ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଙ୍ଗିଆ ଚୋଟରେ ଡ୍ରାଇଭର ଗୁରୁତର ଘଟଣା, ଅଭିଯୁକ୍ତ ଙ୍କୁ ଧରିବାକୁ ପରିବାର ଓ ଡ୍ରାଭର ସଂଘ ପକ୍ଷରୁ କେଗାଁ ଥାନା ଘେରାଓ

ଗୋଳାମୁଣ୍ଡା ୩/୭/ନିର୍ଭୟ /ନିରପେକ୍ଷ ମସିହା /ଗତ କିଛି ଦିନ ପୂର୍ବରୁ ମହାଳିଙ୍ଗ ଗ୍ରାମରେ ହଜାରୀ କେତକୀକୁ ଟାଙ୍ଗିଆରେ ଚୋଟ ମାରିଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାର୍ଣ୍ଣ କେତକୀ କୁ ଆଜକୁ ମାସେ ହେବ ପୋଲିସ ଧରି ପାରିବାରେ ବିଫଲ ହେତୁ ଆହତ ପରିବାର ଓ ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ କେଗାଁ ଥାନା ଘେରାଓ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ କେଗାଁ ଥାନା ଅନ୍ତରଗତ ମାହାଳିଙ୍ଗ ଗ୍ରାମର ହଜାରୀ କେତକୀ  ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରି ଆସୁ ଥିବାରୁ ଜଣେ ଡ୍ରାଇଭରଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିବାରୁ ଅଞ୍ଚଳରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି ।, ଏଭଳି ଘଟଣାରେ ପୋଲିସ ତୁନି ହୋଇ ରହିବା ନେଇ ଆଜି ବହୁ ସଖ୍ୟକଭାବେ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ କେଗାଁ ଥାନା ସଂମ୍ମୁଖରେ ପରିବାର ସହ ଧାରଣା ଦେଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ନାର୍ଣ୍ଣ କେତକୀ ଙ୍କ ଟାଙ୍ଗିଆ ଚୋଟରେ ହଜାରୀ କେତକୀ ଅତ୍ୟଧିକ ଗୁରୁତର ହୋଇଥିଲେ । ଗୁରୁତର ହଜାରୀ କେତକୀଙ୍କୁ ଜିଲ୍ଲା ଚିକିତ୍ସାଳୟ ଠାରୁ ଆରମ୍ଭ କରି ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଅଧିକ ଗୁରୁତର ହେବାରୁ ରାୟପୁରର ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ ହୋଇଥିଲେ । ତଥାପି ସେ କିଛି ମାତ୍ରାରେ ସୁସ୍ଥ ହୋଇଥିଲେ ମଧ୍ୟ କଥା କହି ପାରୁ ନାହାନ୍ତି କି ଖାଇ ପାରୁ ନାହାନ୍ତି ତରଳ ଖାଦ୍ୟ ଖାଇ ବହୁ କଷ୍ଟରେ ତାଙ୍କର ଜୀବନ ବିତାଉଥିବା ପରିବାର ପକ୍ଷରୁ କୁହାଯାଇଛି । ଏବେ ବି ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଡ୍ରାଇଭର ସଙ୍ଘ ପକ୍ଷରୁ କୁହାଯାଇଛି । ଏନେଇ ପରିବାର ଓ ଡ୍ରାଇଭର ସଙ୍ଘ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଗତ ୧୧/୬ ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସାତ ଦିନ ଭିତରେ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କେଗାଁ ପୋଲିସ ଅଭିଯୁକ୍ତଙ୍କୁ ଧରି ପାରି ନ ଥିବାରୁ ହଜାରୀ କେତକୀ ପରିବାର ଓ ଡ୍ରାଇଭର ସଙ୍ଘ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଥାନା ସମ୍ମୁଖରେ ଧାରଣା ଦେଇଥିବା ସଙ୍ଘ ପକ୍ଷରୁ ପ୍ରକାଶ କରିଛନ୍ତି । କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୋଲହରସ ଆନ୍ଦୋଳନକାରୀଙ୍କୁ ଡାକି ବୁଝାସୁଝା କଲେ ମଧ୍ୟ ସଙ୍ଘ ପକ୍ଷରୁ ଅଭିଯୁକ୍ତଙ୍କୁ ନ ଧରିଲା ପର୍ଯ୍ୟନ୍ତ ଜିଦ ଧରି ଧାରଣରୁ ଉଠିବୁ ନାହିଁ ବୋଲି ଚୂଡ଼ାମଣି କେତକୀ, ସନ୍ତୋଷ କନପାନ, ସନାତନ କେତକୀ, ମକର ଧ୍ୱଜ ସାହୁ, ଜଗିରାମ ଢଙ୍ଗଡାମାଝି, ଜିତନ ପଟେଲ ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ରୋକ ଠୋକ ଚେତାବନୀ ଦେଇଛନ୍ତି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କ ୮୦ ତମ ଜୟନ୍ତୀ ପାଳିତ

masiha

ରାଉରକେଲା ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ଅଟୋ ରାଲ୍ଲି

Sunil Chandra Nayak

Leave a Comment

error: Content is protected !!