ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା

ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ
କେବଳ ପାହାଚ ଭରସା,ଲିଫ୍ଟ ନାହିଁ କି ହୁଇଲଚେୟାର ଯିବାକୁ ରାସ୍ତା ନାହିଁ

କଳାହାଣ୍ଡି : :- ଲାଞ୍ଜିଗଡ,୨୪/୬:- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ ବ୍ଳକର ଲାଞ୍ଜିଗଡ ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କଟି ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି।ଉପର ମହଲା କୋଠାରେ ବ୍ୟାଙ୍କଟି ରହି ଲୋକଙ୍କୁ ସେବା ଯୋଗାଉଥିବାବେଳେ ଲିଫ୍ଟ ନାହିଁ କି ହୁଇଲଚେୟାର ଯିବାକୁ ରାସ୍ତା ନାହିଁ। କେବଳ ପାହଚ ଭରସାରେ ବିପଦ ପୂର୍ଣ୍ଣ ଭାବେ ଭତ୍ତା ପାଇଁ ଯାଉଥିବା ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଯିବା ଆସିବା କରୁଥିବା ବେଳେ ସେମାନଙ୍କ ପାଇଁ ଏହା ମରଣଜନ୍ତା ପାଲଟିଛି।ସୂଚନା ଅନୁସାରେ ବ୍ଳକରେ ୨୬ ଗୋଟି ପଞ୍ଚାୟତରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଥିବା ବେଳେ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଲାଞ୍ଜିଗଡ, ବିଶ୍ୱନାଥପୁର, ମୂଷାନାଳ ଓ ବେନଗାଁ ଠାରେ ୪ଟି ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ରହିଛି।ଏହି ବ୍ୟାଙ୍କ ମାନଙ୍କ ମଧ୍ୟରୁ ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କ ଅନ୍ୟତମ।ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କଟି ୨୦୦୪ ମସିହାରେ ଲାଞ୍ଜିଗଡ ସହର ଠାରୁ ଅଢେଇ କିମି ଦୂରରେ ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବୁଣ୍ଡେଲ ଗାଁ ଛକ ନିକଟରେ ରହିଛି।ବର୍ତ୍ତମାନ ଏହି ବ୍ୟାଙ୍କ ଉପରେ ଲାଞ୍ଜିଗଡ ଅଞ୍ଚଳର ୧୦ ଗୋଟି ପଞ୍ଚାୟତର ୨୮୦ ଗ୍ରାମର ସରକାରୀ, ବେସରକାରୀ, ହିତାଧିକାରୀ ଭିନ୍ନକ୍ଷମ ବୃଦ୍ଧ,ବୃଦ୍ଧା, ମହିଳା, ପୁରୁଷ,ଛାତ୍ରଛାତ୍ରୀ ଓ ସୀମାନ୍ତ ରାୟଗଡ଼ା ଜିଲ୍ଲାର ମଧ୍ୟ ଲୋକେ ନିର୍ଭର କରିଥାନ୍ତି।ଏହି ବ୍ୟାଙ୍କରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ହିତାଧୂକାରୀଙ୍କ ଭତ୍ତା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରାପ୍ୟ ଶ୍ରମିକ ଏବଂ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରୁଛନ୍ତି।ହେଲେ ଏହି ଷ୍ଟେଟ ବ୍ୟାଙ୍କଟି ଉପର ମହଲା କୋଠାରେ ରହିଥିବା ବେଳେ ଲିଫ୍ଟ ନାହିଁ କି ହୁଇଲଚେୟାର ଯିବାକୁ ରାସ୍ତା ନାହିଁ। କେବଳ ପାହଚ ଭରସା ଅଛି।ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ତଳକୁ ଆସି ୧୦/୧୫ ଜଣ ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କୁ ସେବା ଯୋଗାଉ ଥିଲେ ମଧ୍ୟ ବ୍ୟାଙ୍କଟିରେ ସଦାସର୍ବଦା ଭିଡ଼ ଯୋଗୁଁ ସବୁବେଳେ ସମ୍ଭବ ହେଉନାହିଁ।ଯାହା ଫଳରେ ବିପଦ ପୂର୍ଣ୍ଣ ଭାବେ ଭତ୍ତା ପାଇଁ ଯାଉଥିବା ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଉପର ମହଲାକୁ ଯିବା ଆସିବା କରୁଥିବା ବେଳେ ସେମାନଙ୍କ ପାଇଁ ଏହା ମରଣଜନ୍ତା ପାଲଟିଛି।ଅନ୍ୟ ପକ୍ଷରେ ଲାଞ୍ଜିଗଡ ଠାରୁ ଅଢେଇ କିମି ଦୂରରେ ବ୍ୟାଙ୍କଟି ରହିଥିବା ବେଳେ ସେହି ରାସ୍ତାଟି ସୀମାନ୍ତ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ହଜାର ହଜାର ଭାରିଯାନ ଚଳପ୍ରଚଳ ଓ ରାସ୍ତାଟି ଅଣଉସାରିଆ ଯୋଗୁଁ ଟ୍ରାଫିକ ଜାମ ରହୁଛି।ସେହି ରାସ୍ତା ଦେଇ ନିଜ ଭତ୍ତା ପାଇଁ ବ୍ୟାଙ୍କକୁ ଯାଉଥିବା ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ଉପରେ ସଦାସର୍ବଦା ବିପଦ ଝୁଲିକି ରହୁଥିବା ପ୍ରକାଶ କରିଛନ୍ତି।ବ୍ଲକର ଏହି ଚାରି ଗୋଟି ବ୍ୟାଙ୍କ ମଧ୍ୟରୁ ତିନି ଗୋଟି ବ୍ୟାଙ୍କ ବିଶ୍ୱନାଥପୁର,ମୂଷା ନାଳ, ବେନଗାଁ ତଳ ମହଲାରେ ରହି ଲୋକଙ୍କୁ ସେବା ଯୋଗାଉ ଥିବା ବେଳେ କେବଳ ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କ ଟି ଉପର ମହଲା କୋଠାରେ ରହିଛି।ଯାହା ଫଳରେ ବିପଦ ପୂର୍ଣ୍ଣ ଭାବେ ପାହାଚ ଚଡି ଯିବାକୁ ପଡୁଛି।ଏଣୁ ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କଟିକୁ ଲାଞ୍ଜିଗଡ ସ୍ଥାନାନ୍ତରିତ କରିବା ସହ ତଳ ମହଲାରେ ଆରମ୍ଭ କଲେ ଲୋକେ ଉତ୍ତମ ବ୍ୟାଙ୍କ ସେବା ପାଇ ପାରିବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

 ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟି

Related posts

ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

masiha

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

masiha

ଚିଲିଗୁଡା ରେ ଭୁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଉଦଘାଟିତ

Leave a Comment

error: Content is protected !!