ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର

ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର

ବୁଗୁଡ଼ା, ୨୦/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ପ୍ରତିଷ୍ଠିତ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟର ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ସଚେତନତା ଶିବିରରେ ବୁଗୁଡା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ବିଡିଓ ଦୁତିକୃଷ୍ଣ ପାତ୍ର ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ତହସିଲଦାର ତାପସ ରାଉତ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିର୍ବାଚନ ବିଷୟରେ ସଚେତନତା ହେବା ଜରୁରୀ ବୋଲି ପ୍ରକାଶ କରିଥିଲେ। ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିର୍ବାଚନରେ ଭୋଟ ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ବୋଲି ଦୁଇ ଅଧିକାରୀ ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ। ୧୮ ବର୍ଷ ପରେ ଭୋଟ ଦେବାର ଅଧିକାର ଥିବାବେଳେ ଭୋଟର ତାଲିକାରେ ନିଜର ନାମ ସଂଯୋଗ କରିବାକୁ ପରାମର୍ଶ ଦେବାସହ ନିର୍ବାଚନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଶିକ୍ଷିତ ଓ ସଚେତନ ନାଗରିକ ଭାବେ ଭାରତର ଗଣତାନ୍ତ୍ରିକ ପଦ୍ଧତିକୁ ସୁଦୃଢ଼ କରିବା ପାଇଁ ନିର୍ଭୟ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କଲେଜର ପ୍ରିନସପାଲ ଶ୍ରୀ ସ୍ୱାଇଁ ଉପସ୍ଥିତ ଥିବାବେଳେ କଲେଜର ଅନ୍ୟ ସମସ୍ତେ ସହଯୋଗ କରିଥିଲେ।

Related posts

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

masiha

Leave a Comment

error: Content is protected !!