ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁ ମୋ ସିଏ ବିରୁଦ୍ଧରେ ଦଳିତ ସଂଗଠନ ପକ୍ଷରୁ ଥାନାରେ ଏତଲା

ଥୁଆମୂଳ ରାମପୁର: ୨/୦୭ – (ମନିସ):- ଥୁଆମୂଳ ରାମପୁର ଦଳିତ ସଚେତନ ସଂଗଠନ ପକ୍ଷରୁ ଚଳଚ୍ଚିତ୍ର “ପ୍ରିୟେ ତୁ ମୋ ସିଏ” କୁ ବେନ୍ କରିବା ଓ ଜାତିଆଣ ଶବ୍ଦ କୁ ହଟାଯିବା ନେଇ ଚଳଚିତ୍ର ର ପ୍ରଯୋଜକ, ନିର୍ଦ୍ଦେଶକ, ସଂଳାପ, ଅଭିନେତା ଓ ଅଭିନେତ୍ରୀ ଙ୍କ ବିରୁଦ୍ଧରେ ଥୁଆମୂଳ ରାମପୁର ପୋଲିସ ଥାନାରେ ସଂଗଠନ ର ବରିଷ୍ଠ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଥାନା ଅଧିକାରୀ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି।ଏହା ସଂପୂର୍ଣ୍ଣ ଦଳିତ ସମ୍ପ୍ରଦାୟର ନିଜର ଜାତି କୁ ଆକ୍ଷେପ କରିବା ସହ ଚଳଚିତ୍ର ମାଧ୍ୟମରେ ଜାତି କୁ ଅପମାନିତ କରାଯାଇଛି ଏବଂ ହରିଜନ ଶବ୍ଦ ଏକ ଅସମ୍ବିଧାନିକ ଶବ୍ଦ ପ୍ରୟୋଗ କରାଯାଇ ଥିବାରୁ ଏପରି କାର୍ଯ୍ଯକଳାପ ଠାରୁ ନିବୃତ ରହିବା ନିହାତି ଜରୁରୀ ବୋଲି ସଂଗଠନ ର କର୍ମକର୍ତ୍ତା ମାନେ ନିଜ ମତାମତ ଦେଇଥିଲେ। ସଂଗଠନ ର ସମ୍ପାଦକ ମହେଶ୍ବର ନାଏକ, ଯୁବ ଆଇନ ଜିବୀ ମନୋରଞ୍ଜନ ନାଏକ, କିରଣ ଧଙ୍ଗଡାମାଝୀ, ଯୌବନ ନାଏକ, ବୈଦ୍ୟନାଥ ନାଏକ, ଶିକ୍ଷାବିତ୍ ଭଜମନ ବାଗ, ଭିଜନ ନାଏକ, ଆଦିବାସୀ ସଂଘର ସଭାପତି ଶ୍ରୀ ସନାତନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

masiha

UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ

Sunil Chandra Nayak

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!