ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନବରଙ୍ଗପୁର:(୧୧|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଡଙ୍ଗରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରେବା ମଣ୍ଡଳ କାଉନସିଲର ୧୨ ନ ଉମରକୋଟ ମ୍ୟୁନିସପାଲିଟି,ବରେଣ୍ୟ ଅତିଥି କୈଳାସ ଚନ୍ଦ୍ର ବେହେରା ,ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଅଜୟ କୁମାର ଛୋଟରାୟ , ଅଙ୍ଗନ୍ ୱାଡ଼ି ୱାର୍କର ତୃପ୍ତି ଘରାମି, ଏସ ଏମ ସି ସଭାପତି ଜଳନ୍ଧର ମାଝୀ ଅନ୍ୟତମ ଅତିଥି ସଞ୍ଜୀବ କୁମାର ମଣ୍ଡଳ, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଛୋଟରାୟ, ଗୌତମୀ ସରକାର,ବରିଷ୍ଟ ଶିକ୍ଷୟତ୍ରୀ ଚଇତି ଗଣ୍ଡ ତଥା ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସହ ଧର୍ମିଣୀ ସବିତା ରାଣୀ ନାୟକ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ବାର୍ଷିକ ଉତ୍ସବ ପୂର୍ବରୁ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା lଏହି ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା lଉପସ୍ଥିତ ଅତିଥିମାନେ ଶିକ୍ଷାର ବିକାଶ ଓ ମନ ଦେଇ ପାଠ ପଢି ଭଲ ମଣିଷ ହେବା ନିମନ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

masiha

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!