ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ବୈଠକ

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ବୈଠକ

ରାଇରଙ୍ଗପୁର – ୧/୦୭। ରାଇରଙ୍ଗପୁର ର ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ରାଇରଙ୍ଗପୁର ଜିଲ୍ଲାର କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏଵଂ ପରିକ୍ରମାର ଅଧ୍ୟକ୍ଷ ମନୋଜ ଦାସଙ୍କ ମଂଚ ପରିଚାଳନାରେ ପରିଵର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପଦେଷ୍ଟା ପ୍ରାକ୍ତନ ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା,ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ଵିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ପ୍ରାକ୍ତନ ବିଧାୟକ ସାହିବା ସୁଶିଲ ହାଁସଦା, ବିଶିଷ୍ଟ ସାମାଜିକ କର୍ମୀ ଇଶାନ ମିଶ୍ର,ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ, ନପାରି ନେତ୍ରୀ ତନୁଜା ମହାନ୍ତ,ଡ଼ାଃ ଶିବାଶିଷ ଗିରି, ଵିଏମସ ଶ୍ରମିକ ନେତା ନେତା ନିଗମାନନ୍ଦ ପଟନାୟକ, ସାମାଜିକ କର୍ମୀ ସୁବାସ ମଣ୍ଡଳ,ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଵହଳଦା ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ତିରିଂ ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି,ପାର୍ଥ ସାରଥି ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରେ ତଥା ତିନି ବର୍ଷ ପରେ ପୁଣି ଥରେ ରାଇରଙ୍ଗପୁର ଜିଲ୍ଲା ଦାବି ମୁଣ୍ଡ ଟେକିଛି ।ଆଜି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟର ମୋହନ ସରକାର ପୋଲିସ ଜିଲ୍ଲା ଘୋଷଣା ସହ ଏସପି ନିଯୁକ୍ତି ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।ଦିଲ୍ଲୀ ଅଭି ଦୂର ନହିଁ ହିସାବରେ ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ପାଇଁ କିଭଳି ପଦକ୍ଷେପ ନେଲେ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା ଘୋଷଣା କରିବେ ସେଥିପାଇଁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସୁଚିନ୍ତିତ ମତାମତ ଦେଇଥିଲେ ।ଆଗାମି ଦିନରେ ଆଉଥରେ ବୈଠକ ଡକାଯିବ ଏବଂ ବୈଠକରେ ସବୁଦଳର ନେତୃବୃନ୍ଦ , ସାମାଜିକ କର୍ମୀ, ଜନପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି, ସଚେତନ ନାଗରିକ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଡକାଯିବ ଏବଂ ସମସ୍ତଙ୍କର ମତାମତ ନେଇ ସଠିକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ତୃଣମୂଳ ସ୍ତରରେ ବ୍ଳକ ଓ ପଞ୍ଚାୟତ ର ଛାମୁଆଁ ଯୁବ ଛାତ୍ର ସଂଗଠକ ଙ୍କୁ ଗୁରୁତ୍ଵ ଦିଆଯିବ ।ଗଣତାନ୍ତ୍ରିକ ଉପାୟରେ ଶାନ୍ତି ପୁର୍ଣ ଭାବରେ ନୂତନ ଜିଲ୍ଲା ଦାବି ହାସଲ ପାଇଁ ଆନ୍ଦୋଳନ ଜାରି ରହିବ ଏଵଂ ସମୟ ଅନୁସାରେ ପରବର୍ତ୍ତି କାର୍ଯ୍ଯକ୍ରମକୁ ହାତକୁ ନିଆଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ମନୋରଞ୍ଜନ ହାଁସଦା ଧନ୍ୟବାଦ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

masiha

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଢେଙ୍କାନାଳଠାରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ

Leave a Comment

error: Content is protected !!