ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ,  ମହିଳା ସ୍ୱାସ୍ଥ୍ୟ କର୍ମୀ ଅଭାବ ଯୋଗୁଁ ୫ ମାସ ହେଲା ପ୍ରସବ କେନ୍ଦ୍ର ବନ୍ଦ |ସମସ୍ୟାରେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା 

ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ,

 ମହିଳା ସ୍ୱାସ୍ଥ୍ୟ କର୍ମୀ ଅଭାବ ଯୋଗୁଁ ୫ ମାସ ହେଲା ପ୍ରସବ କେନ୍ଦ୍ର ବନ୍ଦ |ସମସ୍ୟାରେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା 

ନବରଙ୍ଗପୁର:(ତା ୧୮/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଇଛାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବଦଳି ପରେ ପ୍ରଶାସନ ପକ୍ଷରୁ କୌଣସି ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି କରାଯାଇନାହିଁ।ଫଳରେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା ପ୍ରସବ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ସୂଚନା ପ୍ରକାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୦୮ ମସିହାରେ ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ପ୍ରସବ କେନ୍ଦ୍ର( ଡେଲିଭେରି ପଏଣ୍ଟ) ଖୋଲା ଯାଇଥିଲା।ଫଳରେ ଇଛାପୁର ପଞ୍ଚାୟତ ସହ ଆଖପାଖରେ ଥିବା ଚଚା ପଞ୍ଚାୟତ, ଚକଲାପଦର ପଞ୍ଚାୟତ, ବଡ ଟେମେରା ପଞ୍ଚାୟତ, ପାଲିଆ ପଞ୍ଚାୟତ ଏବଂ ଫୁଫୁଗାଁ ପଞ୍ଚାୟତର ଶହ ଶହ ଗର୍ଭବତୀ ମହିଳା ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ।ଗୋଟିଏ ମାସରେ ପ୍ରାୟ ୩୦ ରୁ ୪୦ ଜଣ ଗର୍ଭବତୀ ମହିଳା ପ୍ରସବ ହେଉଥିଲେ।ତେବେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା ନିର୍ଭର କରୁଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଞ୍ଚ ମାସ ହେଲା କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ବଦଳି ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇ ନଥିବା ଯୋଗୁଁ ପ୍ରସବ କେନ୍ଦ୍ର ବନ୍ଦ ରହିଛି।ଫଳରେ ଏହି ୬ଟି ପଂଚାୟତର ଗର୍ଭବତୀ ମହିଳା ମାନେ କୌଣସି ଉପାୟ ନପାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଏହି ପଞ୍ଚାୟତ ଗୁଡିକ ଅଧିକ ଦୂର ହେଉଥିବା ଯୋଗୁଁ ପ୍ରାୟ ଗର୍ଭବତୀ ମହିଳା ଝରିଗାଁ ଆସିବା ପାଇଁ ଅମଙ୍ଗ ହେଉଥିବା ଜଣାପଡିଛି।ଫଳରେ ଗର୍ଭବତୀମାନେ ଘରେ ଅସୁରକ୍ଷିତ ଭାବେ ପ୍ରସୂତୀ ହେଉଥିବା ଅଭିଯୋଗ ହୋଇଛି।ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଇଛାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟାଫ ନର୍ସ ନିଯୁକ୍ତି ଦେବା ସହ ପ୍ରସବ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି।

ସେହିପରି ଚଚା ସେକ୍ଟର ଅଧୀନରେ ଥିବା ଫୁଫୁଗାଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବଡ଼ ଟେମେରା ପଞ୍ଚାୟତର ମୁଣ୍ଡାପଦର,ପାଲିଆ ପଞ୍ଚାୟତର ପାଲିଆ ଏବଂ ବଡନି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଦୀର୍ଘ ବର୍ଷ ହେବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇନଥିବା ଅଭିଯୋଗ ହୋଇଛି।ଫଳରେ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଗର୍ଭବତୀ ମହିଳା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସମସ୍ୟା ହେଉଛି।ସେହିପରି ଛୋଟ ଛୋଟ ଶିଶୁ ମାନଙ୍କ ଟୀକା କରଣରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।ବିଶେଷ କରି ଏହିସବୁ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇ ନଥିବା ଯୋଗୁଁ ଜନ୍ମ ଓ ମୃତ୍ୟୁ ବିବରଣୀ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପାରୁନାହିଁ।ଫଳରେ ଲୋକ ମାନେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେଣୁ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଖାଲି ପଡିଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ତୁରନ୍ତ ନିଯୁକ୍ତି କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଇଚ୍ଛାପୂର ସ୍ୱାସ୍ଥ୍ୟ କେନ୍ଦ୍ର ଟି ଏନ ଜୀ ଓ ଗ୍ରାମ୍ୟ ବିକାଶ ସଂଗଠନ ର ମୁଖ୍ୟ ଇଶ୍ଵର ଶାବତ ସଠିକ ଭାବେ ପରିଚାଳନା କରୁଥିବା ବେଳେ ସରକାରଙ୍କ ହାତକୁ ଗଲା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି l ତୁରନ୍ତ ସରକାର ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରାନ୍ତୁ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

Sunil Chandra Nayak

ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ସମାରୋହରେ ପାଳିତ

masiha

ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ 

Leave a Comment

error: Content is protected !!