ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢ଼େଙ୍କାନାଳରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତ  ଏ -୧ ପାଇଥିବା ୭୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ୨୧ ଜଣ କ୍ରୀଡାବିତ୍ ସମ୍ବର୍ଦ୍ଧିତ 

ଢ଼େଙ୍କାନାଳରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତ 

ଏ -୧ ପାଇଥିବା ୭୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ୨୧ ଜଣ କ୍ରୀଡାବିତ୍ ସମ୍ବର୍ଦ୍ଧିତ 

ଢ଼େଙ୍କାନାଳ: ତା. ୧୯.୫.୨୦୨୬ ରିଖ: ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ – ୨୦୨୬ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଭାରତବର୍ଷ ଜ୍ଞାନୀଗୁଣୀଙ୍କ ଦେଶ,ଢେଙ୍କାନାଳ ଜ୍ଞାନର ମାଟି ବୋଲି ଅଭିହିତ କରି ଜ୍ଞାନ କୌଶଳ ଯୋଗୁଁ ଆମ ଦେଶ ସୁରକ୍ଷିତ ଅଛି ବୋଲି ପ୍ରକାଶ କରିଥିଲେ।ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଭୂୟସୀ ପ୍ରଶଂସା କରି ସମାଜର ନେତୃତ୍ଵ ନେଇ ଦେଶର ସାମଗ୍ରିକ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗ ଦେଇ,ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ,ଏଣୁ ପିଲାମାନେ ଅଧିକ ପରିଶ୍ରମ କରିବା ସହିତ ଭଲ ମଣିଷ ହେବା,ସମାଜର ସେବା କରିବା ସମସ୍ତଙ୍କର ପ୍ରଥମ ଲକ୍ଷ୍ୟ ହେବା ଉଚ଼ିତ ବୋଲି ସେ ଦୃଢ଼ ପ୍ରକାଶ କରିଥିଲେ।ସ୍ୱତନ୍ତ୍ର ଆକାଂକ୍ଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଯୋଗୁଁ ଏ-୧ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ଯା ପ୍ରାୟ ଦ୍ୱିଗୁଣିତ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଦୃଢ଼ ମତପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଇ ଆଗାମୀ ବର୍ଷରେ ଅଧିକରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରାଯିବ ବୋଲି ସେ କହିଥିଲେ।ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇ ଚ଼ଳିତ ବର୍ଷ ଆକାଂକ୍ଷା କାର୍ଯ୍ୟକ୍ରମରେ ୧୯ଟି କେନ୍ଦ୍ର ମାଧ୍ୟମରେ ବିଶେଷ ଶିକ୍ଷାଦାନ ଯୋଗୁଁ, ୨୦୨୫ ମସିହାରେ ୩୯ ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ୨୦୨୬ ରେ ୭୭ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ।ଏହି ସମାରୋହରେ,ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାର ଏ-୧ ଗ୍ରେଡରେ ଉତ୍ତୀନ୍ନ ହୋଇଥିବା ୭୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୨୧ ଜଣ କ୍ରୀଡ଼ାବିତ୍ ମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଂଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ୱାଳ,ସୌମ୍ୟାଶ୍ରୀ ପଣ୍ଡା,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ,ପି.ଏମ.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ,ସରାଙ୍ଗର ଅଧ୍ୟକ୍ଷା ଡକ୍ଟର ପ୍ରତିମା ମିଶ୍ର,ଶିକ୍ଷାବିତ୍ ଦେବୀ ପ୍ରସାଦ ମିଶ୍ର,ଚଳିତ ବର୍ଷର ସମସ୍ତ ଏ -୧ ପାଇଥିବା ୭୭ ଜଣ ମେଧାବୀ ଛାତ୍ରୀ,ଛାତ୍ର ଓ ୨୧ ଜଣ କ୍ରୀଡ଼ାବିତ୍ ବୃନ୍ଦ,ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ,ଅନେକ ମାର୍ଗଦର୍ଶକ ଶିକ୍ଷୟିତ୍ରୀ, ଶିକ୍ଷକ ବହୁ ମାତା ପିତା,ଅଭିଭାବିକା,ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ।ଜିଲ୍ଲା ବିଜ୍ଞାନ ସୁପରଭାଇଜର ଲକ୍ଷ୍ମୀଧର ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା,ଅତିଥି ପରିଚୟ ପ୍ରଦାନ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରୁ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ହରିଜନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

masiha

ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!