ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

 ମୟୂରଭଂଜ – ୧୯/୦୬ —  ଜଙ୍ଗଲ ସୁରକ୍ଷା,ବୃକ୍ଷ ରୋପଣ,ଜୀବଜନ୍ତୁ ସୁରକ୍ଷା ,ପରିବେଶ ସୁରକ୍ଷା ନେଇ ବନ କର୍ମଚାରୀଙ୍କ ଭୂମିକା,ତ୍ୟାଗ,ନିଷ୍ଠା,କର୍ତ୍ତବ୍ୟ ପରାୟଣତା,ଦାୟିତ୍ବ ସାରା ଵିଶ୍ବରେ ଅଵର୍ଣନୀୟ ଓ ଅନନ୍ୟ ।ବାସ୍ତୁଵାଦୀ ଦୁନିଆଁରେ ଯେଉଁ କିଛି ସବୁଜ ବଳୟ ବଞ୍ଚି ରହିଛି ତାହା ବନ କର୍ମଚାରୀଙ୍କ ତ୍ୟାଗ ଯୋଗୁଁ ।ଖରା,ବର୍ଷା,ବାଦଲ ଫଟା ବର୍ଷା,ଜୀବଜନ୍ତୁ ଆକ୍ରମଣ,ଜଙ୍ଗଲ ମାଫିଆ,ଜୀବଜନ୍ତୁ ତସ୍କର,ବରଫ,ମାଟି ଅତଡା ଖସି ବା କୁ ଖାତିର ନ କରି ୨୪ ଘଣ୍ଟିଆ ଜଙ୍ଗଲକୁ ଜଗିଛନ୍ତି ।କେଉଁଠି ଜଙ୍ଗଲ ମାଫିଆ,,ଜୀବଜନ୍ତୁ ତସ୍କରଙ୍କ ଆକ୍ରୋଶ,ଆକ୍ରମଣ,ବନ୍ଧୁକ ଗୁଳିରେ ଜୀବନ ଯାଉଛି ତ କେଉଁଠି ହାତୀ ଆକ୍ରମଣରେ ଜୀବନ ଯାଉଛି,ତାହାକୁ ନେଇ ସାରା ରାଜ୍ୟରେ ଅଣ- ଗେଜେଟେଡ ବନ କର୍ମଚାରୀ ସଂଘ ଭୟଭୀତ ଓ ନିଜ ସୁରକ୍ଷା ନେଇ ଚିନ୍ତିତ । ନିକଟରେ ହିନ୍ଦୋଳ ବନରକ୍ଷୀ ପ୍ରହଲ୍ଲାଦ‌ ପ୍ରଧାନଙ୍କ ବନ ତସ୍କରୀ ଦ୍ଵାରା ହତ୍ୟା ସେମାନଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି ।ତେଣୁ ନିଜର ସୁରକ୍ଷା ନେଇ ସେମାନେ ଏବେ ସରକାରଙ୍କୁ ୩ ଦଫା ଦାବି ନେଇ ଗୁହାରି କରିଛନ୍ତି ।ସେମାନଙ୍କ ଦାବି ହେଲା ମୃତ ପ୍ରହଲ୍ଲାଦ ପ୍ରଧାନଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ସହାୟତା ଯୋଗାଇଦେଵା,ଫରେଷ୍ଟ କମିଶନ ଗଠନ କରିବା,କେବଳ ପରିମାର୍ଜନ,ତାଲିମ ନିଯୁକ୍ତି ପ୍ରକ୍ରୀୟା,କର୍ମଚାରୀ ଦକ୍ଷତା ବୃଦ୍ଧି,ବନ କ୍ଷେତ୍ର ଅଧିକାରୀମାନଙ୍କୁ ପୁଲିସ ବିଭାଗ ଭଳି ସାଲେରୀ ଆକାଉଣ୍ଟ ଇନସୁରାନ୍ସ ପ୍ୟାକେଜ ଯେ କୌଣସି ଜାତୀୟ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା ଇତ୍ଯାଦି ।ବାରମ୍ବାର ଶିକାରୀମାନଙ୍କ ଗୁଳିରେ ଜୀବନ ହରାଇବା ନେଇ ବନ କର୍ମଚାରୀମାନେ ନିଜ ସୁରକ୍ଷା ନେଇ ଚିନ୍ତିତ ।ପ୍ରହଲ୍ଲାଦ ହତ୍ୟାରେ ଦୋଷୀଙ୍କ ବିରୋଧରେ ଦୃଢ଼ ଦୃଷ୍ଟାନ୍ତ ମୂଳକ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ।ଏହାକୁ ନେଇ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ ଅଣ – ଗେଜେଟେଡ ବନ କର୍ମଚାରୀ ସଂଘର ବନଖଣ୍ଡ ସଭାନେତ୍ରୀ ଶ୍ରାବନ୍ତୀ ମାର୍ଣ୍ଡୀ ଏବଂ ସଂପାଦକ ବିପିନ ବେହେରାଙ୍କ ନେତୃତ୍ବରେ ୫୦ ରୁ ଉର୍ଦ୍ଧ କର୍ମଚାରୀ ଜୁନ ୧୫ ର ରୁ ଜୁନ ୨୧ ପର୍ଯ୍ୟନ୍ତ କଳବ୍ଯାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ।ସେମାନେ ଚେତାବନୀ ଦେଇଛନ୍ତି ଯେ,ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ପ୍ରତି କର୍ଣଗୋଚର ନ କରନ୍ତି ,ତେବେ ଆସନ୍ତା ଜୁନ ୨୨ ତାରିଖରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ସହ ଭୂଵନେଶ୍ଵର ରାଜରାସ୍ତାରେ ଆନ୍ଦୋଳନ କରିବେ ଏବଂ ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବେ ।ସେମାନେ ଆଶାବାନ୍ଧିଛନ୍ତି ନିଶ୍ଚିତ ଭାବେ ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ସେମାନଙ୍କ ନ୍ଯାୟୋଚିତ ଦାବି ପ୍ରତି ଗୁରୁତ୍ବ ଦେବା ସହ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

ବିପିୟୁଟି ରେ ରକ୍ତଦାନ ଶିବିର

Sunil Chandra Nayak

ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

masiha

Leave a Comment

error: Content is protected !!