ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

ରାୟଗଡା :- ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ରାୟଗଡ଼ା ଜିଲ୍ଲା ର କୋଲନରା ବ୍ଲକ ଅନ୍ତର୍ଗତ ଜରେଡି ପଞ୍ଚାୟତ ର ତଳ ସିକାବାଡି ଗାଁ ରେ ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି ଉପରେ ଲାଲ ପତାକା ପୋତିଲେ ।

     ରାୟଗଡା ଜିଲ୍ଲା ର କୋଲନରା ବ୍ଲକ ଅନ୍ତର୍ଗତ ତଳ ସିକାବାଡି ଏକ ଆଦିବାସୀ ଅଧ୍ୟୁଷିତ ଜଗଂଲ ଘେରା ଭିତରେ ଅବସ୍ଥିତ ଉକ୍ତ ଗାଁ ଦୁଇ ପାର୍ଷରେ ପାହାଡ଼ ପର୍ବତ ରହିଛି ମଧ୍ୟମ ଯାଗା ରେ 80 ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । 

    ସମ୍ଭିଧାନ ର 5ମ ଅନୁଛେଦ ରେ ଗାଁ ର ଆଦିବାସୀ ମାନେ ଜଗଂଲ ଜମି ପାଇବାର ଅଧିକାର ଅଛି କିନ୍ତୁ ଆଦିବାସୀ ମାନଙ୍କୁ ସରକାର ଠକି ଦେଇଛନ୍ତି। ଏ ଗୋଟିଏ ଗାଁ ରେ ନୁହଁ ରାୟଗଡ଼ା ଜିଲ୍ଲା ର ପ୍ରତେକ ଆଦିବାସୀ ଗାଁ ମାନଙ୍କରେ ଏ ଅବସ୍ଥା। ଆଦିବାସୀ ଅଞ୍ଚଳରେ ଅଣ ଆଦିବାସୀ ମାନଙ୍କ ପ୍ରବେଶ କୁ ସରକାର ସୁଯୋଗ ଦେଉଛି ଯାହା ଫଳରେ ଆଦିବାସୀ ଜମି ର ଅଧିକାର ପାଇ ପାରୁନାହାନ୍ତି 

    ଆଦିବାସୀ ଅଞ୍ଚଳରେ ଆଦିବାସୀ ମାନଙ୍କୁ ଠକି କୁମୁଟି, ଶୁଣ୍ଢି, ସୁନାରି, କ୍ୟାମ୍ପ,ବ୍ରାହ୍ମୁଣ ଓ ଅନାନ୍ୟ ଅଣ-ଆଦିବାସୀ ମାନଙ୍କ ଜମି ଥିଲେ ପଟା ରଦ୍ଧ କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଚଳିତ ମାସ 06 06 2025 ତାରିଖ ଦିନ କୋଲନରା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 21 ଦଫା ଦାବି ମୁଖ୍ୟମନ୍ତ୍ରୀ କଂ ଉଦ୍ଧେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସହ ସହ ବର୍ଷ ଧରି ଆଦିବାସୀ ମାନଙ୍କୁ ଅବହେଳା କରିଆସୁଥିବାରୁ ଆଦିବାସୀ ନିଜ ଜମି ଆଜି ନେଇଛନ୍ତି l ଆଦିବାସୀ ଅଞ୍ଚଳରେ ସରକାର କର୍ପୋରେଟ ମାନକୁଂ ଜମି ଦେଉଥିବା ବେଳେ ଆଦିବାସୀ ମାନଙ୍କୁ ଅଣ ଦେଖା କରୁଛନ୍ତି l ଦଖଲ ଓ ଅଧିକାର କୁ ଶାଗୁଣା ଝାମ୍ପି ନେବା ପାଇଁ ଚେଷ୍ଟା କରୁଛନ୍ତି l ସରକାର ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକା, ୱାର୍ଡ ମେମ୍ଭର କ୍ରିଷ୍ଟା ପଦକା ଦାବି କରିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଜାନକୀ ବଲ୍ଲଭ ମହାବିଦ୍ୟାଳୟରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ 

Sunil Chandra Nayak

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

masiha

Leave a Comment

error: Content is protected !!