ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ ରାଉରକେଲା ର ମିଳିତ ଆନୁକୂଲ୍ୟରେ ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ଅଳକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ଉତ୍ତମ ଚରଣ ଜେନା ମୁଖ୍ୟ ଅତିଥି, କଲେଜର ଅଧ୍ୟକ୍ଷ ଡ଼ ରବୀନ୍ଦ୍ର କୁମାର ଜେନା ସ୍ବତନ୍ତ୍ର ଅତିଥି , ଅଧ୍ୟାପକ ଡ ଅରବିନ୍ଦ ଦାସ ସମ୍ମାନିତ ଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ପ୍ରାଧ୍ୟାପିକା ଡ ରୁକ୍ମିଣୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଡ ସାହୁ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କର କହିଲେ ଯେ ବ୍ରତ ଦୁଇ ପ୍ରକାରର ଯଥା ନିଷ୍କାମ ଓ ସକାମ। ନିତ୍ୟ ନିୟମିତ କର୍ମ କୁ ନିତ୍ୟ କୁହାଯାଏ। ଉପବାସ ର ଅର୍ଥ ଉପ ହେଲା ନିକଟରେ,ବାସ ହେଲା ବସିଥାନ୍ତି। ଓଷା ରେ ସାମିଜିକ ମୂଲ୍ୟବୋଧ ଓ ଆତ୍ମସମର୍ପଣ ଭାବ ରହିଲେ ବ୍ରତ ତଥା ନାରୀମାନଙ୍କ ସେବା ଓ ତିତିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଡ଼ା ଜେନା ତାଙ୍କ ବକ୍ତବ୍ୟରେ ଜୀବନ ବଞ୍ଚିବାର ସରଳ ସୂତ୍ର ତଥା ସମୃଦ୍ଧି ଜିଲ୍ଲା ତଥା ରାଜ୍ୟରେ ଆମେ କିପରି ମାନସିକ ଭାବେ ଗରିବ ହୋଇ ରହିଛୁ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ବତନ୍ତ୍ର ଅତିଥି ତଥା ଅଧ୍ୟକ୍ଷ ଡ ଜେନା ପ୍ରାକ କଥନ ସହ ସାମାଜିକ ସମ୍ପର୍କକୁ ବାନ୍ଧି ରଖିବା ପାଇଁ ଓଷା ବ୍ରତର ଆବଶ୍ୟକତା ଓ ସମ୍ମାନିତ ଅତିଥି ଡ ଦାସ ଭିତ୍ତିପ୍ରବନ୍ଧ ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସଭାପତି ଶ୍ରୀ ଦାଶ ଅନୁଷ୍ଠାନର ଆଭିମୁଖ୍ୟ ଓ ସଂଗଠକ ସୁମନ୍ତ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ସୁନିଲ କୁମାର ଦାଶ, ଧରିତ୍ରୀ ପାଇକରାୟ, ଗଙ୍ଗାଧର ପଣ୍ଡା,ଆଶୁତୋଷ ଜ୍ୟୋତିଷୀ, ବିଭୁଦତ୍ତ ବେହେରା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଜଗନ୍ନାଥ ରାଉତ, ରମାକାନ୍ତ ସୂତାର,ମୋହନ ସିଂ, କ୍ଷୀରେଶ୍ବରୀ କିଶାନ, ଅନିତା ମଛଖଣ୍ଡ,ବିକି ନାଗ, ଶୁଭଶ୍ରୀ ମଛଖଣ୍ଡ, ଲଳିତା ବେହେରା, ସ୍ବେତା ସାହୁ, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ଉପେନ୍ଦ୍ର ନାଥ ଦାଶ, କୁଞ୍ଜବିହାରୀ ରାଉତ, ଅଭିରାମ ଶାଗରିଆ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ଷା ବିତ୍ପାତ ! ଯୋରଦା ପଞ୍ଚାୟତର ଦୁନ୍ଦୁ ସାହିରେ କାନ୍ଥ ଭୁଷୁଡି ପରିବାରର ୪ ସଦସ୍ୟ ଆହତ

Sunil Chandra Nayak

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି ୩ ମାସ ହେଲା ଚିନ୍ତାରେ ପରିବାର

masiha

Leave a Comment

error: Content is protected !!