ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ 

କାମାକ୍ଷାନଗର (ମନିସ)10/11/25 — ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ ଙ୍କ ସମେତ ଭାରପ୍ରାପ୍ତ ଥାନାଧିକାରୀ ସୁବ୍ରତ କୁମାର ସାହୁ,ଦୀପକ ମର୍ଦ୍ଦରାଜ ଭୂୟାଁ,ମାନସ ନାୟକ,ଜ୍ୟୋତି ସିଂ,ବରିଷ୍ଠ ନାଗରିକ ଟ୍ରଷ୍ଟ ସଭାପତି ରଥ ସେଠୀ, ଦୂର୍ଗା ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗଦେଇ ଅଜଣା ଫୋନ୍ କଲ୍ ରୁ ଦୂରେଇ ରହିବ,କାହାକୁ ଓଟିପି ନ ଦେବା ,ଅଜଣା ଆପ୍ ରେ କୌଣସି ତଥ୍ୟ ନ ଦେବା,ଭିଡିଓ କଲ୍ ମାଧ୍ୟମରେ ନିଜର ଅନ୍ତରଙ୍ଗ ଫଟୋ ଠାରୁ ଦୂରେଇ ରହିବା ଭଳି ସଚେତନତା ବାର୍ତ୍ତା ଦେଇଥିଲେ ଓ ସଚେତନତା ହି ସୁରକ୍ଷା ବୋଲି ମତ ବ୍ୟକ୍ତ କରିଥିଲେ । ସଚେତନତା ରଥ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କୁ ଏଲ୍ ଇ ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଭୁବନ ଥାନା କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଇକ ରୁ ପଡି ଯୁବକ ମୃତ, ଆଜି ପୋଲିସର ତଦନ୍ତ ଜାରୀ 

masiha

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ୧୦ ଦଫା ଦାବି କୁ ନେଇ କନ୍ଧମାଳ ରେ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!