ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

କେନ୍ଦ୍ରାପଡ଼ା :-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁର ରଙ୍ଗାଧର ପରିଡାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଏହା ଦେଖ୍ ପରିବାର ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଫୋନ୍ କରିବା ସହିତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ I କିନ୍ତୁ ନିଆଁର ପ୍ରକୋପ ଜୋର ଥିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନ‌ଥିଲା । ଯାହା ଫଳରେ ରଙ୍ଗାଧରଙ୍କ ପାଖ ଘର ଅନନ୍ତ ପରିଡାଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା ଓ ଅଗ୍ନିକାଣ୍ଡ ଦ୍ବାରା ଦୁଇ ପରିବାରର ଲୁଗାପଟା ଓ ଆସବାବ ପତ୍ର ପୋଡି ପୋଡି ପାଉଁଶ ହୋଇଯାଇଛି। ଫଳରେ ବାସ ଗୃହ ହରାଇ ଭୟଙ୍କର ଗ୍ରୀଷ୍ମ ଉତ୍ତାପରେ ପରିବାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଯାଏଁ ପ୍ରଶାସନ ତରଫରୁ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି!ଏହି ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟା ମାନେ ସାହାଯ୍ୟ ର ହାତ ନେଇ ସନାତନ ଓଝା, ସୌମ୍ୟରଞ୍ଜନ ଜେନା, ସରୋଜ ଜେନା, ଅରୁଣ ବିହାରି, କାଳନ୍ଦୀ ରାଉଳ, ପ୍ରିତୀମୟୀ ଦାସ, ସୁସ୍ମିତା ରାଉତ, ଜ୍ୟୋସ୍ନାରାଣୀ ପ୍ରଧାନ ,ରଙ୍ଗାଧର ପରିଡ଼ା ଙ୍କ ପାଖରେ ପହଞ୍ଚି ଥିଲେ ଓ ପରିବାର ଲୋକ ଙ୍କୁ ସାନ୍ତନା ଦେଇଥିଲେ କିଛି ସମୟ ପରିବାର ଲୋକ ଙ୍କ ସହିତ ସମୟ ବିତେଇ ସାରିବା ପରେ ସେହି ପରିବାର ସମବେଦନା ଓ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ

Sunil Chandra Nayak

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ବିଶ୍ବକପ୍ କ୍ରିକେଟ ଖେଳର ବିଜୟ ହାସଲ ପାଇଁ ମା’ ଙ୍କ ନିକଟରେ ପ୍ରାର୍ଥନା 

Sunil Chandra Nayak

Leave a Comment

error: Content is protected !!