ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ

ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

 ମୟୂରଭଞ୍ଜ: ୩୦/୦୪/୨୦୨୫  // ବୁଧବାର ICSE BOARD ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସନିକଟ ଅସନଵଣି ଗ୍ରାମସ୍ଥ କେରଳା ପବ୍ଲିକ ସ୍କୁଲ ଅସନବଣୀ, ରାଇରଙ୍ଗପୁର, ମୟୁରଭଞ୍ଜ, ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଶ୍ରୀମାନ ସୂର୍ଯ୍ୟା ଭରଦ୍ୱାଜ ୯୬.୬℅ ନମ୍ବର ରଖି ଟପ୍ପର ହୋଇଛନ୍ତି ଓ ୯୦℅ ରୁ ଉର୍ଦ୍ଧ୍ବ ନମ୍ବର ରଖି ୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। 

ଏଥର ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ Anwesha Program ଅନ୍ତର୍ଭୁକ୍ତ ସର୍ବମୋଟ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ସଲମା ମାର୍ଣ୍ଡି ୯୦℅ , ଲକ୍ଷ୍ମଣ ମୁର୍ମୁ ୮୬.୬℅, ଓ ପଦ୍ମାବତୀ ଟାମୁଡ଼ିଆ ୮୩.୬℅ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ଗୀତାଞ୍ଜଳୀ ତ୍ରିପାଠୀ, ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ସ୍କୁଲର ଡ଼ାଇରେକ୍ଟର ଡ. ଶ୍ରୀକାନ୍ତ ନାୟର ଓ ସମସ୍ତ ଅଭିଭାବକ-ଅଭିଭାବିକା କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିବାଦନ ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡ଼ିଲା ବିକାଶ ବାହନ

masiha

ରାୟଗଡ଼ା ସ୍ବୟଂ ଶାସିତ ମହାବଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!