ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ ହଜାର କୋଟି ଟଙ୍କା ବିନିଯୋଗରେ ଆଲୁମିନା ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ

୮ ହଜାର କୋଟି ଟଙ୍କା ବିନିଯୋଗରେ ଆଲୁମିନା ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ

ରାୟଗଡା :-ଜମି ଅଧଗ୍ରହଣର ୧୬ବର୍ଷ ପରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଅଞ୍ଚଳବାସିନ୍ଦାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। କସାରୀଗୁଡ଼ାର ଫୁଲଝୋବା ଠାରେ ଓଡିଶା ମାନ୍ୟବର ମୁଖ୍ୟ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ୮ ହଜାର କୋଟି ଟଙ୍କା ବିନିଯୋଗରେ ଆଲୁମିନା ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ଏହି ସମୟରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରକଳ୍ପର ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ହିଂଡଲକ କମ୍ପାନୀ ତରଫରୁ ଶତିସ୍ ପାଇ ପ୍ରକଳ୍ପ କ’ଣ ସବୁ ପ୍ରକଳ୍ପ ଦ୍ଵାରା କାର୍ଯ୍ୟ କାରହେବ ଏବଂ କିଭଳି ନିଯୁକ୍ତି ପାଇବେ ତାହା ଉପରେ ସୂଚନା ଦେଇ ଥିଲେ। ସେହିପରି ଖଣି ଓ ଇସ୍ପାତମନ୍ତ୍ରୀ ପ୍ରତାପ ଦେବ ରାଜ୍ୟ ସରକାର ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଅଞ୍ଚଳ ବାସୀ ଦାବି ମୁତାବକ ୮ ହଜାର କୋଟି ଟଙ୍କା ବିନିଯୋଗ ଉକ୍ତ ପ୍ରକଳ୍ପ ସ୍ଥାପନ କରିବା ସହ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ଦିଆଯିବା ସହ ଲୁଗା କାରଖାନାକୁ ମଧ୍ୟ ୪ ହଜାର କୋଟି ବିନିଯୋଗ କରି ପ୍ରାୟ ୩ ହଜାର ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ସ୍ଥିର କରାଯାଇଥିବା ମନ୍ତ୍ରୀ କହିଥିଲେ। ଏହି ସମୟରେ SC/ST ଏବଂ ଆଇନ୍ ମନ୍ତ୍ରୀ ଜଗନ୍ନାଥ କସାରୀଗୁଡ଼ା ଫୁଲଝୋବା ଠାରେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳ ବାସୀ ତରଫରୁ ଧନ୍ୟବାଦ ଦେଇଥିଲେ। ସେହିପରି ଏଠାରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍ଖର ଉଲ୍ଲାକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ମୈତ୍ରୀ କମ୍ପାନୀ ଚ୍ୟାୟରମ୍ୟନ୍ ଶ୍ରୀନିବାସ ରାଓ, ଲକ୍ଷ୍ମୀପୁର SDC ସଦସ୍ୟ ପାର୍ଦା କୁଲେସିକା ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା ପୂର୍ବତନ ବିଧାୟକ ଲକ୍ଷ୍ମୀପୁର କୈଳାସ ଚନ୍ଦ୍ର କୁଲେସିକା ,। କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଏବଂ ଆଦିତ୍ୟ କମ୍ପାନୀର ଉପଦେଷ୍ଟା ଏସ୍.କେ ମିଶ୍ର ଓ ଆଦିତ୍ୟ କମ୍ପାନୀର ପ୍ରେସିଡେଣ୍ଟ୍ ମେଜର ବେଗ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦଘାଟନ ଉ ଉଚ୍ଚବ ରେ ଯୋଗ ଦେଇଥିବା ଅତିଥି ଠାରୁ ଆରମ୍ଭ କରି ଅଞ୍ଚଳ ବାସୀଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା ମୈତ୍ରୀ କମ୍ପାନୀ ତରଫରୁ କରାଯାଇଥିଲା

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

Sunil Chandra Nayak

ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ.

masiha

Leave a Comment

error: Content is protected !!