ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ବିଡିଓ ଙ୍କ କକ୍ଷ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନେଇ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନେବାକୁ ଥିବା ପଦକ୍ଷେପ, ସବୁ ବିଭାଗର ଅଧିକାରୀ ମାନଙ୍କ ସମନ୍ଵୟରେ କିପରି ପ୍ରାକୃତିକ ବିପର୍ଯ୍ୟୟକୁ ମିଳିତ ଭାବ ମୁକାବିଲା କରିବା ପାଇଁ ଆଲୋଚନା ହୋଇଥିଲା | ଏହି ବୈଠକରେ ତହସିଲଦାର ଗୀତା ମୁର୍ମୁ, ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଏଲ.ଲୋକନାଥ ରେଡ୍ଡୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବନପାଳ ଉମାକାନ୍ତ ପଟ୍ଟନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କୁମାର କିଶାନ, ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ, ଭାରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଲକ୍ଷ୍ମୀଧର ଜାନୀ, ବନରକ୍ଷୀ ଅନିତା କୁମାରୀ ହିଆଲ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ବୈଠକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଫେସର ସତ୍ୟ ପଟ୍ଟନାୟକଙ୍କୁ ‘ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ–୨୦୨୬’

Sunil Chandra Nayak

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

masiha

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

Leave a Comment

error: Content is protected !!