ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ
ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ
ରକ୍ତ ଦାନ ଜୀବନ ଦାନ ଓ ମହାନ୍ ପୁଣ୍ୟ ଅର୍ଜନ
ଢେଙ୍କାନାଳ: ତା.୩୦.୦୪.୨୦୨୪ ରିଖ : ପ୍ରାତଃ ୮ ଘଟିକା ସମୟରେ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ,ରକ୍ତ ଦାନ ଜୀବନ ଦାନ ଓ ମହାନ୍ ପୁଣ୍ୟ ଅର୍ଜନର ଲକ୍ଷ ନେଇ ଓଡ଼ିଶା ସରକାରଙ୍କ ଜିଲ୍ଲା ଉପ- ନିବନ୍ଧକ ସମବାୟ ସମିତି ସମୂହ ଢେଙ୍କାନାଳ ପ୍ରଭାଗ ପକ୍ଷରୁ ସ୍ଥାନୀୟ ମହିଷାପାଟ ସ୍ଥିତ ଜିଲ୍ଲା ସମବାୟ କାର୍ଯ୍ୟାଳୟ ଭବନ ସମ୍ମେଳନ ହଲ୍ ରେ ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ସମୂହ,ଢେଙ୍କାନାଳ ପ୍ରଭାଗ ସୁଶ୍ରୀ ସରୋଜିନୀ ଜେନାଙ୍କ ସଭାପତିତ୍ବରେ ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନଙ୍କ ସଫଳ ସଂଯୋଜନାରେ ଏକ ସଫଳ
ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ଉପଲକ୍ଷେ “ରକ୍ତଦାନ ଜୀବନ ଦାନ,ମହାନ୍ ପୁଣ୍ୟ ଅର୍ଜନ” ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ଯୋଗଦେଇ ସମବାୟ ସମିତି ଉପ ନିବନ୍ଧକ ସୁଶ୍ରୀ ସରୋଜିନୀ ଜେନା ଆଜିର ଆଲୋଚନାଚକ୍ର ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ,ରକ୍ତଦାନ ଜୀବନ ଦାନ ମହାନ୍ ପୁଣ୍ୟ ଅର୍ଜନ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ ଓ ରକ୍ତଦାନ
ସମ୍ପର୍କରେ ସ୍ବରଚିତ ଗୋଟିଏ ଏକପଦୀ ପାଠ କରି ସମସ୍ତଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବରେ ଯୋଗଦାନ କରି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ,ଅନୁଗୋଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ମଲ୍ଲିକ ପ୍ରମୁଖ ରକ୍ତଦାନର ମହତ୍ତ୍ଵ ଓ ଉପଯୋଗିତା ସଂପର୍କରେ ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧୁକାରୀ,ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଓ ସମ୍ପାଦକ,ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।ଉପ ନିବନ୍ଧକ ସମବାୟ ସମିତି ସମୂହ ସୁଶ୍ରୀ ସରୋଜିନୀ ଜେନା ସ୍ବାଗତ ଭାଷଣ ଓ ସଭାପତିଙ୍କ ଅଭିଭାଷଣରେ ଆଜି ରକ୍ତଦାନ ଶିବିର ଆୟୋଜନର ଆଭିମୁଖ୍ୟ,ଆବଶ୍ୟକତା,ତାତ୍ପର୍ଯ୍ୟ ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରିଥିଲେ।ଅନ୍ୟତମ ତଥା ବରିଷ୍ଠ ସହକାରୀ ନିବନ୍ଧକ ବିରଜା ନନ୍ଦ ଦାସ,ଶରତ ଚନ୍ଦ୍ର ପାଣିଗ୍ରାହୀ,ଅମରଜୟ ଦାଶ ଏବଂ ସହକାରୀ ନିବନ୍ଧକ ସୁଶ୍ରୀ ଅନନ୍ୟା ଶର୍ମା,ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନ,ଅନୁଭାଗ ଅଧିକାରୀ (ସେକ୍ସନ ଅଫିସର୍ )ଉମାକାନ୍ତ ନାୟକ,ବରିଷ୍ଠ କାର୍ଯ୍ୟାଳୟ ସହକାରୀ ମଳୟ କୁମାର ରାଉତ ଓ ଅମିତ ଶକ୍ତି ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମଞ୍ଚାସୀନ ବକ୍ତାମାନେ ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶାରେ ସମବାୟ ଆନ୍ଦୋଳନ ଭଳି ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ରକ୍ତଦାନ ଜୀବନ ଦାନ ସହ ସମାନ ଓ ପୁଣ୍ୟ ଅର୍ଜନର ସର୍ବଶ୍ରେଷ୍ଠ ମାର୍ଗ ହୋଇ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଏହି ରକ୍ତଦାନ ଶିବିରରେ ଢେଙ୍କାନାଳ ଜିଲ୍ଲାର ସମବାୟ ପ୍ରେମୀ କାର୍ଯ୍ୟାଳୟ କର୍ମଚାରୀବୃନ୍ଦଙ୍କ ସମେତ ମୋଟ୍ ୪୫ଜଣ ସ୍ଵେଚ୍ଛାସେବୀମାନେ ମଧ୍ୟ ରକ୍ତଦାନ କରିଥିଲେ। ସର୍ବପ୍ରଥମ ରକ୍ତଦାତା ଭାବରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସ୍ଵ ରକ୍ତଦାନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସର୍ବମୋଟ୍ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ସମସ୍ତ ରକ୍ତଦାତା ମାନଙ୍କୁ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ପକ୍ଷରୁ ପ୍ରମାଣପତ୍ର, ଆଇକାର୍ଡ ଓ ସମବାୟ ବିଭାଗ ପକ୍ଷରୁ ଖାଦ୍ୟପେୟ ପ୍ରଦାନ କରାଯାଇଥିଲା।ଶିବିରରେ ରକ୍ତ ଭଣ୍ଡାରର ଡାକ୍ତର ସ୍ୱରୂପ ରଞ୍ଜନ ସାହୁ,ରାକେଶ କୁମାର ବେହେରା, ବିନୋଦିନୀ ଯୋଗଣିଆ,ଅଜୟ କୁମାର୍ ସ୍ୱାଇଁ,ବରୁଣ ସାହୁ, ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନ ସଭାର ସୁସଂଯୋଜନା କରିବା ସହିତ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ମଞ୍ଚ ସୁପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ସହକାରୀ ନିବନ୍ଧକ ବିରଜାନନ୍ଦ ଦାଶ ଉପସ୍ଥିତ ଆଜିର କାର୍ଯ୍ୟକ୍ରମକୁ ସଫଳ କରିଥିବା ଉପସ୍ଥିତ ସମସ୍ତ ସୁଧୀ ବୃନ୍ଦ,କାର୍ଯ୍ୟାଳୟର ଅଧିକାରୀ ଗଣ ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

