ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

ଡାବୁଗାଁ, ୨୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ନେଇ ଏକ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ନିର୍ଭୁଲ ଭାବେ ତିଆରି କରିବା, ପ୍ରତି ସୂଚକାଙ୍କକୁ ଶତ ୨୦୩୦ ମସିହା ସୁଦ୍ଧା ଶତପ୍ରତିଶତ ହାସଲ କରିବା ଦିଗରେ ତାଲିମ ଦିଆଯାଇଥିଲା | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପ୍ରବୀଣ କୁମାର ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏସିଡିଓ, ଏମବିକେ ଓ ସିଆରପି ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

masiha

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ

masiha

Leave a Comment

error: Content is protected !!