ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

ଢେ଼ଙ୍କାନାଳ/ହିନ୍ଦୋଳ (ମ ସୀ ହା)ଗତ 31/07/2023ରିଖ ସୋମବାର ଦିନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ପ୍ରଚେଷ୍ଟାରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (ଢେଙ୍କାନାଳ)କାର୍ଯ୍ୟାଳୟରୁ ତିନିଜଣ ଭିନ୍ନକ୍ଷମ ସୀମା ପ୍ରଧାନ(୨୦)ଗ୍ରାମ କନକା,ଜାହାଜ ଦେହୁରୀ(୪୮)ଗ୍ରାମ ନୂଆବଗ,ପୃଥ୍ବୀରାଜ ପ୍ରଧାନ(୪୮)ଗ୍ରାମ କନକା,ମାନଙ୍କ ପାଇଁ ଆବଶ୍ୟକୀୟ ନଥିପତ୍ର ଦର୍ଶାଇ ଭ୍ରାମ୍ଯମାଣ ଚୌକି ସଂଗ୍ରହ କରାଯିବା ସହିତ ଅଦ୍ଯ ତା ୦୩/୦୭_ରିଖ ଗୁରୁବାରଦିନ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ସଂଗଠନର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର,ସହ ସଂଯୋଜକ ଚନ୍ଦନ ସାହୁ ଭାଇ,ସେବକ ନିରାକାର ବୈଦ୍ୟଭାଇଙ୍କର ସହଯୋଗ ତଥା ସଂଗଠନର ଉପଦେଷ୍ଟା ନୂଆବଗ ସରପଞ୍ଚ ଶ୍ରୀଯୁକ୍ତ ମାନସ ଦେହୁରୀଙ୍କର ଉପସ୍ଥିତିରେ ସଯତ୍ନେ ପ୍ରଦାନ କରାଯାଇଛି।

    ପ୍ରକାଶଥାଉକି ଆପଣମାନଙ୍କର ଜ୍ଞାତସାରରେ ହିନ୍ଦୋଳ ବ୍ଲକ ସ୍ତରରେ,ନିଜସ୍ୱ ଗ୍ରାମ ରେ,ପାଖ ପଡୋଶୀ ଯଦି ଭିନ୍ନକ୍ଷମ ବ୍ଯକ୍ତି ବିଶେଷ ଶିଶୁ,ମହିଳା,ପୁରୁଷ କେହି ଥାନ୍ତି ତେବେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ),ରାସୋଳ ସହିତ 9337291095 ନମ୍ବରରେ ଯୋଗାଯୋଗ କଲେ ଆବେଦନର କ୍ରମାନୁସାରେ ପର୍ଯ୍ଯାୟକ୍ରମେ,ୱାକର୍ ଭ୍ରାମ୍ଯମାଣ ଚୌକି,ତିନି ଚକିଆ ବିଶିଷ୍ଟ ସାଇକେଲ ଆଦି ସାଧନ ନିଶୁକ୍ଲରେ ପ୍ରଦାନ କରାଯିବାର ବ୍ଯବସ୍ଥା କରାଯିବ।ଆବେଦନକାରୀ ନିଜସ୍ୱ ଏକ ପାସପୋର୍ଟ ସାଇଜ୍ ର ଫଟୋ ସହିତ ଆଧାର କାର୍ଡ,ବିକଳାଙ୍ଗ ପ୍ରମାଣ ପତ୍ର,ରାସନ କାର୍ଡ ର ନକଲ ନିଜସ୍ୱ ସ୍ବାକ୍ଷର ସହିତ ପ୍ରଦାନ କରିବା ହେବେ।ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅଇରା ଅନୁଷ୍ଠାନ ଏବଂ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳର ମିଳିତ ସହାୟତାରେ ହିନ୍ଦୋଳ ବ୍ଲକ ସ୍ତରରେ ବହୁ ଭିନ୍ନକ୍ଷମ ବ୍ଯକ୍ତି ଉପକୃତ ହେବା ସହିତ ଯଦି କୌଣସି ଭିନ୍ନକ୍ଷମ ବ୍ଯକ୍ତି ଙ୍କର ବିକଳାଙ୍ଗ ପ୍ରମାଣପତ୍ର ହୋଇ ନଥିବ ତେବେ ସେମାନଙ୍କର ବିକଳାଙ୍ଗ ପ୍ରମାଣପତ୍ର ପ୍ରାପ୍ତି ନିମିତ୍ତ ପଦକ୍ଷେପ ନିଆଯିବ।

    ସଂଗଠନ ମାଧ୍ଯମ ସାଜି ଏତାଦୃଶ ସେବା କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିଥିବାରୁ ଗ୍ରାମବାସୀ ଏବଂ ଭିନ୍ନକ୍ଷମ ପରିବାରବର୍ଗ ଅତ୍ଯନ୍ତ ଖୁସିହେବା ସହିତ ଆନ୍ତରିକ ସାଧୁବାଦ ଜ୍ଞାପନ ଓ ଅଶେଷ ଧନ୍ଯବାଦ ପ୍ରଦାନ ପୂର୍ବକ ସଂଗଠନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।ଆଗାମୀଦିନରେ ଏତାଦୃଶ ଜନମଙ୍ଗଳ କାରୀ କାର୍ଯ୍ଯକୁ ବଜାୟ ରଖିବା ସହିତ ଜନତାଙ୍କର ଶ୍ରଦ୍ଧା ଭାଜନ ହେବେ ବୋଲି ଆଶାରଖନ୍ତି ସଂଗଠନର ପ୍ରତ୍ୟେକ ସେବକ _ସେବିକାଗଣ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

Sunil Chandra Nayak

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!