ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର 

ବୁଗୁଡ଼ା, ୨୦/୮ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ସଚେତନତା ଶିବିରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ବୁଗୁଡ଼ା ତହସିଲଦାର ତାପସ ରାଉତ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିର୍ବାଚନ ବିଷୟରେ ସଚେତନତା ହେବା ଜରୁରୀ ବୋଲି ପ୍ରକାଶ କରିଥିଲେ। ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିର୍ବାଚନରେ ଭୋଟ ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ବୋଲି ଦୁଇ ଅଧିକାରୀ ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ। ୧୮ ବର୍ଷ ପରେ ଭୋଟ ଦେବାର ଅଧିକାର ଥିବାବେଳେ ଭୋଟର ତାଲିକାରେ ନିଜର ନାମ ସଂଯୋଗ କରିବାକୁ ପରାମର୍ଶ ଦେବାସହ ନିର୍ବାଚନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଶିକ୍ଷିତ ଓ ସଚେତନ ନାଗରିକ ଭାବେ ଭାରତର ଗଣତାନ୍ତ୍ରିକ ପଦ୍ଧତିକୁ ସୁଦୃଢ଼ କରିବା ପାଇଁ ନିର୍ଭୟ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ପ୍ରିନସପାଲ ଗୋପୀନାଥ ମହାନ୍ତି ଉପସ୍ଥିତ ଥିବାବେଳେ କଲେଜର ଅନ୍ୟ ସମସ୍ତେ ସହଯୋଗ କରିଥିଲେ।

Related posts

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

masiha

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

masiha

Leave a Comment

error: Content is protected !!