ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରାଦ୍ଧ ବାର୍ଷିକ ପାଳନ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରାଦ୍ଧ ବାର୍ଷିକ ପାଳନ 

ବାଲେଶ୍ଵର,୨୯/୩/୨୪-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜାତୀୟ ଜୁନିଅର ରେଡକ୍ରସ ଓ ସ୍ବର୍ଗତ ସୁରେନ୍ଦ୍ର ନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇଯାଇଛି । ଉକ୍ତ ଉତ୍ସବକୁ ଖଇରା ହାଇସ୍କୁଲର ହିନ୍ଦୀ ଶିକ୍ଷକ ନରୋତ୍ତମ ପୁଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । ଦିଲ୍ଲୀପ କୁମାର ଲେଙ୍କା ସଭାପତିତ୍ବରେ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଭାଇ ଶ୍ରୀମାନ ସାଇ ପ୍ରସନ୍ନଙ୍କ ଦେହାନ୍ତ ବିଷୟରେ ସଭାକୁ ଜଣାଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଜାତୀୟ ଜୁନିଅର ରେଡକ୍ରସ ବିଷୟର ପିଲାମାନଙ୍କୁ ଉଦବୋଧନ ନେଇ ସ୍ବର୍ଗତ ସୁରେନ୍ଦ୍ର ନାୟକ ଏ ଅଞ୍ଚଳରେ ଜଣେ ବିପଦର ସାଥୀ ଥିଲେ ବୋଲି କହିଥିଲେ । ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ସାହୁ ସ୍ବର୍ଗତ ସୁରେନ୍ଦ୍ର ନାୟକଙ୍କର ଶିକ୍ଷାପ୍ରତି ଭଲ ପାଇବା ବିଷୟରେ ଆଲୋକପାତ କରିଥିଲେ । ପରିଚାଳକ ଦିଲ୍ଲୀପ କୁମାର ଲେଙ୍କା ସ୍ବର୍ଗତ ନାୟକଙ୍କର ଜ୍ୟେଷ୍ଠ ପୁତ୍ର ଦେବେନ୍ଦ୍ର ନାୟକଙ୍କ ପୁରା ପ୍ରଦତ୍ତ ଅର୍ଥରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତ୍ୟେକ ଶ୍ରେଣୀର ପାଞ୍ଚ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବହିଖାତା ଦିଆଯାଇଥିଲା । ଉକ୍ତ ରେଡକ୍ରସ ଶିବିରରେ ଗୁରୁଜୀ ଷ୍ଟାଲିନ ରାଉତ, ପୂର୍ଣ୍ଣ ଚନ୍ଦ୍ର ସାହୁ, ପୀୟୁଷ ରାଉତ, ଭରତ ବେହେରା, ଗୁରୁମା ସାବିତ୍ରୀ ପଣ୍ଡା, ପୁଷ୍ପାଞ୍ଜଳି ରାଉତ, ବନ୍ଦନା ପ୍ରଧାନ, କ୍ରୀଷ୍ଣାରାଣୀ ହାତୀ, ଦୀପାଞ୍ଜଳୀ ବେହେରା, ପ୍ରମୋଦିନୀ ଗିରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମ୍ପାଦିକା କଳ୍ପନା ଲେଙ୍କା ଧନ୍ୟବାଦ ଅର୍ପଣ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

masiha

Leave a Comment

error: Content is protected !!