପାଢ଼ୀ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଳୟ ଶତପଥୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ମୁଖପାତ୍ର ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

Sunil Chandra Nayak

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

masiha

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!