ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁ ମୋ ସିଏ ବିରୁଦ୍ଧରେ ଦଳିତ ସଂଗଠନ ପକ୍ଷରୁ ଥାନାରେ ଏତଲା

ଥୁଆମୂଳ ରାମପୁର: ୨/୦୭ – (ମନିସ):- ଥୁଆମୂଳ ରାମପୁର ଦଳିତ ସଚେତନ ସଂଗଠନ ପକ୍ଷରୁ ଚଳଚ୍ଚିତ୍ର “ପ୍ରିୟେ ତୁ ମୋ ସିଏ” କୁ ବେନ୍ କରିବା ଓ ଜାତିଆଣ ଶବ୍ଦ କୁ ହଟାଯିବା ନେଇ ଚଳଚିତ୍ର ର ପ୍ରଯୋଜକ, ନିର୍ଦ୍ଦେଶକ, ସଂଳାପ, ଅଭିନେତା ଓ ଅଭିନେତ୍ରୀ ଙ୍କ ବିରୁଦ୍ଧରେ ଥୁଆମୂଳ ରାମପୁର ପୋଲିସ ଥାନାରେ ସଂଗଠନ ର ବରିଷ୍ଠ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଥାନା ଅଧିକାରୀ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି।ଏହା ସଂପୂର୍ଣ୍ଣ ଦଳିତ ସମ୍ପ୍ରଦାୟର ନିଜର ଜାତି କୁ ଆକ୍ଷେପ କରିବା ସହ ଚଳଚିତ୍ର ମାଧ୍ୟମରେ ଜାତି କୁ ଅପମାନିତ କରାଯାଇଛି ଏବଂ ହରିଜନ ଶବ୍ଦ ଏକ ଅସମ୍ବିଧାନିକ ଶବ୍ଦ ପ୍ରୟୋଗ କରାଯାଇ ଥିବାରୁ ଏପରି କାର୍ଯ୍ଯକଳାପ ଠାରୁ ନିବୃତ ରହିବା ନିହାତି ଜରୁରୀ ବୋଲି ସଂଗଠନ ର କର୍ମକର୍ତ୍ତା ମାନେ ନିଜ ମତାମତ ଦେଇଥିଲେ। ସଂଗଠନ ର ସମ୍ପାଦକ ମହେଶ୍ବର ନାଏକ, ଯୁବ ଆଇନ ଜିବୀ ମନୋରଞ୍ଜନ ନାଏକ, କିରଣ ଧଙ୍ଗଡାମାଝୀ, ଯୌବନ ନାଏକ, ବୈଦ୍ୟନାଥ ନାଏକ, ଶିକ୍ଷାବିତ୍ ଭଜମନ ବାଗ, ଭିଜନ ନାଏକ, ଆଦିବାସୀ ସଂଘର ସଭାପତି ଶ୍ରୀ ସନାତନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

masiha

ନବରଙ୍ଗପୁର ଠାରେ ଜାତୀୟ ମତଦାତା ଦିବସ ପାଳିତ 

masiha

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

masiha

Leave a Comment

error: Content is protected !!