ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୮ ଟି ପ୍ରକଳ୍ପର ଭୂମି ପୂଜନ

ଡାବୁଗାଁ, ୨୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଶୁକ୍ରବାର ଡାବୁଗାଁ ବ୍ଲକ କୁ ଗସ୍ତ କରି ୮ ଟି ପ୍ରକଳ୍ପର ଭୂମି ପୂଜନ କରିଛନ୍ତି | ଆଜି ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ ଘ. ସମୟରେ ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ କୁସୁମବନ୍ଧ ଗ୍ରାମର ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ | ପ୍ରଥମେ ୮ ପ୍ରକଳ୍ପର ଭୂମି ପୂଜନ କରାଯାଇଥିଲା | ଏଥିର ପ୍ରକଳ୍ପଗୁଡିକ ହେଲା ଯଥା:- ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠି ଯୋଜନାରେ କେଲିଆ ଶୈବପୀଠର ସୌନ୍ଦର୍ଯ୍ୟକରଣ, ୫ ଟି ଯୋଜନାରେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରଣ ଓ ଭୈରବ ମହାବିଦ୍ୟାଳୟର ରୂପାନ୍ତରଣ, ରାଜ୍ୟ ଯୋଜନାରେ ଡାବୁଗାଁ ଠାରୁ ବୋରିଗାଁ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାଜ୍ୟରାଜପଥ-୩୯ ଠାରୁ କୋଷଗୁମୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁଡି ରାସ୍ତା ଠାରୁ ଜୁନାପାଣି ଭାୟା ଦରଗୁଲା, ଜବାଗୁଡା ରୁ ପରିଆବେଢା ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଆରଡି ରାସ୍ତା ଠାରୁ ପାପଡାହାଣ୍ଡି ବଳ ସୀମା ପର୍ଯ୍ୟନ୍ତ ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଡାବୁଗାଁ ଠାରୁ ଝରିଗାଁ ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଭୂମି ପୂଜନ କରାଯାଇଛି | ପରେ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣ ଙ୍କୁ ମନ୍ତ୍ରୀ ଉଦବୋଧନ ଦେଇଥିଲେ | ପରେ କୁସୁମବନ୍ଧ ଗ୍ରାମର ମିନି ଷ୍ଟାଡିୟମର ଉନ୍ନତି କରଣ ନିମନ୍ତେ ମନ୍ତ୍ରୀ ନିଜସ୍ୱ ବିଭାଗୀୟ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ | ଏହି ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ନୂଆପଡା ଜିଲାର ଜିଲପରିଷଦ ସଭ୍ୟ ଅବନୀରଞ୍ଜନ ଯୋଶୀ, ନବରଙ୍ଗପୁର ଜିଲା ପୂର୍ବତନ ଜିଲପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ପୂର୍ବତନ ଜିଲାପରିଷଦ ସଭ୍ୟ ବିଜୟ କୁମାର ବେହେରା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓବହୁ ସଂଖ୍ୟାରେ ଜନସାଧାରଣ ମାନେ ଯୋଗ ଦେଇଥିଲେ | ଶେଷରେ ବିଭିନ୍ନ ଦଳ ଛାଡି ୮ ଜଣ ବିଜେଡି ଦଳରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ଭୈରବୀ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ କଳାହାଣ୍ଡି ଇଲେଭେନ ଷ୍ଟାରକୁ ୨-୧ ଗୋଲରେ ହରାଇ ଭଇଁରିଗୁଡା ଚମ୍ପିୟାନ

Sunil Chandra Nayak

ପ୍ରଶାସନ ପହଞ୍ଚିଲା ହିତାଧିକାରୀ ନିକଟରେ :ଶହେରୁ ଉର୍ଦ୍ଧ୍ଵ ପାଇଲେ ସେମାନଙ୍କ ଚାରି ପାଞ୍ଚ ମାସର ପ୍ରାପ୍ୟ ଭତ୍ତା  

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!