ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

ଡାବୁଗାଁ, ୧୧/୫ (ମ. ନି. ସ.)- ରବିବାର ମଧ୍ୟାନ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମ ଛକ ରେ ଡାବୁଗାଁ – ମଇଦଲପୁର ରାସ୍ତା ରେ ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଜଣେ ମୃତ:ଜଣେ ଗୁରୁତର ହୋଇଥିବା ଦେଖାଦେଇଛି l ସୂଚନାଯୋଗ୍ୟ :- ଡାବୁଗାଁ ଦେଶୀ ମଦ ଭାଟି ର କର୍ମଚାରୀ ସମ୍ଭୁ ରାୟ (୫୫) ଡାବୁଗାଁ – ମଇଦଲପୁର ମୁଖ୍ୟ ରାସ୍ତା ରେ ମୋଟରସାଇକେଲ ନଂ ଓଡି ୨୪ – ୯୫୨୯ ଯୋଗେ ଦେଶୀ ମଦ ନେଇ ମାନିଗାଁ ଗ୍ରାମ ମଧ୍ୟ କୁ ଯାଉଥିବା ବେଳେ ବିପରୀତ ଦିଗରୁ ତେନ୍ତୁଳୀଖୁଣ୍ଟି ବ୍ଳକ ବନ୍ଧଗୁଡ଼ା- ମେରୀଗୁଡ଼ା ଗ୍ରାମର ଦେବେନ୍ଦ୍ର ଭତ୍ରl (୨୮)ତାଙ୍କ ଗ୍ରାମରୁ ଡାବୁଗାଁ ବ୍ଳକ ପାଖରେ ଥିବା ଖୁଟୁବାଇ ତାଙ୍କ ଶ୍ଵଶୁର ଘର ଙ୍କୁ ନିଜ ମୋଟରସାଇକେଲ ନଂ ଓ ଡି ୨୪ ଏମ ୩୫୩୯ ଯୋଗେ ଦ୍ରୁତ ଗତିରେ ଆସୁଥିବାରୁ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଭାଟି କର୍ମଚାରୀ ଜଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଦେବେନ୍ଦ୍ର ଗୁରୁତର ହୋଇ ଥିଲା l ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବେନ୍ଦ୍ର କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ସେଠାରେ ବାମ ଗୋଡ ଓ ବାମ ହାତ ଭାଙ୍ଗି ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତରିତ କରାଯାଇଛି l ଘଟଣା ସ୍ଥଳରେ ଡାବୁଗାଁ ଥାନା ଏସ୍ ଆଇ ଚନ୍ଦନ ସାହୁ ଓ ଭାଟି କର୍ମଚାରୀ ପହଂଚି ଶବ ଡାବୁଗାଁ କୁ ବ୍ୟବଚ୍ଛେଦ ନିମନ୍ତେ ଅଣା ଯାଇଥିଲା l ଏ ନେଇ ଭାଟି ମ୍ୟାନେଜର ଅମିତ ଭଗତ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ମଦ ଭାଟି କର୍ମଚାରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ 95/25 ରେ ଏକ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

Sunil Chandra Nayak

ଜନ ଶିକ୍ଷଣ ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ମାତୃଭାଷା ଦିବସ ପାଳିତ

Sunil Chandra Nayak

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

masiha

Leave a Comment

error: Content is protected !!