ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେପୁରରେ ଜଙ୍ଗଲ ଅଧିକାର ନିୟମ ଲାଗୁପାଇଁ ସାଧାରଣ ସଭା

ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମପଞ୍ଚାୟତରେ ଜଙ୍ଗଲ ଅଧିକାର ନିୟମକୁ ଜିଲ୍ଳାରେ ପ୍ରୟୋଗ କରିବାପାଇଁ ଦେପୁର ସରପଞ୍ଚ ଶ୍ରୀମତୀ ଉର୍ମିଳା ଜାନୀ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ବୈଠକରେ ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଉମାକାନ୍ତ ଜାନୀ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ (ଜଙ୍ଗଲ ଅଧିକାର ସମୂହ ସ୍ୱୀକୃତି) ସଂଶୋଧନ ନିୟମାବଳୀ -୨୦୧୨, ଭାରତ ସରକାରଙ୍କ ନିୟମ ପାଳନ ପୂର୍ବକ କଳାହାଣ୍ଡି ଜିଲ୍ଲାରେ ୩୧୦ ଗ୍ରାମପଞ୍ଚାୟତରେ ଜଙ୍ଗଲ ଅଧିକାର କମିଟି ଗଠନ କରି ପଟ୍ଟା ପାଇନଥିବା ଆଦିବାସୀ ଏବଂ ଅଣ ଆଦିବାସୀ ମାନଙ୍କୁ ଉକ୍ତ ନିୟମ ଅନୁସାରେ ପଟ୍ଟା ପ୍ରଦାନ କରାଯାଉ । ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ (ଜଙ୍ଗଲ ଅଧିକାର ସମୂହ ସ୍ୱୀକୃତି) ସଂଶୋଧନ ନିୟମାବଳୀ -୨୦୧୨,ଭାରତ ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଲୟ, ସଂଲଗ୍ନ ନଥି ସଂଖ୍ୟା-୧, ଦ୍ରଷ୍ଟବ୍ୟ ଧାରା-୬(୧) ଫର୍ମ – ଏ ଫର୍ମକୁ ନିଶୁକ୍ଳ ଆଦିବାସୀ ଅଂଚଳରେ ବ୍ଲକ ଓ ଗ୍ରାମପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉ ଏବଂ କଳାହାଣ୍ଡି ଜିଲ୍ଲାରେ ସମସ୍ତ ଗ୍ରାମପଞ୍ଚାୟତରେ ଏହି ନିୟମ ପାଳନ ପୂର୍ବକ ଜିଲ୍ଲାପାଳଙ୍କ ଦସ୍ତଖତରେ ସମସ୍ତ ବିଡ଼ିଓଙ୍କୁ ପ୍ରତି ସରପଞ୍ଚ ମାନଙ୍କୁ ଗ୍ରାମସଭା କରି ଜଙ୍ଗଲ ଅଧିକାର କମିଟି ଘୋଷଣା କରି ଦରଖାସ୍ତ ଆହ୍ୱାନ କରାଯାଉଏବଂ ଜଙ୍ଗଲ ଜମି ଅଧିକାର ନିୟମକୁ ଜିଲ୍ଲାରେ ପ୍ରୟୋଗ କରାଯିବା ଆଦି ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା । ଏଥିରେ ଦେବଦୀ ମାଝୀ, ଉମାକାନ୍ତ ଯାନୀ, ମନୋଜ ଜାଲ , ପୁରୁନ୍ଦର କରୁଆଁ, କୁଞ୍ଜ ତାଣ୍ଡି, ପୂର୍ଣ୍ଣମୀ ମାଝୀ ସମେତ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସୁନା ତିଆରି ସାରଙ୍କ ଧନୁ ଅଯୋଧ୍ୟା ପଠାଇବାକୁ ପ୍ରସ୍ତୁତି

Sunil Chandra Nayak

ଦାଦପୁର ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

masiha

ଓୟୁଜେ କଟକ ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!