ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଦ୍ଵାଦଶ ତମ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ -୨୦୨୫ ପାଳିତ 

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଦ୍ଵାଦଶ ତମ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ -୨୦୨୫ ପାଳିତ 
ଓଡ଼ିଶା ମାଟିର ବିଶିଷ୍ଟ ସାହିତ୍ୟିକ,କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ୧୨୨ତମ ଜୟନ୍ତୀ ତଥା ସଂସଦର ବାର୍ଷିକ ଉତ୍ସବ -୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ 
( ଢେଙ୍କାନାଳ ଜର୍ଜ ସ୍କୁଲ ପ୍ରାଙ୍ଗଣରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ)

ଢେଙ୍କାନାଳ: ତା.୧୧.୦୩.୨୦୨୫ : କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଦ୍ଵାଦଶ ତମ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଏ ମାଟିର ବିଶିଷ୍ଟ କବି ସାହିତ୍ୟିକ ତଥା ଶିକ୍ଷାବିତ୍ କବି ଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତଥା ସଂସଦର ବାର୍ଷିକ ଉତ୍ସବ -୨୦୨୫ ଏପ୍ରିଲ୍ ମାସ ୧୫ ତାରିଖରେ ପାଳନ ପାଇଁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୫ ଘଟିକା ସମୟରେ ସ୍ଥାନୀୟ ଢେଙ୍କାନାଳ ଦେଉଳ ସାହି,ଜୁବୁଲି ଟାଉନ,କବିଭୂଷଣ ମାର୍ଗ ସ୍ଥିତ କବିଙ୍କ ନିଜସ୍ୱ ବାସଭବନ କବିକୁଟୀରଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ ।ଉପସଭାପତି ଡ଼ଃ ସମିର କୁମାର ସାହୁ,ଉପସଭାପତି ଡ଼ଃ ପ୍ରମୋଦ କୁମାର ନାୟକ, ସଂପାଦକ,କବିପୁତ୍ର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,କବି ନିର୍ମଳା ମହାପାତ୍ର,ଡ଼ଃ କବିତା ମହାନ୍ତି,ଆଲୋକ କୁମାର ଦାସ,କାଦମ୍ବରୀ ମହାଖୁଡ,ସଂଯୁକ୍ତା ମିଶ୍ର କନ୍ୟା ସୁରମା,ପ୍ରତିମା ଓ ସୁକାନ୍ତି,ବୋହୂ ସୁମିତାରାୟ ପଟ୍ଟନାୟକ,ପୁତ୍ରବଧୂ ଅଞ୍ଜୁ ଅସ୍ମିନ,ନାତି ପି.ପରମଜିତ୍,ନାତୁଣୀ କିରଣମୟୀ ପ୍ରୀତିପୂଜା, ପୁତୁରା ଅବନିଶ ପଟ୍ଟନାୟକ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ,ପଣ୍ଡିତ ଡା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ, ରେଣୁବାଲା ସ୍ମୃତି ସଂସଦର ଆଜୀବନ ସଭ୍ୟ,ତଥା କବିଭୂଷଣ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ କବିଙ୍କ ପ୍ରତିମୂର୍ତ୍ତିରେ ଧୂପ,ଦୀପ,ପୁଷ୍ପ ଓ ଚନ୍ଦନ ଅର୍ପଣ କରିଥିଲେ । ଏକଦା କବିଙ୍କର ଚାକିରୀ ସ୍ଥାନ ଥିବା ସ୍ଥାନୀୟ ଜର୍ଜ ସ୍କୁଲ୍ ପ୍ରାଙ୍ଗଣରେ କବିଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ସମୂହ ଭାବରେ ପ୍ରସ୍ତାବ ଆଗତ ହୋଇଥିଲା। ସମସ୍ତ ବକ୍ତା ଦ୍ଵାଦଶ ତମ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ -୨୦୨୫ ପାଳନ କରାଯିବାର ତାତ୍ପର୍ଯ୍ୟ,ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ଅଭିଭାଷଣ ପ୍ରଦାନ କରି ନିଜ ମାତୃଭାଷା ଓଡ଼ିଆ ଭାଷା ଓ ସାହିତ୍ୟକୁ ସର୍ବଜନାଦୃତ କରି ବିଶ୍ଵସ୍ତରରେ ଏହାକୁ ପ୍ରତିଷ୍ଠିତ ପାଇଁ ଏହି ଅବସରରେ ଅପରାହ୍ନ ୦୩ ଘଟିକା ସମୟରେ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂସ୍କୃତି ଭବନ ସଭାଗୃହରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ତଥା ଓଡ଼ିଶା ଲେଖିକା ସଂସଦର ଆବାହିକା କବୟିତ୍ରୀ ସୁକାନ୍ତି ସାହୁ ତଥା ସମ୍ମାନୀତ ଅତିଥି ଡ.ପ୍ରମୋଦ କୁମାର ନାୟକଙ୍କ ଦିଗ୍ଦର୍ଶନରେ କରାଯିବା ପାଇଁ ସ୍ଥରୀକୃତ ହୋଇଛି।ଏଥିରେ ଶତାଧିକ କବି କବିତା ପାଠ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସଂଯୋଜିକାଙ୍କ ଆସନ ଗ୍ରହଣ କରିବେ କବି ନିର୍ମଳା ମହାପାତ୍ର,କାଦମ୍ବରୀ ମହାଖୁଡ ଓ ଡ଼ା.ଦେବୀ ପ୍ରସାଦ ମିଶ୍ର।କାର୍ଯ୍ୟକ୍ରମକୁ ଉତ୍ସବ ମୁଖର କରିବା ପାଇଁ ସଂସଦର ଉପସଭାପତି ତଥା ସାଂଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସମୀର କୁମାର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଂଧ୍ୟ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଗୁରୁ ଆଶିଷ କୁମାର ପାଲଙ୍କ ମାର୍ଗଦର୍ଶନରେ କରାଯିବା ପାଇଁ ସ୍ଥିର କରାଯାଇଥିଲା ।ସଂଧ୍ୟା ୬ଟାରେ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଶଙ୍କର୍ଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ କରାଯିବ ଓ ଏଥିରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିବୃନ୍ଦ କବିଭୂଷଣଙ୍କ ଜୀବନୀ,ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଓ ସମସ୍ତେ ସେଥିରୁ ପ୍ରେରଣା ଲାଭ କରି ନିଜ ନିଜ ଜୀବନକୁ ସାର୍ଥକ କରିବାକୁ ସଂକଳ୍ପ ନେବା ଉଚିତ୍ ବୋଲି ଦୃଢ଼ ଆହ୍ଵାନ ଜଣାଇଥିଲେ। କବୀ ନିର୍ମଳା ମହାପାତ୍ର ମଙ୍ଗଳାଚରଣ ଗାନ ସହ ଶାନ୍ତି ପାଠ କରିଥିଲେ ।ସଂଗଠନର ଉପ ସଭାପତି ଡ.ସମିର କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ,ସଂପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସେଥିରେ କବିଭୂଷଣଙ୍କ ଅମର କୃତିଗୁଡିକ ମଧ୍ୟରେ ‘ଶ୍ରୀମଦ୍ ଭଗବତ୍ ଗୀତା ପଦ୍ୟ ଅନୁବାଦ’, ‘ଗାୟତ୍ରୀ ରାମାୟଣ’, ‘ଶ୍ରୀହରି ଜନ୍ମାଷ୍ଟମୀ’, ‘ଉଦ୍ଧବ ସନ୍ଦେଶ ଓ ଭ୍ରମର ଗୀତ’, ‘ଶ୍ରୀ ଚୈତନ୍ୟ ଚରିତାମୃତ’, ‘ଶମ୍ଭୁକ୍ଷେତ୍ର କପିଳାସ ଓ ଶ୍ରୀଧର ସ୍ଵାମୀ’, ‘ଶ୍ରୀ ଗୀତଗୋବିନ୍ଦର ଭାଷ୍ୟଟୀକା’, ପିଲାମାନଙ୍କ ପାଇଁ ‘ସଜ ପାଠ’, ‘ଶିଶୁ ସଖା’, ‘ଶିଶୁ ସାଥୀ’, ‘ବର୍ଣ୍ଣବୋଧ’, ‘ଆଦର୍ଶ ମାନସାଙ୍କ’ ସହିତ ଇଂରାଜୀ ଭାଷାରେ ‘ଦି ରାମାୟଣ’, ‘ଦି ମହାଭାରତ ଷ୍ଟୋରି’,ପାଠାଗାର ପୁସ୍ତକ ପାଇଁ ‘ଜୀବନୀ ପ୍ରବାହ’ କାଳିଦାସଙ୍କର ‘କୁମାର ସମ୍ଭବ’ କାବ୍ୟକୁ ଓଡ଼ିଆରେ ଅନୁବାଦ ଆଦି ସଫଳ ସାହିତ୍ୟ କୃତି ଗୁଡିକ ସାହିତ୍ୟ ଓ ଆଧ୍ୟାତ୍ମିକ ଜଗତକୁ ଗୋଟିଏ ଗୋଟିଏ ଅମୂଲ୍ୟ ଦାନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଅଭିମତ ରଖିଥିଲେ।ଏହି ଅବସରରେ ଉପଯୁକ୍ତ ଚୟନ ପ୍ରକ୍ରିୟାରେ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ଯଥା ଭୀମଭୋଇ ସ୍ମୃତି ସମ୍ମାନ,କବି ବ୍ରଜନାଥ ସ୍ମୃତି ସମ୍ମାନ,କବି ଭୂଷଣ ସ୍ମୃତି ସମ୍ମାନ,ଶ୍ରୀରଙ୍ଗରାଜ ସମ୍ମାନ, ଡ.ଅନୁପମା ମିଶ୍ର ମିଶ୍ର ଓ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ପ୍ରାୟୋଜିତ ଶିକ୍ଷାବିତ୍ ପଣ୍ଡିତ ଡା.ରୁଦ୍ର ନାରାୟଣ ମିଶ୍ର ସ୍ମୃତି ଆଦର୍ଶ ଶିକ୍ଷକ ସମ୍ମାନ ପ୍ରଦାନ କରାଯିବା ପାଇଁ ଓ ଏଥିସହ ବଡଜେନା ସାହିତ୍ୟ ସଂସଦ,ଜିଲ୍ଲା ଲେଖକ ସଂସଦ,ଗଁଦିଆ ସ୍ମୃତି ସଂସଦ,ସାଗର ସାହିତ୍ୟ ସଂସଦ,ପଣ୍ଡିତ ଡା. ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ,ସାଂଧ୍ୟ ମହାବିଦ୍ୟାଳୟ, ପୂଜ୍ୟପୂଜା ପରିଷଦ,ଜନ ଜାଗ୍ରତ ମଂଚ କର୍ମକର୍ତାମାନେ ଉଦ୍ଘାଟିକା ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି। ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ମାନଙ୍କ ତରଫରୁ ସମସ୍ତ ଅତିଥିମାନଙ୍କୁ ମାନପତ୍ର,ଉତ୍ତରୀୟ,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଭୃତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି।ଏ ଅବସରରେ ଅନେକ ପୁସ୍ତକ ଓ ପତ୍ରପତ୍ରିକା ଉନ୍ମୋଚିତ ହେବାପାଇଁ ଯୋଜନା କରାଯାଇଛି।କାର୍ଯ୍ୟକ୍ରମ ଶେଷରେ କବିଭୂଷଣ ସ୍ମୃତି ସଂସଦର ସଂଗଠନ ସଂପାଦକ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ “ଆମେ କଣ ଓଡ଼ିଆ ?”ଓ “ଆମ ଓଡ଼ିଆ ଭାଷା ପାଇଁ ” ଶୀର୍ଷକ ଦୁଇଟି ଓଡ଼ିଆ ସନେଟ୍ ପାଠ କରିବା ସଙ୍ଗେ ସଙ୍ଗେ କବିଭୂଷଣ ରାଜ କିଶୋର ପଟ୍ଟନାୟକଙ୍କୁ ଜଣେ ସୁନାମଧନ୍ୟ ଲେଖକ,ପ୍ରାବନ୍ଧିକ, କବି,ସୁସାହିତ୍ୟିକ,ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ, ସ୍ନେହୀ,ଧର୍ମପ୍ରାଣ, ପରୋପକାରୀ,ମହାନ୍ ସାରସ୍ଵତ ସାଧକ,ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ବର୍ଣନା କରି ସେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଓଡ଼ିଶାର ଆଧ୍ୟାତ୍ମିକ ଓ ସାରସ୍ଵତ ଜଗତରେ ସେ ଜଣେ ଦେଦିପ୍ୟମାନ ଉଜ୍ଜ୍ଵଳ ତାରକା ଭାବରେ ଚିରଦିନ ପାଇଁ ପ୍ରତିଭାତ ଓ ଉଦ୍ଭାସିତ ହୋଇ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସଂସଦର ଉପସଭାପତି ଡ.ସମିର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଡ଼ା ଦେବୀ ପ୍ରାସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

masiha

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

masiha

Leave a Comment

error: Content is protected !!