ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ଦିବସ ପାଳିତ

ଜୁନାଗଡ଼ ୨୮/୪ ( ମ ନି ସ) ଜୁନାଗଡ଼ ଓକିଲ ସଂଘ ତରଫରୁ ସ୍ଥାନୀୟ ବାର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଓକିଲସଙ୍ଘ ସଭାପତି ଅଶୋକ ପାତ୍ରଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ହିମାଂଶୁ ବରାଡ଼ ପରିଚାଳନା କରିଥିଲେ।ବରିଷ୍ଠ ଆଇନଜୀବୀ ମଦନମୋହନ ସାହୁ, ସୁରେଶ ପଣ୍ଡା ପ୍ରମୁଖ ମଧୁବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଜୀବନୀ ଆଦର୍ଶ ଓ ଆଇନ ସେବା ମହତ୍ଵ ଉପରେ ଆଲୋକପାତ କରିଥିଲେ।ପ୍ରତେକ ଆଇନଜୀବୀ ତାଙ୍କ ଆଦର୍ଶକୁ ପାଥେୟ କରି ଗରିବ ଲୋକଙ୍କୁ ଆଇନ ସେବା ଦେବାରେ ଯତ୍ନବାନ ହେବ ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର, ବାଳକୃଷ୍ଣ ଆଚାରି,ଅଶୋକ ପଣ୍ଡା, ରମେଶ ନାଏକ, ଦିଗାମ୍ବର ନାଏକ ,ଅନନ୍ତ ବେହେରା ସୁଶୀଲ ପାଢ଼ୀ , ,ଜୁଳିରାଣୀ ନାୟକ, କୈଳାସ ଚୌଧୁରୀ, ଲୋକନାଥ ନାଏକ ସମେତ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ 

Sunil Chandra Nayak

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ବାଇକ ଧକ୍କାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!