ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ , ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ; ଜିତିଲେ ଦୀପାଳି ଦାସ

ଝାରସୁଗୁଡା ଉପନିର୍ବାଚନରେ ରେବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟୀ । ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି । ଦୀପାଳି ଦାସ ୪୮ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୩ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳ ଦାସ । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ଝାରସୁଗୁଡାରେ ପ୍ରଥମ ଥର ପାଇଁ ୧ଲକ୍ଷରୁ ଅଧିକ ଭୋଟ୍ ପାଇଛି ବିଜେଡି । ଗତ ନିର୍ବାଚନରେ ନବ ଦାସ ସର୍ବାଧିକ ୯୮ ହଜାର ୬୨୦ ଭୋଟ୍ ପାଇଥିଲେ ।

ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ପୁଣି କାମ ଦେଇଛି । ବିଜେଡି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଛି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡି ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଭୋଟର୍ ।

ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଜୟ ନେଇ ଆଶାବାଦୀ ଥିବାବେଳେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ୪୮,୬୧୯ ଭୋଟ୍‌ ମିଳିଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଖୁସିରେ ବିଭୋର ହୋଇଯାଇଛନ୍ତି ଦୀପାଳି ।

ଅନ୍ୟପକ୍ଷରେ ଏହି ଉପନିର୍ବାଚନରେ ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି । ଝାରସୁଗୁଡ଼ାରେ ବିଜେପି କିଛି ଚମତ୍କାରିତା ଦେଖାଇ ପାରିନି । ଦ୍ୱିତୀୟରେ ରହିଯାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ସେହିପରି କଂଗ୍ରେସ ତାର ପୂର୍ବ ଭୋଟ ରକ୍ଷା କରିପାରିନି । ସୂଚନାଯୋଗ୍ୟ ଗତ ନବ ଦାସ ୨୦୦୯, ୨୦୨୧୪ କଂଗ୍ରେସରୁ ବିଧାୟକ ହୋଇଥିବାବେଳେ ୨୦୧୯ ପୂର୍ବରୁ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ବି ଥିଲେ । ତାଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ପଦ ଖାଲି ଥିଲା । ଗତ ମାସ ୧୦ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ଗଣନା ହୋଇଛି । ମଇଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଯଥା ବିଜେଡ଼ିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ତେଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା । ଆଉ ସବୁ ଆକଳନକୁ ସତ କରି ବିଜେଡି ପୁଣି ଝାରସୁଗୁଡ଼ା ଅକ୍ତିଆର କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁସପୁତ୍ତଳିକା ଦାହ

masiha

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

masiha

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

Leave a Comment

error: Content is protected !!