ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶର ଯବାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ର ଛାତ୍ରୀଙ୍କ ରାକ୍ଷୀ ପ୍ରେରଣ

ଦେଶର ଯବାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ର ଛାତ୍ରୀଙ୍କ ରାକ୍ଷୀ ପ୍ରେରଣ

ଆସିକା, ୨୦/୮/୨୬ (ଶିବ ଶଙ୍କର ମିଶ୍ର ) ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ସ୍ନେହର ପର୍ବ ନୁହେଁ, ଏହା ତ୍ୟାଗ, ସୁରକ୍ଷା ଓ ଭାଇଚାରାର ଏକ ପବିତ୍ର ପ୍ରତୀକ। ଦେଶର ସୀମାରେ ଦିନରାତି ସଜାଗ ରହି ଦେଶମାତୃକାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇ ଏକ ନିଆରା ପଦକ୍ଷେପ ନେଇଛନ୍ତି ଧରାକୋଟ ସ୍ଥିତ ବାଲ୍ମୀକେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ର ଛାତ୍ରୀମାନେ।

ଦେଶର ସୁରକ୍ଷା ପାଇଁ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟରତ ବୀର ଯବାନମାନଙ୍କୁ ନିଜ ଭାଇ ଭାବେ ସମ୍ମାନ ଜଣାଇ ଛାତ୍ରୀମାନେ ନିଜ ହାତରେ ପ୍ରସ୍ତୁତ କରିଥିବା ରାକ୍ଷୀ ପଠାଇଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଧରାକୋଟ ଅନୁଷ୍ଠାନ ର ଅଧୀକ୍ଷକ ଗୀତାଞ୍ଜଳି ଦୋରା, ପୋଷ୍ଟ ମାଷ୍ଟର ପ୍ରତାପ କୁମାର ସେଠୀ,ମୁଖ୍ୟ କିରାଣୀ ବଂଶୀଧର ମଲିକ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନ ଛାତ୍ରୀଙ୍କ ଏଭଳି ଦେଶାତ୍ମ ବୋଧକ କାର୍ଯ୍ୟ ସବୁଠି ବେଶ ପ୍ରଶଂସନୀୟ ହୋଇଛି ।

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଭେଟିଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତା

masiha

ରୋଟାରୀ ଗ୍ରୀନ୍ ଫିଲଡ଼ କଟକ ପକ୍ଷରୁ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ

Sunil Chandra Nayak

ତ୍ରିଶକ୍ତି ଫାଉଣ୍ଡେସନର ମହାନ କାର୍ଯ୍ୟ,କ୍ୟାନ୍ସର ପୀଡିତ ଙ୍କୁ ଆର୍ଥିକ ସହାୟତା ସହିତ ଯୋଗାଇଦେଲେ ରାସନ

Sunil Chandra Nayak

Leave a Comment

error: Content is protected !!