ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’

ଭବାନୀପାଟଣା,୧୫।୭: ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିବା କବି ଭବାନୀ ଶଙ୍କର ନିଆଲଙ୍କ ଇଂରାଜୀ କବିତା ସଂକଳନ ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’,ଦି ପଏଟିକ ଲିଗାସି ଅଫ ଡ. ଭବାନୀଶଙ୍କର ନିଆଲ’ ପ୍ରକାଶିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ଭାଷାବିତ ପ୍ରଫେସର ଇରେନେ ଦୌରା କାବାଡିଆ ସମ୍ପାଦନା କରିଛନ୍ତି। ଶ୍ରୀମତୀ କାବାଡ଼ିଆ ବହୁଭାଷୀ ଅନୁବାଦିକା ଭାବେ ଯେତିକି ପରିଚିତ, ଅନ୍ତର୍ଜାତୀୟ ଲେଖକ ପ୍ରକାଶନୀ ସଂସ୍ଥାର ସମ୍ପାଦିକା ଭାବେ ବେଶ ପରିଚିତ। ଅନେକ ବିଶ୍ୱସ୍ତରୀୟ ଲେଖକୀୟ ପ୍ରକାଶନୀ ଓ ସଂସ୍ଥା ସହ ସେ ଜଡିତ ଥିବା ବେଳେ ନିଜର ପାଠକୀୟତା ପାଇଁ ସେ ଅନେକ ପୁରସ୍କାରପ୍ରାପ୍ତ। ତାଙ୍କ ଦ୍ୱାରା ଏହା ସମ୍ପାଦିତ ହେବାରେ ପ୍ରଥମ ଭାରତୀୟ ପୁସ୍ତକ। ଇଂରାଜୀରେ ଏହାକୁ କବି ବଂକିମ ମୁଣ୍ଡ ଅନୁବାଦ କରିଥିବା ବେଳେ ଇଟାଲୀ, ଜର୍ମାନ, ଫ୍ରେଞ୍ଚ, ପର୍ତ୍ତୁଗୀଜ ଭାଷାରେ ଏହା ବିଭିନ୍ନ ଆନ୍ତର୍ଜାତିକ ଖ୍ୟାତନାମା କବିଙ୍କ ଦ୍ୱାରା ଅନୁବାଦ କରାଯାଇଛି। ଏହାକୁ ରାଇଟର୍ସ ଇଣ୍ଟରନେସନାଲ ଏଡିସନ ଏଥେନ୍ସ ଓ ମହୀଶୂର ପ୍ରକାଶନୀ ସଂସ୍ଥା ପ୍ରକାଶିତ କରିଥିବା ସ୍ଥଳେ ଏହି ସଂସ୍ଥାର ସିଇଓ ପ୍ରୀତ ପଦ୍ମନାଭନ ନାମ୍ବିଆର ପ୍ରକାଶକ ରହିଛନ୍ତି। ଏହି ପୁସ୍ତକ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି। ସୂଚନାଯୋଗ୍ୟ ଯେ ଶ୍ରୀ ନିଆଲ କରୋନା ସମୟରେ ‘ଲକଡାଉନ’ କବିତା ସଂକଳନ ମାଧ୍ୟମରେ ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। କବିତାରେ ମୃତ୍ୟୁ ଚେତନାର କଳା ଓ ନାନ୍ଦନିକତା ଯୋଗୁଁ ସେ ସମକାଳୀନ ବିଶ୍ୱ ସାହିତ୍ୟରେ ପାଠକ ମାନଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲେ। କ୍ରମାଗତ ଭାବେ ତାଙ୍କର କବିତା ସବୁ ପୃଥିବୀର ୨୦ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ। ଏହି ସମୀକ୍ଷା ପୁସ୍ତକ ପ୍ରକାଶିତ ହେବା ଖବର ମାତ୍ରେ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନୂତନ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି

Sunil Chandra Nayak

Leave a Comment

error: Content is protected !!