ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

ପୂର୍ବରୁ ପଲ୍ଲୀସଭା ଓ ଗ୍ରାମ ସଭାରେ ରଖା ଯାଇଥିବା ପ୍ରକଳ୍ପକୁ ଆସିଥିବା ଅନୁଦାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ

ଏହାକୁ ନେଇ ଶତାଧିକ ପୁରୁଷ ଓ ମହିଳା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି:  ଲାଞ୍ଜିଗଡ଼,୨୪/୬:- ବିକଶିତ ଗାଁ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖିଛନ୍ତି ମୋହନ ସରକାର।ପ୍ରତ୍ୟେକ ଗାଁରେ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ପହଞ୍ଚିବ । ସରକାରୀ ଯୋଜନା ରୁ କେହି ମଧ୍ୟ ବଞ୍ଚିତ ରହିବେ ନାହିଁ। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, ବିଜୁଳି ସହିତ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ପଣ ନେଇଛନ୍ତି ମୋହନ ସରକାର।ଏଥି ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶାର ଅନୁଦାନ ପ୍ରତ୍ୟେକ ପଞ୍ଚାୟତକୁ ପହଞ୍ଚି ଯାଇଛି। ହେଲେ ଏହି ଅନୁଦାନ ଆସିବାପରେ ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତ ମାନଙ୍କରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଲାଞ୍ଜିଗଡ଼ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶାର ତିନି କୋଟିର ଉର୍ଦ୍ଧ ଟଙ୍କା ଅନୁଦାନ ଆସିଛି।ଏହି ଅନୁଦାନ ରାଶି ପ୍ରତ୍ୟେକ ପଞ୍ଚାୟତକୁ ଭାଗ ବଣ୍ଟା ହୋଇଛି। ପୂର୍ବରୁ ପଞ୍ଚାୟତ ମାନଙ୍କରେ ପଲ୍ଲୀ ସଭା ଓ ଗ୍ରାମ ସଭା ମାଧ୍ୟମରେ ପ୍ରକଳ୍ପ ରଖାଯାଇଥିଲା।ହେଲେ ଯେଉଁ ପ୍ରକଳ୍ପ ପାଇଁ ଅନୁଦାନ ରଖା ଯାଇଥିଲା ତାହା ନକରି ସେହି ପ୍ରକଳ୍ପକୁ ଅନ୍ୟ ଗାଁକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଇଥିଲା। ବେନଗାଁ ପଞ୍ଚାୟତର ପଦ୍ମଥୋପା ଗାଁର କଂକ୍ରିଟ ରାସ୍ତା ପାଇଁ ଚାରିଲକ୍ଷ ଟଙ୍କା ଆସି ଥିବା ବେଳେ ସେହି କାମ ଅସୁର ଗୁଡା ଗାଁକୁ ସ୍ଥାନାନ୍ତରିତ ହୋଇଛି। ପଦ୍ମଥୋପା ଗାଁରେ ରାସ୍ତା ନଥିବା ଯୋଗୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ଓ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବା ବହୁତ ଅସୁବିଧା ହେଉଛି।ରାସ୍ତା ନିର୍ମାଣ ପାଇଁ ଆସିଥିବା ଚିପ୍ସ, ମେଟାଲ ପଡିରହିଥିବା ବେଳେ ଦଳ ଗତ ରାଜନୀତି ଯୋଗୁଁ ଯେଉଁଠି ବର୍ତ୍ତମାନ ରାସ୍ତାର ଦରକାର ନାହିଁ ସେହି ସ୍ଥାନକୁ ବ୍ଳକ ପ୍ରଶାସନ ଜାଣିଶୁଣି ସ୍ଥାନାନ୍ତରିତ କରିଛି ବୋଲି ଆଜି ପଦ୍ମଥପା ଗାଁର ଶତାଧିକ ପୁରୁଷ ଓ ମହିଳା ମାନେ ଆସି ବିଡ଼ିଓ ନିକଟରେ ଅଭିଯୋଗ କରିଛନ୍ତି।ସେହିପରି ପୂନିଗୁଡା ଗାଁର ଧରଣୀ ଗୁଡ଼ି ପାଇଁ ୩ ଲକ୍ଷ ୫୧ ହଜାର ଅନୁଦାନ ରାଶି ଆସିଥିବାବେଳେ ସେହି କାମ ଯନ୍ତ୍ରୀ ଲେଆଉଟ ଦେବାପରେ କାମ ସମ୍ପୁର୍ଣ୍ଣ ହୋଇସାରିଛି।ହେଲେ ବର୍ତ୍ତମାନ ସେହି କାମ ଟୀମନବାଡି ଗାଁକୁ ଚାଲିଯାଇଛି। ସେହିପରି ବ୍ଲକର କାନକୁଟୃ,ବିଜେପୂର,ଚମ୍ପାଦେଇପୁର,ଛତ୍ରପୁର,କୁମଖାଲ ଲାଞ୍ଜି ପଞ୍ଚାୟତର କାମଗୁଡିକ ଅନ୍ୟତ୍ର ଚାଲିଯାଇଥିବା ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ବ୍ଲକ ବିଡିଓ କାର୍ଯ୍ୟାଳୟ ପରିସରରେ ଜନ ପ୍ରତିନିଧି ପଦ୍ମଥୋପା, କୁମଖାଲ,ଲାଞ୍ଜି,ବେନଗାଁ ବିଜେପୁର ଆଦି ପଞ୍ଚାୟତର ଲୋକେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଭିତରେ ବିଡିଓ ଶଶାଙ୍କ ପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଏହାକୁ ନେଇ ଲାଞ୍ଜିଗଡ଼ ବିଡିଓ ଶ୍ରୀ ପାତ୍ରଙ୍କୁ ପଚାରିବାରୁ ଏହା ଫାଇନାଲ ଲିଷ୍ଟ ନୁହଁ ବ୍ଲକ ଅଞ୍ଚଳର ବିକାଶ ଦିଗରେ ଆମେ କାମ କରିବାକୁ ଆସିଛୁ ମାନେ ଆମେ କରିବୁ। ପ୍ରତ୍ୟେକ ଗ୍ରାମର ଲୋକେ ସରକାରଙ୍କ ସୁବିଧା ସୁଯୋଗ ପାଇପାରିବେ ବୋଲି ପ୍ରକାଶ କରିଥିଲେ।

 ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟିଂ

Related posts

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ପ୍ରଥମେ ଲେମନ ଗ୍ରାସ ଚାରା  ଚାଷ ଆରମ୍ଭ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବା ଆନ୍ଧ୍ରପ୍ରଦେଶର ଜେ ସୁଧାକର ରେଡ୍ଡୀ ଙ୍କ ହୃଦଘାତ ମୃତ୍ୟୁ

masiha

ଡାକ ବିଭାଗର ମନମୁଖି କାର୍ଯ୍ୟ, ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!