ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା ! ହଦହଦି ଜଙ୍ଗଲରେ ଭାଲୁ – ଚାଷୀ ମୁହାଁ ମୁହିଁ ! ଚାଷୀ ଗୁରୁତର !

ମୟୂରଭଞ୍ଜ – (ମସିହା) ବିଶୋଇ ଥାନା ଅନ୍ତର୍ଗତ ଖଡମଵେଡା ପଞ୍ଚାୟତର ସାନବାଲିଚୁଆ ଗ୍ରାମର ଜନୈକ ଯୁବ ଚାଷୀ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସାନବାଲିଚୁଆ ଗ୍ରାମର କାନ୍ଦରା ନାଏକ(୩୦) ଶିମିଳିପାଳ ପାହାଡ଼ ଅଧିନସ୍ଥ ହଦହଦି ଜଙ୍ଗଲକୁ ଜଙ୍ଗଲଜାତ ସାମଗ୍ରୀ ଆଣିବାକୁ ଯାଇଥିବା ସମୟରେ ଏକ ମାଈ ଭାଲୁ ସହ ମୁହାଁମୁହିଁ ହୋଇଥିଲା । ଭାଲୁ ସହିତ ଲଢେ଼ଇ ହୋଇଥିଲା । ଭାଲୁ କାନ୍ଦରାକୁ କ୍ଷତ ବିକ୍ଷତ କରି ଗୁରୁତର ଅବସ୍ଥାରେ ପକାଇ ଜଙ୍ଗଲ ଭିତରକୁ ତାର ଦୁଇଟି ଶାବକ ଛୁଆକୁ ଧରି ପଳାଇଥିଲା । ଖବର ପାଇ ମଣଦା ବନବିଭାଗ କାନ୍ଦରାକୁ ପାଖରେ ପହଞ୍ଚି ହାଲଚାଲ ବୁଝି ଆବଶ୍ୟକୀୟ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଖଡମଵେଡା ସମିତି ସଭ୍ୟା ବାସନ୍ତୀ ହାଁସଦା ଗୁରୁତର କାନ୍ଦରାକୁ ଡାକ୍ତର କାମନାରେ ଭେଟି ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କାନ୍ଦରାକୁ ଆବଶ୍ୟକୀୟ କ୍ଷତିପୂରଣ ଖର୍ଚ୍ଚ ବହନ କରିବାକୁ ଵନ ବିଭାଗ ପାଖରେ ଦାବି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୧- ସେବା ସଂକଳ୍ପ ଅଭିଯାନ’ ପରିପେକ୍ଷୀରେ ଆୟୋଜିତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗୃହୀତ, ୨- ମନା ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ,୩- ଜଳେଶ୍ୱର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଦୁଇବର୍ଷ ହେଲାଣି ଅନ୍ଧ ହୋଇ ଦିନ କାଟୁଛନ୍ତି ସୋମନାଥ |ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

masiha

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

masiha

Leave a Comment

error: Content is protected !!