ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗାଁରେ ବିକାଶ ବାହନ ଯାତ୍ରା 

ବୋରିଗାଁରେ ବିକାଶ ବାହନ ଯାତ୍ରା 

ଡାବୁଗାଁ, ୧୮/୬ (ମ.ନି.ସ.)- ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ର ବୁଧବାର ବୋରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ସରପଞ୍ଚ ଶୁକୃ ଭତ୍ରା, ଭାଜପା ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ପ୍ରତାପ ଚନ୍ଦ୍ର ପଣ୍ଡା, ସତମନ ପୂଜାରୀ, କ୍ଷେମରାଜ ବିଶୋଇ, ସିଡିପିଓ ମିନତୀ ଦାସ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ, କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର, ଘୋଡାଖୁଣ୍ଟା ରାଜସ୍ୱ ନିରିକ୍ଷକ ଗଙ୍ଗାଧର ମହାଙ୍କୁଡ, ବିପିସି ଆରଏଚ ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ପୂଜାରୀ, ଦକ୍ଷତା ବ୍ଲକ ସହଭାଗୀ ମୋନଳ ପରିଡା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସି ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରାଯାଉଛି | ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ | ଏଥିରେ ଜଙ୍ଗଲ ଜମି ଯୋଜନା ଓ ବସୁନ୍ଧରା ଯୋଜନାରେ ୨୦୦ ଜନ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

masiha

ଜୋନ୍ସ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଜଳିଲା ସୋଲାର ଷ୍ଟ୍ରିଟ ଲାଇଟ

Sunil Chandra Nayak

Leave a Comment

error: Content is protected !!