ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ 

ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ 

ରାଉରକେଲା: ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଓ ନବମ ଓଡିଶା ଏନସିସି ବାଟାଲିୟନ ଆନୁକୂଲ୍ୟରେ ଆଜି ଡାଲମିଆ କଲେଜ ରାଜଗାଙ୍ଗପୁର ପରିସରରେ ଏକ ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଜୁନିୟର ରକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରର ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଆରଟିଓ ପର୍ଶୁରାମ ସାହୁ ଓ ସମ୍ମାନିତ ଅତିଥି ଭାବେ ଡାଲମିଆ କଲେଜ ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ର ପଲେଇ, ନବମ ଓଡିଶା ବାଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଶଶାଙ୍କ ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ଏହି ଶିବିରକୁ ମାଷ୍ଟର ଟ୍ରେନେର ଶୁଭେନ୍ଦୁ ପଣ୍ଡା, ଭରତ ସାହୂ, ଅମିତ ରାଉତ,ଉଦ୍ଧବ ମହନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ | ଏହି ଆନୁଆଲ ଟ୍ରେନିଂ କ୍ୟାମ୍ପ ଶିବିରରେ ରାଜଗାଙ୍ଗପୁର ର ଡାଲମିଆ କଲେଜ,ଏସ ଡି ଓମେନ୍ସ କଲେଜ,ରାଷ୍ଟ୍ରୀୟ ବିଦ୍ୟାଳୟ,ସେଣ୍ଟ ମାରୀ ଗାର୍ଲସ ହାଇସ୍କୁଲ, ସରକାରୀ ହାଇସ୍କୁଲ, ଉଜ୍ୱଳପୁର, ରାଉରକେଲାର ମୁନିସିପାଲ କଲେଜ, ଇସ୍ପାତ କଲେଜ, ଗାନ୍ଧୀ ମହାବିଦ୍ୟାଳୟ , ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ସରକାରୀ ହାଇସ୍କୁଲ ଉଦିତନଗର ର ୪୦୦ କ୍ୟାଡେଟ ଅଂଶ ଗ୍ରହଣ କରୁଛନ୍ତି | ଏହି ଶିବିର ୪ ତାରିଖ ରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ଉଦଯାପିତ ହେବ | ଆଜି ର ଏହି ପ୍ରଶିକ୍ଷଣ ଶିବିରକୁ ଦୁଇଟି ସେସନ ରେ ପରିଚାଳନା ହୋଇଥିଲା ଏବଂ ଏଥିରେ ସର୍ବମୋଟ ୪୦୦ ପୁଅ ଓ ଝିଅ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ | ସେମାନଙ୍କୁ ରୋଡ ଟ୍ରାଫିକ ସିଗନାଲ,ଦୁର୍ଘଟଣା କଣ ପାଇଁ ହେଉଛି ଓ ତାର ପ୍ରତିକାର କେମିତି ଉପାୟରେ ନେବା ଯାହା ପାଇଁ ଦୁର୍ଘଟଣା କମାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୫ ଇ ସମ୍ପର୍କରେ ଅବଗତ କରାଯାଇଥିଲା ଯାହା ଇଞ୍ଜିନୀୟରିଙ୍ଗ,ଏନଫୋର୍ସମେଣ୍ଟ, ଏଜୁକେସନ, ଏମରଜେନସି କେୟାର ଓ ଇଭାଲୁୟେସନ ବିଷୟରେ ଆଟିଓ ପର୍ଶୁରାମ ସାହୁ ବିସ୍ତୃତ ଭାବରେ କ୍ୟାଡେଟ ମାନଙ୍କୁ ଅବଗତ କରିଥିଲେ | ମାଷ୍ଟର ଟ୍ରନେର ଭରତ ସାହୁ ବିଗତ ବର୍ଷ ମାନଙ୍କର ଦୁର୍ଘଟଣର ଗ୍ରାଫିକ ଚାର୍ଟ, କେମିତି ଏହାକୁ ଆମେ ୨୫% କମାଇ ପାରିବା, ଗୂଡ଼ ସମାରିଟନ ରାଇଟ୍ସ, ପର୍ସନାଲ ସେଫଟି, ଗୋଲଡେନ ଆୱାର, ପ୍ଲାଟିନମ ମିନିଟ୍ସ ବିଷୟରେ ଆଲୋକପାତ କରିଥିଲେ | ମାଷ୍ଟର ଟ୍ରନେର ଶୁଭେନ୍ଦୁ ପଣ୍ଡା ରୋଡ ସେଫଟି ର ନିୟମ ଯଥା କେମତି ଉପାୟରେ ଆମେ ଟ୍ରାଫିକ ସିଗନାଲ କୁ ବ୍ୟବହାର କରିବା, ରୋଡ କ୍ରସିଂ, ହେଲମେଟ ଓ ସିଟ ବେଲ୍ଟ ପିନ୍ଧିବା ଓ ଅନ୍ୟାନ୍ୟ ବିଷୟରେ କ୍ୟାଡେଟ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ | ଦୁର୍ଘଟଣା ସମୟରେ ଆମେ କେମିତି ଉପାୟରେ ଆହତ ବ୍ୟକ୍ତି ସୁରକ୍ଷା ଦେଇ ତା ଜୀବନ ବଞ୍ଚାଇପାରିବା ସେହି ବିଷୟରେ ଆଲୋକପାତ କରିଥିଲେ ଓ କେମତି ଉପାୟରେ ପଲସ ଚେକ କରିବା, ଡିଆରସିଏବି କଣ ଓ ତାକୁ ଦୁର୍ଘଟଣା ସମୟରେ କେମିତି ଉପଯୋଗ କରିବା, ସିପିଆର କେମିତି ଦେବା ଏହି ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସେମାନଙ୍କୁ ପ୍ରାକଟିକାଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା | ମାଷ୍ଟର ଟ୍ରନେର ଅମିତ ରାଉତ ଓ ଉଦ୍ଧବ ମହନ୍ତ ଦୁର୍ଘଟଣା ସ୍ଥାନରୁ ତାକୁ କେମିତି ଉପାୟରେ ସ୍ଥାନାନ୍ତର କରିବା ସେହି ବିଷୟରେ ପ୍ରାକ୍ଟିକାଲ ମାଧ୍ୟମରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଯେମିତି ହ୍ୟୁମାନ କ୍ରଚ, ଟୁ ହ୍ୟାଣ୍ଡ,ଥ୍ରୀ ହ୍ୟାଣ୍ଡ, ଫୋର ହ୍ୟାଣ୍ଡ, ହ୍ୟୁମାନ ଷ୍ଟ୍ରେଚର ମାଧ୍ୟମରେ ତାକୁ ସ୍ଥାନାନ୍ତର କରିବା, ଆପାଦକାଳୀନ କଲ୍ ନମ୍ବର ୧୧୨,ଦୁର୍ଘଟଣା ଜାଗାରେ ଲୋକମାନଙ୍କର ସାହାଯ୍ୟ ଓ ସହଯୋଗ ସଠିକ ଭାବେ ଉପଯୋଗ କରି ଆହତ ବ୍ୟକ୍ତିଙ୍କ ଜୀବନ କିପରି ବଞ୍ଚାଇପାରିବ ସେହି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା | ପରିଶେଷରେ ଏହି ଶିବିରରେ ଅଂଶ ଗ୍ରହଣ କରିଥବା ସମସ୍ତ କ୍ୟାଡେଟ ମାନଙ୍କୁ ଜୁନିଅର ରକ୍ଷକର ସାର୍ଟିଫିକେଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଏହି ଶିବିରକୁ ସୁବେଦାର ମେଜର ଝିଗାଧୁ ଲାକ୍ରା,କ୍ୱାଟର ମାଷ୍ଟର ସୁବେଦାର ଭିକେଶ କୁମାର ସିଂ,ନାୟବ ସୁବେଦାର ଭୀର ସିଂ,ଝସକରନ ସିଂ,ମଞ୍ଜିତ ସିଂ, କ୍ୟାପଟେନ ମହମଦ ହମିଦ, ସମସ୍ତ ନବମ ବାଟାଲିୟନର ଅଫିସର ,ଏନସିସି ଅଫିସର ସୁଚାରୁରୂପେ ପରିଚାଳନା କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଦଭାବନା ସମାବେଶ ଅବସରରେ ନେତାଜୀ ସେବା ସଂଘଠନ ପକ୍ଷରୁ କମ୍ବଳ ବଣ୍ଟନ 

masiha

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ସମସ୍ୟା :କିନ୍ତୁ ବଦଳି ଆଦେଶ ବାହାରିବା ପରେ ବିନା ରିଲିଭର ରେ ରିଲିଭ କରୁଛନ୍ତି ଥିବା କର୍ମଚାରୀଙ୍କୁ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାତ ଘଣ୍ଟା ରେ ମୃତ୍ୟୁ     

masiha

Leave a Comment

error: Content is protected !!